Advertisment

ୱାହିଦାଙ୍କ ପଛରେ ଗଞ୍ଜାମ ମଞ୍ଚ

ବଲିଉଡ୍‌ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ନେଇ ଗର୍ବିତ ଗଞ୍ଜାମ ମାଟି

Advertisment

ଅଭିନେତ୍ରୀ ୱାହିଦା ରେହମାନଙ୍କୁ ନେଇ ଗର୍ବିତ ଗଞ୍ଜାମ ମାଟି। ଏଇଠି ପଡ଼ିଥିଲା ତାଙ୍କ କ୍ୟାରିୟରର ମୂଳଦୁଆ। ଗଞ୍ଜାମ କଳା ପରିଷଦ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରି ସାଉଁଟିଥିଲେ ପ୍ରଶଂସା। ଦାଦା ସାହେବ ଫାଲକେ ପାଇଁ ତାଙ୍କ ନା ଘୋଷଣା ପରେ ତାଜା ହେଲା ପୁରୁଣା ସ୍ମୃତି। ଗଞ୍ଜାମ କଳା ପରିଷଦ ସହ ସଂଶ୍ଲିଷ୍ଟ କଳାପ୍ରେମୀ କୁହନ୍ତି, ୱାହିଦାଙ୍କୁ ଯେତେବେଳେ ୧୬ରୁ ୧୭ ବର୍ଷ ବୟସରେ ହୋଇଥିବା ସେତେବେଳେ ସେ ଗଞ୍ଜାମ କଳା ପରିଷଦର କବିସୂର୍ଯ୍ୟ ମଞ୍ଚରେ ପ୍ରଦର୍ଶନ କରିଥିଲେ ନିଜର ନୃତ୍ୟ ଚାତୁରୀ। ଭାରତନାଟ୍ୟମ ନୃତ୍ୟରେ ଖୁବ୍ ନିପୁଣା ଥିବା ୱାହିଦା ଏକ ଚାରିଟି ସୋ’ ଲାଗି ଏଠାରେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ। ଯାହା ସେତେବେଳେ ସାଧାରଣ ଦର୍ଶକଙ୍କଠୁ ଆରମ୍ଭ କରି ବହୁ କଳାପ୍ରେମୀ ତଥା ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା।

Advertisment
Waheeda Rehman Ganjam Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe