ପାୱାର ଷ୍ଟାର୍‌ ପୁନିତଙ୍କ ଅଧୁରା ସ୍ୱପ୍ନ ପୂରା କରିବେ ବିଶାଲ

ବେଙ୍ଗାଳୁରୁ: ଚାଲିଗଲେ ଅପ୍ପୁ ଓରଫ ପୁନିତ ରାଜକୁମାର। ଶୁକ୍ରବାର ତାଙ୍କ ଦେହାନ୍ତ ହୋଇଥିଲା। ରବିବାର ରାଜକୀୟ ସମ୍ମାନ ସହ ଅନ୍ତିତ ସଂସ୍କାର ସରିଛି। ତାଙ୍କ ଦେହାନ୍ତ ଖବରରେ ସାରା ରାଜ୍ୟର ଶୋକର ଛାୟା ଖେଳିଯାଇଛି। ଫ୍ୟାନ୍‌ମାନେ ତାଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ପୁନିତ ଜଣେ ଅଭିନେତା ହେବା ସହ ଥିଲେ ଜଣେ ପରୋପକାରୀ ବ୍ୟକ୍ତି। ସେ ଗୋଶାଳା, ଅନାଥାଳୟ ଏବଂ ଗିରଫ ପିଲାଙ୍କ ମାଗଣା ଶିକ୍ଷାର ଖର୍ଚ୍ଚ ଉଠାଉଥିଲେ। ପ୍ରାୟ ୧,୮୦୦ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାୟିତ୍ୱ ନେଇଥିଲେ […]

Puneeth and Vishal

Puneeth and Vishal

Madhupriya Mistry
  • Published: Tuesday, 02 November 2021
  • Updated: 02 November 2021, 03:49 PM IST

Sports

Latest News

ବେଙ୍ଗାଳୁରୁ: ଚାଲିଗଲେ ଅପ୍ପୁ ଓରଫ ପୁନିତ ରାଜକୁମାର। ଶୁକ୍ରବାର ତାଙ୍କ ଦେହାନ୍ତ ହୋଇଥିଲା। ରବିବାର ରାଜକୀୟ ସମ୍ମାନ ସହ ଅନ୍ତିତ ସଂସ୍କାର ସରିଛି। ତାଙ୍କ ଦେହାନ୍ତ ଖବରରେ ସାରା ରାଜ୍ୟର ଶୋକର ଛାୟା ଖେଳିଯାଇଛି। ଫ୍ୟାନ୍‌ମାନେ ତାଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି।

ପୁନିତ ଜଣେ ଅଭିନେତା ହେବା ସହ ଥିଲେ ଜଣେ ପରୋପକାରୀ ବ୍ୟକ୍ତି। ସେ ଗୋଶାଳା, ଅନାଥାଳୟ ଏବଂ ଗିରଫ ପିଲାଙ୍କ ମାଗଣା ଶିକ୍ଷାର ଖର୍ଚ୍ଚ ଉଠାଉଥିଲେ। ପ୍ରାୟ ୧,୮୦୦ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାୟିତ୍ୱ ନେଇଥିଲେ ପୁନିତ। ଏବେ ଏହି ଦାୟିତ୍ୱ ନେବେ ସାଉଥ ସୁପରଷ୍ଟାର ବିଶାଲ। ଏନେଇ ସେ ନିଷ୍ପତି ନେଇଛନ୍ତି।

ଏବେ ତାମିଲ ଅଭିନେତା ବିଶାଲ, ପୁନିତ ରାଜକୁମାରଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବେ। ସେ ସେହି ୧୮୦୦ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବେ, ଯାହାଙ୍କ ଗତବର୍ଷ ଠାରୁ କନ୍ନଡ ଅଭିନେତା ପୁନିତ ରାଜକୁମାର ମାଗଣା ଶିକ୍ଷା ପାଇଁ ଦାୟିତ୍ୱ ନେଇଥିଲେ।

୨୯ ଅକ୍ଟୋବରରେ ହୃଦ୍‌ଘାତ ଯୋଗୁଁ ଅଭିନେତା ପୁନିତ ରାଜକୁମାରଙ୍କ ମୃତ୍ୟୁ ପରେ, ଏହି ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ସୃଷ୍ଟି ହୋଇଥିଲା। କିନ୍ତୁ, ବର୍ତ୍ତମାନ ସାଉଥ ଅଭିନେତା ବିଶାଲ ନିଜେ ଆଗକୁ ଆସି ଏହି ଛାତ୍ରଛାତ୍ରୀମାନଙ୍କ ଦାୟିତ୍ୱ ନେବାକୁ ନିଷ୍ପତି ନେଇଛନ୍ତି। ଏଥିସହ ବିଶାଲ ହାଇଦ୍ରାବାଦରେ ଏକ ଚାରା ରୋପଣ କରି ଏହାର ନାମ ଶ୍ରୀ ପୁନିତ୍ ରାଜକୁମାର ରଖିଛନ୍ତି।

ଗତକାଲି ହାଇଦ୍ରାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ବିଶାଲ ଭାବପ୍ରବଣ ହୋଇଥିଲେ। ସେ ପୁନିତ ରାଜକୁମାରଙ୍କୁ ମନେପକାଇ କହିଥିଲେ, 'ସେ କେବଳ ଜଣେ ଭଲ ଅଭିନେତା ନୁହଁନ୍ତି ବରଂ ଜଣେ ଭଲ ବନ୍ଧୁ ମଧ୍ୟ। ତାଙ୍କର ଏହି ଦୁନିଆରୁ ବିଦାୟ କେବଳ ଚଳଚ୍ଚିତ୍ର ଜଗତ ପାଇଁ କ୍ଷତି ନୁହେଁ, ବରଂ ସମଗ୍ର ସମାଜ ଏବଂ ତାଙ୍କ ସହ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅପୂରଣୀୟ କ୍ଷତି ଅଟେ।'

ନିଜ ଅପ୍‌କମିଂ ଫିଲ୍ମ 'ଏନିମି'ର ପ୍ରମୋସନ୍‌ ବେଳେ ବିଶାଲ ଏହା କହିଛନ୍ତି। କେବଳ ସେତିକି ନୁହେଁ ଟ୍ୱିଟର ମାଧ୍ୟମରେ ବି ପୁନିତଙ୍କ ଦେହାନ୍ତକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ପୁନିତ ରାଜକୁମାର ନିଜ ବାପାଙ୍କ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟରେ ଲିପ୍ତ ଥିଲେ। ସେ ନିଜ ବାପାଙ୍କ ସାମାଜିକ କାର୍ଯ୍ୟକୁ ଆଗେଇ ବଢ଼ାଇ ୪୫ଟି ମାଗଣା ବିଦ୍ୟାଳୟ, ୨୬ଟି ଅନାଥ ଆଶ୍ରମ, ୧୯ଟି ଗୋଶାଳା ଏବଂ ୧୬ଟି ଓଲ୍ଡଏଜ୍‌ ହୋମ୍‌ ସ୍ଥାପନ କରିଥିଲେ। ଏହା ବ୍ୟତୀତ ସେ ଗତ ବର୍ଷ ୧୮୦୦ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ମଧ୍ୟ ନେଇଥିଲେ। ବର୍ତ୍ତମାନ ବିଶାଲ ଏହି ଉତ୍ତମ କାର୍ଯ୍ୟକୁ ଆଗକୁ ବଢ଼ାଇକୁ ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos