Advertisment

ଆସନ୍ତାକାଲି ୱହିଦା ରହମାନ୍‌ଙ୍କୁ ଦିଆଯିବ ‘କିଶୋର କୁମାର ସମ୍ମାନ’

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ୱହିଦା ରହମାନଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ‘କିଶୋର କୁମାର ସମ୍ମାନ’। ୨୦୧୮ ବର୍ଷ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ମଧ୍ୟ ପ୍ରଦେଶ ସଂସ୍କୃତି ମନ୍ତ୍ରୀ ବିଜୟଲକ୍ଷ୍ମୀ ସାଧୋ ୱହିଦାଙ୍କୁ ତାଙ୍କ ମୁମ୍ୱାଇ ସ୍ଥିତ ବାସଭବନରେ ଭେଟି ଏହି ସମ୍ମାନ ପ୍ରଦାନ କରିବେ। ଦିବଂଗତ ଗାୟକ କିଶୋର କୁମାରଙ୍କ ସ୍ମୃତିରେ ମଧ୍ୟ ପ୍ରଦେଶ ସରକାର ଏହି ସମ୍ମାନ ପ୍ରଦାନ କରନ୍ତି। କିଶୋର କୁମାରଙ୍କ ୩୨ତମ ପୁଣ୍ୟତିଥିରେ ଅର୍ଥାତ୍ ଗତ ବର୍ଷ ଅକ୍ଟୋବର […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ୱହିଦା ରହମାନ୍‌ଙ୍କୁ ଦିଆଯିବ ‘କିଶୋର କୁମାର ସମ୍ମାନ’

reeee

Advertisment

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ୱହିଦା ରହମାନଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ‘କିଶୋର କୁମାର ସମ୍ମାନ’। ୨୦୧୮ ବର୍ଷ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ମଧ୍ୟ ପ୍ରଦେଶ ସଂସ୍କୃତି ମନ୍ତ୍ରୀ ବିଜୟଲକ୍ଷ୍ମୀ ସାଧୋ ୱହିଦାଙ୍କୁ ତାଙ୍କ ମୁମ୍ୱାଇ ସ୍ଥିତ ବାସଭବନରେ ଭେଟି ଏହି ସମ୍ମାନ ପ୍ରଦାନ କରିବେ।

Advertisment

ଦିବଂଗତ ଗାୟକ କିଶୋର କୁମାରଙ୍କ ସ୍ମୃତିରେ ମଧ୍ୟ ପ୍ରଦେଶ ସରକାର ଏହି ସମ୍ମାନ ପ୍ରଦାନ କରନ୍ତି। କିଶୋର କୁମାରଙ୍କ ୩୨ତମ ପୁଣ୍ୟତିଥିରେ ଅର୍ଥାତ୍ ଗତ ବର୍ଷ ଅକ୍ଟୋବର ୧୩ରେ ଏକ କାର୍ଯ୍ୟକ୍ରମରେ ୱହିଦାଙ୍କୁ ଏହି ସମ୍ମାନ ଦିଆଯିବାକୁ ଯୋଜନା ହୋଇଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରି ନଥିଲେ।

ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରୁ ୱହିଦା ହେଉଛନ୍ତି ଜଣେ। ବିଗ୍‌ ବି ତାଙ୍କର ଜଣେ ବଡ଼ ପ୍ରଶଂସକ। ଟେଲିଭିଜନର ଏକ ରିଆଲିଟି ଶୋରେ ଅମିତାଭ ବଚ୍ଚନ ନିଜକୁ ୱହିଦାଙ୍କର ଫ୍ୟାନ୍‌ ବୋଲି ସ୍ୱୀକାର କରିଥିଲେ।

Advertisment

ଅମିତାଭ ଥରେ କହିଥିଲେ ଯେ ‘ଫିଲ୍ମ ‘ରେଶମା ଓ ଶେରା’ରେ ପ୍ରଥମଥର ପାଇଁ ୱହିଦାଙ୍କ ସହିତ କାମ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। ଶୁଟିଂ ସମୟରେ ଗୋଟିଏ ସିନ୍‌ ଏପରି ଥିଲା ଯେଉଁଥିରେ ସୁନୀଲ ଦତ୍ତ ଓ ୱଦିଦାଙ୍କୁ ମରୁଭୂମିର ତତଲା ବାଲିରେ ଚାଲିବାକୁ ପଡ଼ିଥିଲା। ଏପରି ପରିସ୍ଥିତିରେ ବିନା ଜୋତାରେ ୱହିଦା କିପରି ଶୁଟିଂ କରିବେ ବୋଲି ଭାବି ଅମିତାଭ ଚିନ୍ତିତ ହୋଇପଡ଼ିଥିଲେ। ସେଥିପାଇଁ ନିର୍ଦ୍ଦେଶକ ବ୍ରେକ୍ ଘୋଷଣା କରିବା ପରେ କାଳବିଳମ୍ୱ ନକରି ସେ ୱହିଦାଙ୍କ ଜୋତା ଉଠାଇ ତାଙ୍କ ପାଖକୁ ଦୌଡ଼ିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe