Advertisment

ପାଞ୍ଚ ହଜାର ଦିନ ମଜୁରିଆ ପରିବାରକୁ ସାହାଯ୍ୟ କରିବେ ବିବେକ

ମୁମ୍ବାଇ: ଦେଶରେ କରୋନାଭାଇରସ୍ ବିରୋଧରେ ଚାଲିଥିବା ଯୁଦ୍ଧରେ ବହୁ ବଲିଉଡ୍ କଳାକାର ସରକାରଙ୍କ ସହ କାନ୍ଧ ମିଶାଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏହି କ୍ରମରେ ବର୍ତ୍ତମାନ ଅଭିନେତା ବିବେକ ଓବରୋଇ ମଧ୍ୟ ସାମିଲ ହୋଇଛନ୍ତି। ଅଭିନେତା ଲକଡାଉନ୍ କାରଣରୁ ଅସୁବିଧାର ସମ୍ମୁଖୀନ ହେଉଥିବା ପାଞ୍ଚ ହଜାରରୁ ଅଧିକ ଦିନ ମଜୁରିଆଙ୍କୁ ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟକରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବିବେକ ଓ ଫିଣ୍ଟେକ୍ ଷ୍ଟାର୍ଟ ଅପ୍ ଫାଇନାନ୍ସର ପ୍ରତିଷ୍ଠାତା ରୋହିତ ଗଜବିୟେ ଦୁହେଁ ମିଶି ମିଲ୍ […]

author-image
Chinmayee Roy
ପାଞ୍ଚ ହଜାର ଦିନ ମଜୁରିଆ ପରିବାରକୁ ସାହାଯ୍ୟ କରିବେ ବିବେକ

vivek

ମୁମ୍ବାଇ: ଦେଶରେ କରୋନାଭାଇରସ୍ ବିରୋଧରେ ଚାଲିଥିବା ଯୁଦ୍ଧରେ ବହୁ ବଲିଉଡ୍ କଳାକାର ସରକାରଙ୍କ ସହ କାନ୍ଧ ମିଶାଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏହି କ୍ରମରେ ବର୍ତ୍ତମାନ ଅଭିନେତା ବିବେକ ଓବରୋଇ ମଧ୍ୟ ସାମିଲ ହୋଇଛନ୍ତି। ଅଭିନେତା ଲକଡାଉନ୍ କାରଣରୁ ଅସୁବିଧାର ସମ୍ମୁଖୀନ ହେଉଥିବା ପାଞ୍ଚ ହଜାରରୁ ଅଧିକ ଦିନ ମଜୁରିଆଙ୍କୁ ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟକରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବିବେକ ଓ ଫିଣ୍ଟେକ୍ ଷ୍ଟାର୍ଟ ଅପ୍ ଫାଇନାନ୍ସର ପ୍ରତିଷ୍ଠାତା ରୋହିତ ଗଜବିୟେ ଦୁହେଁ ମିଶି ମିଲ୍ କର୍ମଚାରୀ, ଘରୋଇ ସହାୟକ ଓ ଡ୍ରାଇଭର ପରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କୁ ସାହାଯ୍ୟ କରିବାକୁ ଦାୟିତ୍ୱ ଗ୍ରହଣ କରିଛନ୍ତି।

Advertisment

https://www.instagram.com/p/B9x-w-SnrkT/?utm_source=ig_web_copy_link

ବିବେକ ଏହି ବିଷୟରେ ସୂଚନା ଦେଇ ବିବେକ ଓବରୋଇ କହିଛନ୍ତି, 'ଆମେ ଦେଖିଲୁ ଯେ କେତେକ ପ୍ରବାସୀ ଶ୍ରମିକ ଲକଡାଉନ୍ ଯୋଗୁ ଏଠାରେ ଫଶି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଅଛନ୍ତି ଯେଉଁମାନେ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ମଧ୍ୟ ପୂରଣ କରିବାରେ ସକ୍ଷମ ନୁହଁନ୍ତି। ନିଜ ପିଲାମାନଙ୍କ ପାଇଁ ଖାଦ୍ୟ, ଘର ଭଡ଼ା ଏବଂ ଆବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ମଧ୍ୟ ସେମାନେ ବହୁତ ସଂଘର୍ଷ କରୁଛନ୍ତି।  ତେଣୁ ଆମେ ୫ ହଜାରରୁ ଅଧିକ ପରିବାରକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ।‘

https://www.instagram.com/p/B-CORBonv9m/?utm_source=ig_web_copy_link

ସୂଚନା  ଅନୁଯାୟୀ ବିବେକଙ୍କ ଟିମ୍ ସିଧାସଳଖ ଏହି ଶ୍ରମିକଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତରିତ କରିବେ ଯାହାଦ୍ୱାରା ସେମାନେ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ସକ୍ଷମ ହୋଇପାରିବେ। ଏ ସବୁ ସେ ଆରମ୍ଭ କରିଥିବା ‘support Add and help the helpless’ ପଦକ୍ଷେପ ଅଧିନରେ କରୁଛନ୍ତି। ବିବେକ କହିଛନ୍ତି ଯେ ସେ ସୋଶାଲ୍ ମିଡିଆରେ ମଧ୍ୟ ଏହି ପଦକ୍ଷେପ କୁ ପ୍ରଚାର କରୁଛନ୍ତି। ଯାହା ଦ୍ୱାରା ଏହା ଅଧିକରୁ ଅଧିକ ଲୋକଙ୍କ ଉପରେ ପ୍ରଭାବ ପକାଇବ ଏବଂ ସେମାନେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିବେ।

Advertisment