ପିଏମ୍‌ ମୋଦିଙ୍କ ବାୟୋପିକ୍‌ ରିଲିଜ୍‌ ପୂର୍ବରୁ ବିବେକ୍‌ଙ୍କୁ ଧମକ

ମୁମ୍ବାଇ: ବିଗତ କିଛି ଦିନରୁ ବଲିଉଡ୍‌ ଅଭିନେତା ବିବେକ୍‌ ଓବରୟ ଚର୍ଚ୍ଚାରେ ରହି ଆସୁଛନ୍ତି। କେବେ ତାଙ୍କର ମିମ୍ସ ଶେୟାର କରିବାକୁ ନେଇ ତ ଆଉ କେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌କୁ ନେଇ। ଏବେ କିନ୍ତୁ ଆଉ ଏକ ଖବର ଆସି ପହଞ୍ଚିଛି। ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିବେକ୍‌ଙ୍କୁ ଫୋନ୍‌ରେ ଧମକ ମିଳିଥିବା ଜଣାପଡ଼ିଛି। ପିଏମ୍‌ ମୋଦିଙ୍କ ବାୟୋପିକ୍‌ ପାଇଁ ଧମକ୍‌ ମିଳିଥିବା କୁହାଯାଉଛି।

ଅନ୍ୟପକ୍ଷରେ ବିବେକ୍‌ଙ୍କୁ ଧମକ ମିଳିବା ପରେ ମୁମ୍ବାଇ ପୁଲିସ୍‌ ସଜାଗ୍‌ ହୋଇଯାଇଛି। ଏଥିପାଇଁ ବିବେକ୍‌ଙ୍କ ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି। ଦୁଇ ଜଣ କନଷ୍ଟେବଲ୍‌ଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ରଖାଯାଇଛି।

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ବିଗତ କିଛି ଦିନରେ ବିବେକ ଲୋକସଭା ନିର୍ବାଚନକୁ ନେଇ ଏକ ମିମ୍ସ ଟ୍ୱିଟ୍‌ କରି ଫସି ଯାଇଥିଲେ। ତାଙ୍କୁ ମହିଳା କମିସନ୍‌ ନୋଟିସ୍‌ ମଧ୍ୟ କରିଥିଲା। ଏହା ପରେ ସେ ଉକ୍ତ ଫଟୋକୁ ଟ୍ୱିଟର୍‌ରୁ ଡିଲିଟ୍‌ କରିବା ସହ କ୍ଷମା ମଧ୍ୟ ମାଗିଥିଲେ।

 

ଆହୁରି ପଢ଼ନ୍ତୁ

ନୀତୀଶ କୁମାରଙ୍କ ପାଖରେ ବସିଥିବା ନେତାଙ୍କୁ କରୋନା, ମୁଖ୍ୟମନ୍ତ୍ରୀଙ୍କ ସ୍ୱାବ ସଂଗ୍ରହ

ମୋ ପୁଅକୁ ପୁଲିସ୍‌ ଗୁଳି କରିଦେଉ: ବିକାଶର ମା’

ଆତ୍ମହତ୍ୟାର ୨୦ ଦିନ ପରେ ବି ସୁଶାନ୍ତଙ୍କୁ ଭୁଲି ପାରୁନାହାନ୍ତି ସାଥୀ କଳାକାର

ଅଗଷ୍ଟ ୧୫ ସୁଦ୍ଧା କରୋନା ଟିକା କେମିତି ବାହାରିବ? ସ୍ପଷ୍ଟୀକରଣ ରଖିଲା ଆଇସିଏମଆର

ଲକଡାଉନ ଯୋଗୁ ମୋବାଇଲ ଭଳି ଡିଭାଇସ ନିଶାରେ ୬୫% ପିଲା

ଘରକୁ ଫେରୁନାହାନ୍ତି, କେଉଁଠି ଅଛନ୍ତି ଆରତି?

‘ମୋ ମା’କୁ ବଞ୍ଚାଇ ଦିଅ’ ହସ୍ପିଟାଲ ବାହାରେ ପୁଅର ଡାକ କେହି ବି ଶୁଣିଲେନି, ଭିଡିଓ ଭାଇରାଲ

ଏନକାଉଣ୍ଟରରେ ଆତଙ୍କୀ ନିହତ, ୩ ଯବାନ ଗୁରୁତର

ଏୟାରପୋର୍ଟରୁ ଧରା ପଡ଼ିଲା ୧୬ କୋଟି ଟଙ୍କାର ସୁନା

ଏହି ୬ ସହରରୁ କୋଲକାତାକୁ ବିମାନ ମନା

ଦେଶରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ରେକର୍ଡ ସଂଖ୍ୟକ ପଜିଟିଭ

ବେଙ୍ଗଲ ପାଇଁ ବାଂଲାଦେଶ ସହ ସୃଷ୍ଟି ହେଉଛି ବ୍ୟବସାୟିକ ତିକ୍ତତା