Advertisment

ବକ୍ସ ଅଫିସ୍‌ରେ ଧମାଲ କରୁଛି ‘ୱାର୍’

ମୁମ୍ବାଇ: ହ୍ରିତିକ ରୋଶନ୍‌ ଓ ଟାଇଗର ଶ୍ରଫ୍ ଷ୍ଟାରର୍‌ ଫିଲ୍ମ ‘ୱାର୍’ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଛି। ଫିଲ୍ମଟି ରିଲିଜ୍‌ ପୂର୍ବରୁ ପ୍ରି ସେଲିଂରେ ୩୦ କୋଟିରୁ ଅଧିକ ଟଙ୍କା ଆୟ କରି ରେକର୍ଡ କରିବା ସହ ପ୍ରଥମ ଦିନରେ ୫୦ କୋଟି ଆୟ କରି ଚଳିତ ବର୍ଷ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମଗୁଡ଼ିକର ପ୍ରଥମ ଦିନର ଆୟରେ ରେକର୍ଡ କରିଥିଲା। ଏହାର ପ୍ରଥମ ଦିନର ଆୟକୁ ଦେଖି ଜଣାପଡ଼ିଯାଇଥିଲା ଯେ ଏହି ଫିଲ୍ମ ବ୍ଲକବଷ୍ଟର […]

author-image
Puspanjali Panda
ବକ୍ସ ଅଫିସ୍‌ରେ ଧମାଲ କରୁଛି ‘ୱାର୍’

war2

ମୁମ୍ବାଇ: ହ୍ରିତିକ ରୋଶନ୍‌ ଓ ଟାଇଗର ଶ୍ରଫ୍ ଷ୍ଟାରର୍‌ ଫିଲ୍ମ ‘ୱାର୍’ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଛି। ଫିଲ୍ମଟି ରିଲିଜ୍‌ ପୂର୍ବରୁ ପ୍ରି ସେଲିଂରେ ୩୦ କୋଟିରୁ ଅଧିକ ଟଙ୍କା ଆୟ କରି ରେକର୍ଡ କରିବା ସହ ପ୍ରଥମ ଦିନରେ ୫୦ କୋଟି ଆୟ କରି ଚଳିତ ବର୍ଷ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମଗୁଡ଼ିକର ପ୍ରଥମ ଦିନର ଆୟରେ ରେକର୍ଡ କରିଥିଲା। ଏହାର ପ୍ରଥମ ଦିନର ଆୟକୁ ଦେଖି ଜଣାପଡ଼ିଯାଇଥିଲା ଯେ ଏହି ଫିଲ୍ମ ବ୍ଲକବଷ୍ଟର ହେବ। ହେଲେ ଏହା ଏବେ ଅଲ୍‌ଟାଇମ୍‌ ବ୍ଲକବଷ୍ଟର ହୋଇଯାଇଛି। ଫିଲ୍ମ ‘ୱାର୍’ ଏବେ ବକ୍ସ ଅଫିସ୍‌ କଲେକ୍ସନରେ ୩୦୦ କୋଟି ପାର୍‌ କରିସାରିଲାଣି।

Advertisment

https://twitter.com/taran_adarsh/status/1186131536908709888

ସୂଚନା ଅନୁଯାୟୀ ଏହି ସୁପର ଆକ୍ସନ ଥ୍ରୀଲର୍ ‘ୱାର୍’ ରିଲିଜ୍‌ ହେବାର ୧୯ ଦିନରେ ୩୦୦ କୋଟି ପାର୍‌ କରିଛି। କେବଳ ହିନ୍ଦି ଭର୍ସନ୍‌ରେ ଏହା ୨୮୭ କୋଟି ଆୟ କରିଛି। ଗତକାଲି ଏହା ପାଖାପାଖି ୫ କୋଟି ଟଙ୍କା ଆୟ କରିଛି। ହେଲେ ଏବେ ଯାଏ ଏହା ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

ଫିଲ୍ମ ‘ୱାର୍‌’କୁ ନେଇ ଦର୍ଶକଙ୍କ ଭିତରେ ଏକ ଏଜବ କ୍ରେଜ୍‌ ଦେଖିବାକୁ ମିଳୁଛି। ୟଶ୍‌ରାଜ୍‌ ବ୍ୟାନର୍‌ରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ। ହ୍ରିତିକ୍ ଓ ଟାଇଗର୍‌ଙ୍କ ସହିତ ଏଥିରେ ବାଣୀ କପୁର ମଧ୍ୟ ଅଛନ୍ତି। ଫିଲ୍ମରେ ହ୍ରିତିକ୍‌ଙ୍କ ଶିଷ୍ୟ ଭୂମିକାରେ ଅଭିନୟ କରିଛନ୍ତି ଟାଇଗର୍‌। ହ୍ରିତିକ୍‌ ନେଗେଟିଭ୍‌ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଫିଲ୍ମର କାହାଣୀରେ ସସ୍‌ପେନ୍ସ ମଧ୍ୟ ରହିଛି।

Advertisment