Advertisment

୩ଟି ଜିନିଷ ପ୍ରତି ଚୁଲ୍‌ବୁଲି ଭୂମିକାଙ୍କର ରହିଛି ଦୁର୍ବଳତା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଲିଉଡ ଅଭିନେତ୍ରୀ ଭୂମିକା ଦାସ । ବେଶ୍ ଚୁଲ୍‌ବୁଲି। ଦେଖିବାକୁ ଯେତେ ସୁନ୍ଦର ଅଭିନୟ ମଧ୍ୟ ସେତିକି ଆକର୍ଷଣାୟ  । ସେଥିପାଇଁ ତ ସେ କମ୍‌ ଦିନରେ ଓଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇସାରିଲେଣି। ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଏହି ନାୟିକା ‘ତୁ ମୋ ଲଭ୍‌ ଷ୍ଟୋରୀ’ ମାଧ୍ୟମରେ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ। ଏ ତ ଗଲା ଫିଲ୍ମ କଥା। ତେବେ ଗୋଟେ ସାଧାରଣ ଝିଅ ଭାବେ ଭୂମିକାଙ୍କର […]

୩ଟି ଜିନିଷ ପ୍ରତି ଚୁଲ୍‌ବୁଲି ଭୂମିକାଙ୍କର ରହିଛି ଦୁର୍ବଳତା

moto-e6-review-7-640x640

Advertisment

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଲିଉଡ ଅଭିନେତ୍ରୀ ଭୂମିକା ଦାସ । ବେଶ୍ ଚୁଲ୍‌ବୁଲି। ଦେଖିବାକୁ ଯେତେ ସୁନ୍ଦର ଅଭିନୟ ମଧ୍ୟ ସେତିକି ଆକର୍ଷଣାୟ  । ସେଥିପାଇଁ ତ ସେ କମ୍‌ ଦିନରେ ଓଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇସାରିଲେଣି। ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଏହି ନାୟିକା ‘ତୁ ମୋ ଲଭ୍‌ ଷ୍ଟୋରୀ’ ମାଧ୍ୟମରେ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ। ଏ ତ ଗଲା ଫିଲ୍ମ କଥା।

Advertisment

ତେବେ ଗୋଟେ ସାଧାରଣ ଝିଅ ଭାବେ ଭୂମିକାଙ୍କର କିଛିଟା ଦୁର୍ବଳତା ରହିଛି। ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କର ୩ଟି ଦୁର୍ବଳତା ବିଷୟରେ ଜଣାଇଥିଲେ। ୩ଟି ଜିନିଷ ଯାହାକୁ ଛାଡି ରହିବା ତାଙ୍କ ପାଇଁ ମୁସ୍‌କିଲ୍‌ ବୋଲି ସେ କହିଥିଲେ।

ତେବେ ସେ ୩ଟି ଜିନିଷ କଣ ଆସନ୍ତୁ ଜାଣିବା।

publive-image୧)  ଓଡିଶି ନୃତ୍ୟ- ଭୁମିକା ଜଣେ ଓଡିଶୀ ଡ୍ୟାନ୍ସର। ପିଲାଦିନୁ ସେ ଓଡିଶୀ ନାଚି ଆସୁଛନ୍ତି। ବିଭିନ୍ନ ପ୍ରୋଗାମରେ ସେ  ନୃତ୍ୟ ପ୍ରଦର୍ଶନ କରି ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି। ଆଗକୁ ମଧ୍ୟ ସେ ଏହି ନୃତ୍ୟ ଜାରି ରଖିବେ ବୋଲି କହିଛନ୍ତି। ସେ କୁହନ୍ତି ଓଡିଶୀ ବିନା ମୁଁ ଅଧୁରା।

Advertisment

୨)  ଲିପ୍‌ଷ୍ଟିକ୍‌- ଭୂମିକାଙ୍କ କହିବା ଅନୁଯାୟୀ,  ମୁହଁରେ କିଛି ମେକଅପ୍‌ ନ ଥିଲେ ମଧ୍ୟ ଟିକେ ଲିପ୍‌ଷ୍ଟିକ ଲଗାଇଦେଲେ ମୁହଁ ସୁନ୍ଦର ଦିଶେ।

୩) ବହି-  ପାଖରେ ସବୁବେଳେ ବହି ଥିବା ଦରକାର। କାରଣ ଯଦି କିଛି କାମ ନଥିବ ତେବେ ବୋର୍‌ ହେବାଠୁ ବହି ଧରି ପଢିବା ଭଲ ବୋଲି କହିଛନ୍ତି ଏହି ଚୁଲ୍‌ବୁଲି ଅଭିନେତ୍ରୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe