Advertisment

ରାଗି ଗଲେ ମୌନୀ, ଛାଡ଼ି ଦେଲେ ପ୍ରୋଜେକ୍ଟ!

ମୁମ୍ବାଇ: ‘ଟିଭି’ର ନାଗୀନ୍‌ ମୌନୀ ରୟଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘ଗୋଲ୍ଡ’ ବକ୍ସ ଅଫିସ୍‌ରେ ବେଶ୍‌ ସଫଳତା ହାସଲ କରିଛି।  ଫିଲ୍ମରେ ତାଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଇଛି। ଏ ସଫଳତା ପରେ ସେ ଏକ ୱେବ୍‌ ସିରିଜ୍‌ରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି। ରିପୋର୍ଟ ମୁତାବକ, ମୌନୀ ରୟଙ୍କୁ ଏକ ବଡ଼ ୱେବ୍‌ ସିରିଜ୍‌ ଅଫର୍‌ କରାଯାଇଥିଲା। ତେବେ ସେ ଏପିସୋଡ୍‌ ପିଛା  ୩ ଲକ୍ଷ ଟଙ୍କା ମାଗିଥିଲେ। କିନ୍ତୁ ନିର୍ମାତା ଏତେ ଟଙ୍କା […]

ଅଦ୍ୟତନ ହୋଇଛି
ରାଗି ଗଲେ ମୌନୀ, ଛାଡ଼ି ଦେଲେ ପ୍ରୋଜେକ୍ଟ!

mouny2

Advertisment

ମୁମ୍ବାଇ: ‘ଟିଭି’ର ନାଗୀନ୍‌ ମୌନୀ ରୟଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘ଗୋଲ୍ଡ’ ବକ୍ସ ଅଫିସ୍‌ରେ ବେଶ୍‌ ସଫଳତା ହାସଲ କରିଛି।  ଫିଲ୍ମରେ ତାଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଇଛି।

Advertisment

ଏ ସଫଳତା ପରେ ସେ ଏକ ୱେବ୍‌ ସିରିଜ୍‌ରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି।

ରିପୋର୍ଟ ମୁତାବକ, ମୌନୀ ରୟଙ୍କୁ ଏକ ବଡ଼ ୱେବ୍‌ ସିରିଜ୍‌ ଅଫର୍‌ କରାଯାଇଥିଲା। ତେବେ ସେ ଏପିସୋଡ୍‌ ପିଛା  ୩ ଲକ୍ଷ ଟଙ୍କା ମାଗିଥିଲେ। କିନ୍ତୁ ନିର୍ମାତା ଏତେ ଟଙ୍କା ଦେବାକୁ ରାଜି ହେଲେ ନାହିଁ। ସେଥିପାଇଁ ମୌନୀ ମନା କରିଥିଲେ।

[caption id="attachment_273011" align="aligncenter" width="750"]mouni image credit-bollywoodlife.com[/caption]

Advertisment

ମୌନୀ ତିନି ଲକ୍ଷ ଟଙ୍କା ମାଗିବା ପଛରେ ଏକ  କାରଣ ରହିଛି। ଅଭିନେତ୍ରୀ ହୀନା ଖାନ୍‌ ‘କସୌଟି ଜିନ୍ଦେଗୀ କି ପାର୍ଟ-2’’ ରେ କୋମଲିକା ଚରିତ୍ର ପାଇଁ  ୨.୫ ଲକ୍ଷ ଟଙ୍କା ମାଗିଥିବା ଚର୍ଚ୍ଚା ହେଉଛି। ତେଣୁ ମୌନୀ ତାଙ୍କଠାରୁ କମ୍ ନେବାକୁ ଚାହୁଁ ନାହାନ୍ତି।

ପୁଣି ମିଳିଥିବା ସୂଚନା ମୁତାବକ, ‘ଗୋଲ୍ଡ’ର ସଫଳତା ପରେ ମୌନୀଙ୍କୁ ଲାଗୁଛି ଯେ, ସେ ଟେଲିଭିଜନ୍‌ରେ ବଡ଼ ଷ୍ଟାର୍‌ ହୋଇଯାଇଛନ୍ତି। ତେଣୁ ତାଙ୍କ ଫିସ୍ ବଢ଼ିବା ଦରକାର।  ସେଥିପାଇଁ  ସେ ଭାବୁଛନ୍ତି ତାଙ୍କ ଫିସ୍‌ ଅଧିକ ହେବା ଦରକାର।

‘ଗୋଲ୍ଡ୍‌’ ପରେ ମୌନୀଙ୍କୁ ଫିଲ୍ମ ‘ବ୍ରହ୍ମାସ୍ତ୍ର’, ‘ମେଡ୍‌ ଇନ୍‌ ଚାଇନା’ରେ ଦେଖିବାକୁ ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe