deep
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାକୁକୋନ୍ଙ୍କ ଫିଲ୍ମ ‘ଛପାକ୍’ ଗତ ସପ୍ତାହରେ ରିଲିଜ୍ ହୋଇଛି। ସେଥିପାଇଁ ସେ ଫିଲ୍ମର ପ୍ରମୋସନ୍ରେ ବ୍ୟସ୍ତ ରହୁଛନ୍ତି। ସେମିତି ତାଙ୍କ ସ୍ୱାମୀ ତଥା ବଲିଉଡ୍ର ଏନର୍ଜେଟିକ୍ ଆକ୍ଟର ରଣବୀର ସିଂହ ମଧ୍ୟ ନିଜ ଆଗାମୀ ଫିଲ୍ମ ‘୮୩’ର ଶୁଟିଂରେ ବ୍ୟସ୍ତି ରହୁଛନ୍ତି। ୟା ଭିତରେ ନିକଟରେ ଦୀପିକା ଏକ ସାକ୍ଷାତକାର ପାଇଁ ୧୦୪ FMରେ ପହଞ୍ଚିଥିଲେ। ସେଠାରେ ସେ ରଣବୀର ସିଂହଙ୍କର ଏକ ପୋଷ୍ଟର ଦେଖିଥିଲେ ଏବଂ ସେହି ପୋଷ୍ଟର ଉପରେ ଯାହା ଲେଖିଥିଲେ, ତାହା ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
୧୦୪ ଏଫ୍ଏମ୍ ଅଫିସ୍ ବାହାରେ ଥିବା ରଣବୀରଙ୍କ ଫଟୋ ଉପରେ ଦୀପିକା ଲେଖିଥିଲେ- baby! come home now। ଆଉ ଏହି ସୁନ୍ଦର ମେସେଜ୍ଟି ଲୋକଙ୍କ ମନକୁ ପାଇଛି। ତେଣୁ ଏହା ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଏହି ପୋଷ୍ଟର ଉପରେ ଦୀପିକା ଯେଉଁ ମେସେଜ୍ ଲେଖିଥିଲେ ତାକୁ ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟର ଷ୍ଟାଟସ୍ରେ ମଧ୍ୟ ରଖିଛନ୍ତି। ଏହା ତାଙ୍କ ଫ୍ୟାନ୍ମାନଙ୍କୁ ଖୁବ୍ ପସନ୍ଦ ଆସୁଛି।
https://www.instagram.com/p/B7Y4sWNjf62/?utm_source=ig_web_button_share_sheet
ଏହି ପୋଷ୍ଟ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଉଭୟ ରଣବୀର ଓ ଦୀପିକାଙ୍କ ପ୍ରଶଂସକମାନେ ରଣବୀରଙ୍କୁ ଶୀଘ୍ର ଘରକୁ ଫେରିବାକୁ କହିଛନ୍ତି। କାରଣ ଦୀପିକା ତାଙ୍କୁ ଖୁବ୍ ମନେ ପକାଉଛନ୍ତି।
କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ଦୀପିକା-ରଣବୀର ଗତ ନଭେମ୍ବର ମାସରେ ସେମାନଙ୍କ ବିବାହ ବାର୍ଷିକୀ ଅବସରରେ ତିରୁପତି ମନ୍ଦିର ଯାଇ ଦର୍ଶନ କରିଥିଲେ। ଏଥିସହ ସେମାନେ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ମଧ୍ୟ ଯାଇଥିଲେ। ଏହାର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/deep.jpg)