Advertisment

ଗଣେଶ ପୂଜାରେ ଆସୁଛି ‘ସୁଲୋଚନା’

ୱେବ ସିରିଜ ‘ସୁଲୋଚନା’ର ଟ୍ରେଲର ରିଲିଜ ହୋଇସାରିଛି, ଯାହା ବେଶ୍ ଆଦୃତ ହୋଇଛି।

Sulochana

Sulochana

Advertisment

ଆପଣ ଭୂତ,ପ୍ରେତ କାହାଣୀ ଉପରେ ନିର୍ମିତ ଚଳଚ୍ଚିତ୍ର, ଧାରାବାହିକ ଓ ୱେବ୍ ସିରିଜ୍ ଦେଖିବାକୁ ପସନ୍ଦ କରନ୍ତି କି? ଯଦି ପସନ୍ଦ କରନ୍ତି, ତା’ହେଲେ ଏଭଳି ଏକ ରୋମାଞ୍ଚକର କାହାଣୀ ଦେଖିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ। ଏଇ ଗଣେଶ ପୂଜାରେ ଅର୍ଥାତ୍ ଅଗଷ୍ଟ ୨୭ ତାରିଖରେ ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସରେ ଷ୍ଟ୍ରିମିଂ ହେବାକୁ ଯାଉଛି ନୂଆ ୱେବ୍‌ସିରିଜ ‘ସୁଲୋଚନା’।

Advertisment

ଉଲ୍ଲେଖଯୋଗ୍ୟ ବିଷୟ ହେଉଛି, ‘ସୁଲୋଚନା’ର ସମସ୍ତ ୬ଟି ଯାକ ଅଧ୍ୟାୟ ଗୋଟିଏ ଥରରେ ରିଲିଜ୍ କରାଯିବ। ଓଟିଟି ପ୍ଲାଟଫର୍ମରେ ଏହା ହେଉଛି ପ୍ରଥମ। ସେହିପରି ଦର୍ଶକମାନେ ‘ସୁଲୋଚନା’କୁ ମାଗଣାରେ ଦେଖିପାରିବେ।

ସଞ୍ଜୀବ ଦ୍ୱିବେଦୀଙ୍କ ପ୍ରଯୋଜିତ ‘ସୁଲୋଚନା’ର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ରାଜ ରାଜେଶ, ଚୌଧୁରୀ ବିକାଶ ଦାସ, ଶ୍ରୀଜନ, ଶୁଭମ ମେହେର, ଆକାଶ ରାଉତ, ପ୍ରତିମା, ତ୍ରିଶା, ଅରଲିନ ଅଙ୍କିତା, ପ୍ରୀତି ରଞ୍ଜନ ଓ ରାଜଶ୍ରୀ ପ୍ରମୁଖ।

Advertisment

ଇତିମଧ୍ୟରେ ୱେବ ସିରିଜ ‘ସୁଲୋଚନା’ର ଟ୍ରେଲର ରିଲିଜ ହୋଇସାରିଛି, ଯାହା ବେଶ୍ ଆଦୃତ ହୋଇଛି।

ଜେଜେ ବାପାଙ୍କ ପରଲୋକ ଖବର ପାଇ ରାଜ୍‌ ପୈତୃକ ଗାଁକୁ ଫେରିବାରୁ ଆରମ୍ଭ ହୋଇଛି କାହାଣୀ। ଶେଷକୃତ୍ୟ ସଂପନ୍ନ ପରେ ଜେଜେ ବାପାଙ୍କ ବିଭିନ୍ନ ଜିନିଷ ମଧ୍ୟରେ ରାଜ୍‌ଙ୍କୁ ମିଳିଛି ଏକ ରହସ୍ୟମୟ ବହି, ଯାହାର ନାଁ ‘ସୁଲୋଚନା’। ଆଉ ଏହି ବହି ପରବର୍ତ୍ତୀ ସମୟରେ ପାଲଟି ଯାଇଛି ଅଭିଶାପ। ବଦଳାଇ ଦେଇ ରାଜ୍‌ ଓ ତାଙ୍କ ବନ୍ଧୁମାନଙ୍କ ଜୀବନର ମୋଡ଼। ବହିଟିର ନାଁ ସୁଲୋଚନା କାହିଁକି ହୋଇଛି, ରାଜ୍‌ ବହିଟି ପାଇବା ପରେ କ’ଣ ସବୁ ଘଟିଛି, ତାହା ଆପଣ ଜାଣିପାରିବେ ଆସନ୍ତା ୨୭ ତାରିଖରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe