Advertisment

ଅଭିନେତା ବିବେକ ଓବରଏଙ୍କ ଶଳା ଗିରଫ

ମୁମ୍ବାଇ: ବଢ଼ିଲା ଅଭିନେତା ବିବେକ ଓବରଏଙ୍କ ପରିବାରର ଅଡୁଆ । ଚନ୍ଦନକାଠ ଓ ଡ୍ରଗ୍ସ ରାକେଟ୍‌ ମାମଲାରେ ଅଭିନେତା ବିବେକ ଓବରଏଙ୍କ ଶଳା ଆଦିତ୍ୟ ଅଲ୍ବାଙ୍କୁ ସୋମବାର ବେଙ୍ଗାଳୁରୁ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଗିରଫ ପରେ ଆଜି ତାଙ୍କୁ ବେଙ୍ଗଲୁରୁ ସ୍ଥିତି ଏକ ହସ୍ପିଟଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଛି। ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ସେଠାରେ ପୁଲିସ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ। ପୁଲିସର ପଚରାଉଚରା ବେଳେ […]

author-image
Madhupriya Mistry
ଅଭିନେତା ବିବେକ ଓବରଏଙ୍କ ଶଳା ଗିରଫ

vivek obray

ମୁମ୍ବାଇ: ବଢ଼ିଲା ଅଭିନେତା ବିବେକ ଓବରଏଙ୍କ ପରିବାରର ଅଡୁଆ । ଚନ୍ଦନକାଠ ଓ ଡ୍ରଗ୍ସ ରାକେଟ୍‌ ମାମଲାରେ ଅଭିନେତା ବିବେକ ଓବରଏଙ୍କ ଶଳା ଆଦିତ୍ୟ ଅଲ୍ବାଙ୍କୁ ସୋମବାର ବେଙ୍ଗାଳୁରୁ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଗିରଫ ପରେ ଆଜି ତାଙ୍କୁ ବେଙ୍ଗଲୁରୁ ସ୍ଥିତି ଏକ ହସ୍ପିଟଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଛି। ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ସେଠାରେ ପୁଲିସ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ।

Advertisment

ପୁଲିସର ପଚରାଉଚରା ବେଳେ ଆଦିତ୍ୟ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇଛନ୍ତି। ସେ କେବଳ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ। କିଏ ଡ୍ରଗ୍ସ ସେବନ କରୁଥିଲା ସେ ବିଷୟରେ କିଛି ଜାଣିନଥିବା କହିଛନ୍ତି ଆଦିତ୍ୟ।

ଚନ୍ଦନ କାଠ ଡ୍ରଗ୍ସ ମାମଲାରେ ଗତ ସେପ୍ଟେମ୍ବର ୨୦୨୦ରେ ଆଦିତ୍ୟଙ୍କ ନାଁ ଉଠିବା ପରେ ସେ ଦୀର୍ଘ ଦିନ ହେବ ଫେରାର ଥିଲେ । ଏଥିଯୋଗୁଁ କୋର୍ଟ ମଧ୍ୟ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌କୁ ରଦ୍ଦ କରିଦେଇଥିଲେ।

Advertisment

ଆଦିତ୍ୟ ନିଜ ଘରେ ଡ୍ରଗ୍ସ ପାର୍ଟିର ଆୟାଜନ କରିଥିବା ନେଇ ଅଭିଯୋଗ ହୋଇଛି । ପୁଲିସ ସୂତ୍ର ଅନୁସାରେ, ଡ୍ରଗ୍ସ ମାମଲାରେ ଆଦିତ୍ୟଙ୍କ ନାଁରେ ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିଲେ । କିନ୍ତୁ ସୋମବାର ଆଦିତ୍ୟ ଚେନ୍ନାଇ ସ୍ଥିତ ନିଜ ଘରେ ଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିବା ପରେ ତୁରନ୍ତ ତାଙ୍କ ଉପରେ ଆକ୍ସନ ନିଆଯାଇଥିଲା ବୋଲି ବେଙ୍ଗାଳୁରୁ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଆଦିତ୍ୟ ଚେନ୍ନାଇରେ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କ ସହ ଲୁଚୁ ରହିଥିଲେ।  ଏହି  ଦୁଇ ସହଯୋଗୀ ତାଙ୍କୁ ଘର କାମରେ ସହଯୋଗ କରୁଥିଲେ। ରିପୋର୍ଟ ମୁତାବକ ଆଦିତ୍ୟ ଚେନ୍ନାଇ ସ୍ଥିତ ଯେଉଁ ଘରେ ରହୁଥିଲେ, ସେଠାରେ ହିଁ ସେ ଅଣ୍ଡରଗ୍ରାଉଣ୍ଡ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଏହି ମାମଲାରେ ପୂର୍ବରୁ ଶଳା ଆଦିତ୍ୟଙ୍କୁ ଖୋଜାଖୋଜି କରିବା ପାଇଁ ଅଭିନେତା ବିବେକ ଓବରଏଙ୍କ ଘରେ ମଧ୍ୟ ପୁଲିସ ଚଢ଼ାଉ କରିସାରିଛି।  ବେଙ୍ଗଳୁରୁର କ୍ରାଇମ ବ୍ରାଂଚ ଟିମ ତାଙ୍କ ଘରେ ପଶି ଯାଂଚ କରିସାରିଛି। ସେହିପରି ଗତ କିଛି ଦିନ ତଳେ ବିବେକ ଓବରଏଙ୍କ ପତ୍ନୀ ପ୍ରିୟଙ୍କା ଓବରଏଙ୍କୁ ଡ୍ରଗ୍ସ ମାମଲରେ ଭାଇ ଆଦିତ୍ୟଙ୍କ ସହ ଲିଙ୍କ ରହିଥିବା ନେଇ ସିଟି କ୍ରାଇମ ବ୍ରାଂଚ ନୋଟିସ ପଠାଇଥିଲା।

Bollywood Drug Case