ଯୋଜନା ବିଗାଡ଼ି ଦେଲା ପୋଷା କୁକୁର

ଭୁବନେଶ୍ୱର(ଓଡ଼ିଆ ରିପୋର୍ଟର): ଏବେ ଚାଲିଛି ଲକ୍‌ଡାଉନ୍‌। ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଛାଡ଼ି ଆଉ ସମସ୍ତେ ଘରେ ଅଛନ୍ତି। ଓଲିଉଡ୍ ଷ୍ଟାର୍‌ମାନେ ବି ଘରେ ଦିନ କାଟୁଛନ୍ତି। ତେବେ ସେମାନେ କେମିତି ସମୟ କାଟୁଛନ୍ତି, ତାହା ସୋଶାଲ୍ ମିଡିଆରୁ ଜଣାପଡ଼ିଯାଉଛି। ସେମାନେ ନିଜେ ଭିଡିଓ ଅବା ଫଟୋ ଆଦି ପୋଷ୍ଟ କରୁଛନ୍ତି। ଅନ୍ୟମାନଙ୍କ ଭଳି ବିଦ୍ୟା ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ୨ଟି ଭିଡିଓ ପୋଷ୍ଟ କରିଛନ୍ତି। ଏହି ଦୁଇ ଭିଡିଓ ଦେଖିଲେ ଜଣାପଡ଼ୁଛି ଯେ ସେ […]

divya

Biswobandita Swain
  • Published: Saturday, 04 April 2020
  • , Updated: 04 April 2020, 01:58 PM IST

ଭୁବନେଶ୍ୱର(ଓଡ଼ିଆ ରିପୋର୍ଟର): ଏବେ ଚାଲିଛି ଲକ୍‌ଡାଉନ୍‌। ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଛାଡ଼ି ଆଉ ସମସ୍ତେ ଘରେ ଅଛନ୍ତି। ଓଲିଉଡ୍ ଷ୍ଟାର୍‌ମାନେ ବି ଘରେ ଦିନ କାଟୁଛନ୍ତି। ତେବେ ସେମାନେ କେମିତି ସମୟ କାଟୁଛନ୍ତି, ତାହା ସୋଶାଲ୍ ମିଡିଆରୁ ଜଣାପଡ଼ିଯାଉଛି। ସେମାନେ ନିଜେ ଭିଡିଓ ଅବା ଫଟୋ ଆଦି ପୋଷ୍ଟ କରୁଛନ୍ତି। ଅନ୍ୟମାନଙ୍କ ଭଳି ବିଦ୍ୟା ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ୨ଟି ଭିଡିଓ ପୋଷ୍ଟ କରିଛନ୍ତି। ଏହି ଦୁଇ ଭିଡିଓ ଦେଖିଲେ ଜଣାପଡ଼ୁଛି ଯେ ସେ ଏବେ ଓଡ଼ିଶୀ ନୃତ୍ୟ ଅଭ୍ୟାସ କରି ତାଙ୍କ କୁକୁର ସହିତ ଖେଳି ସମୟ ଅତିବାହିତ କରୁଛନ୍ତି।

 

View this post on Instagram

 

The Abhinaya "Ki Naada re Prana Sangini "is one such beautiful recitation, which showcases the madness of Radha for the Magical tunes those r originated from the flute of Lord Shri krishna...Radha, being the eternal beloved of Sri Krishna,finds the tunes irresistible and gets drawn towards it, but unable to find the source... Cheorography by- Guru Pravat ku.Swain(@pravat_odissi ) Music Composition by- Guru Sukanth ku.Kundu #selfquarantine

A post shared by Divya Mohanty (@_divyamohanty_official) on


ଦିବ୍ୟା ଜଣେ କୁକୁର ପ୍ରେମୀ । ତେବେ ପୋଷ୍ଟ କରିଥିବା ଭିଡିଓରେ ତାଙ୍କ କୁକୁର ତାଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳିଛି। ଦିବ୍ୟା ବି ଲେଖିଛନ୍ତି ଯେ ସେ ଏକ ସୁନ୍ଦର ଭିଡିଓ କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ପ୍ରିୟ କୁକୁର ସବୁ ବିଗାଡ଼ି ଦେଲା। ତଥାପି ଏହା ଖୁବ୍ ମଜାଳିଆ ହୋଇଛି। ନୁହେଁ କି?

 

View this post on Instagram

 

I was Abt to mke a very beautiful vdo🤔🤔🤔 .....bt my lovely dog ruined it 😂😂😂.... anyways it still looks funny😃😃😃... isn't it??? ❤️ Lora♥️

A post shared by Divya Mohanty (@_divyamohanty_official) on


ଏଭଳି ଭିଡିଓ ପୋଷ୍ଟ କରିବା ସହିତ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଦିବ୍ୟା ଲୋକଙ୍କୁ ଘରେ ରହିବାକୁ ଓ ହାତ ଧୋଇବାକୁ ପରାମର୍ଶ ଦେଉଛନ୍ତି। ତା’ସହିତ ସଚେତନ ରହିବାକୁ ମଓ୍ୟ ସେ ଲୋକଙ୍କୁ ପରାମର୍ଶ ଦେଉଛନ୍ତି।

Related story