Advertisment

ଦିବ୍ୟାଙ୍କ ଦୁଃଖ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଃଖ ଅନେକ ପ୍ରକାରର। ତେଣୁ ପ୍ରତ୍ୟେକ ମଣିଷ ଜୀବନରେ କିଛି ନା କିଛି ଦୁଃଖ ଥାଏ। ଆଉ ମଣିଷ ଟିକେ ଉଦାସ ହେଲେ ତାର ଅନ୍ତରଙ୍ଗ ବନ୍ଧୁଙ୍କୁ ଖୋଜେ। କାରଣ ବେଳେ ବେଳେ ଯେଉଁ କଥା ବାପାମା’, ଭାଇଭଉଣୀ, ସ୍ୱାମୀ ଅବା ସ୍ତ୍ରୀଙ୍କ ନିକଟରେ ପ୍ରକାଶ କରି ହୁଏ ନାହିଁ, ତାହା ଅନ୍ତରଙ୍ଗ ବନ୍ଧୁଙ୍କ ନିକଟରେ ପ୍ରକାଶ କରି ହୁଏ। ପ୍ରାୟ ସମସ୍ତଙ୍କ ଜୀବନରେ ଜଣେ ଜଣେ ଅନ୍ତରଙ୍ଗ ବନ୍ଧୁ ଥା’ନ୍ତି। କିନ୍ତୁ […]

ଦିବ୍ୟାଙ୍କ ଦୁଃଖ

op

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଃଖ ଅନେକ ପ୍ରକାରର। ତେଣୁ ପ୍ରତ୍ୟେକ ମଣିଷ ଜୀବନରେ କିଛି ନା କିଛି ଦୁଃଖ ଥାଏ। ଆଉ ମଣିଷ ଟିକେ ଉଦାସ ହେଲେ ତାର ଅନ୍ତରଙ୍ଗ ବନ୍ଧୁଙ୍କୁ ଖୋଜେ। କାରଣ ବେଳେ ବେଳେ ଯେଉଁ କଥା ବାପାମା’, ଭାଇଭଉଣୀ, ସ୍ୱାମୀ ଅବା ସ୍ତ୍ରୀଙ୍କ ନିକଟରେ ପ୍ରକାଶ କରି ହୁଏ ନାହିଁ, ତାହା ଅନ୍ତରଙ୍ଗ ବନ୍ଧୁଙ୍କ ନିକଟରେ ପ୍ରକାଶ କରି ହୁଏ। ପ୍ରାୟ ସମସ୍ତଙ୍କ ଜୀବନରେ ଜଣେ ଜଣେ ଅନ୍ତରଙ୍ଗ ବନ୍ଧୁ ଥା’ନ୍ତି। କିନ୍ତୁ ଅଭିନେତ୍ରୀ ଦିବ୍ୟା ଦିଶାଙ୍କର ସେମିତି କେହି ଅନ୍ତରଙ୍ଗ ବନ୍ଧୁ ନାହାନ୍ତି। ତା’ହେଲେ କୌଣସି କାରଣରୁ ଦୁଃଖୀ ହେଲେ ସେ କ’ଣ କରନ୍ତି ବା କାହାକୁ ମନ କଥା କହନ୍ତି? 

Advertisment

publive-imageତରଙ୍ଗ ମ୍ୟୁଜିକ୍‌ର ଚାଟ୍‌ ଶୋ’ ‘ସିକ୍ରେଟ୍‌ ଷ୍ଟୋରିଜ୍‌ ଅଫ୍‌ ସେଲିବ୍ରେଟି’ରେ ଯୋଗ ଦେଇ ଦିବ୍ୟା ଏ ପ୍ରଶ୍ନର ଉତ୍ତର ଦେଇଥିଲେ। ସେ କହିଥିଲେ ଯେ ସେ ବି ନିଜ ଦୁଃଖ ଶେଆର୍ କରିବାକୁ ଚାହାନ୍ତି। ସେଥିପାଇଁ କେତେବେଳେ ଦୁଃଖୀ ହେଲେ ଫୋନ୍‌ର କଣ୍ଟାକ୍ଟ ଲିଷ୍ଟକୁ ଯା’ନ୍ତି ଓ ସେଭ୍‌ କରି ରଖିଥିବା ସବୁ ନମ୍ବରକୁ ଦେଖନ୍ତି। ଆଉ ସବୁ ନମ୍ବର ଦେଖିବା ପରେ ସେ ନିରାଶ ହୋଇଯା’ନ୍ତି। କାରଣ ସେ ସବୁ ନମ୍ବର ଭିତରୁ ଏମିତି ଜଣଙ୍କୁ ସେ ପାଆନ୍ତି ନାହିଁ, ଯିଏ କି ତାଙ୍କର ଅନ୍ତରଙ୍ଗ ହୋଇଥିବେ ଓ ତାଙ୍କୁ ସେ ନିଜ ଦୁଃଖ ଜଣାଇପାରିବେ। ଏହା ପରେ ସେ ଆହୁରି ଦୁଃଖୀ ହୋଇଯା’ନ୍ତି। ସେ ଏହା ଭାବି ଭାବି ଆହୁରି ଦୁଃଖୀ ହୋଇଯା’ନ୍ତି ଯେ ତାଙ୍କର କେହି ଭଲ ବନ୍ଧୁ ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe