Advertisment

ଅମିତାଭଙ୍କ ପ୍ୟାଣ୍ଟରେ ମୂଷା ପଶିଲା କେମିତି ?

ମୁମ୍ବାଇ : ସୋନୀ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ’ ‘‘କୌନ ବନେଗା କରୋଡ୍‌ପତି’’ ଏବେ ସବୁ ଦର୍ଶକଙ୍କ ମନ କିଣୁଛି। ଶୋ’ର ହଟ୍‌ ସିଟ୍‌କୁ ଆସୁଥିବା ପ୍ରତିଯୋଗୀଙ୍କ କାହାଣୀ ସହ ଅମିତାଭଙ୍କ ଜୀବନର ଅକୁହା କାହାଣୀ ଏହାକୁ ଆହୁରି ଉଚ୍ଚକୋଟୀକୁ ନେଇ ଯାଉଥିବା ସହ ଟିଆର୍‌ପିକୁ ମଧ୍ୟ ବଢ଼ାଇ ଦେଉଛି । ବୁଧବାର ଶୋ’ରେ ଅଂଶ ଗ୍ରହଣ କରିବାକୁ ଗୋଆର ବାସିନ୍ଦା ଗଜାନନ ଆସି ପହଞ୍ଚିଥିଲେ। ଶୋ’ରେ ବିଗ୍‌ ବି ଏବଂ ପ୍ରତିଯୋଗୀ ଗଜାନନ […]

ଅମିତାଭଙ୍କ ପ୍ୟାଣ୍ଟରେ ମୂଷା ପଶିଲା କେମିତି ?

5555

Advertisment

ମୁମ୍ବାଇ : ସୋନୀ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ’ ‘‘କୌନ ବନେଗା କରୋଡ୍‌ପତି’’ ଏବେ ସବୁ ଦର୍ଶକଙ୍କ ମନ କିଣୁଛି। ଶୋ’ର ହଟ୍‌ ସିଟ୍‌କୁ ଆସୁଥିବା ପ୍ରତିଯୋଗୀଙ୍କ କାହାଣୀ ସହ ଅମିତାଭଙ୍କ ଜୀବନର ଅକୁହା କାହାଣୀ ଏହାକୁ ଆହୁରି ଉଚ୍ଚକୋଟୀକୁ ନେଇ ଯାଉଥିବା ସହ ଟିଆର୍‌ପିକୁ ମଧ୍ୟ ବଢ଼ାଇ ଦେଉଛି ।

Advertisment

ବୁଧବାର ଶୋ’ରେ ଅଂଶ ଗ୍ରହଣ କରିବାକୁ ଗୋଆର ବାସିନ୍ଦା ଗଜାନନ ଆସି ପହଞ୍ଚିଥିଲେ। ଶୋ’ରେ ବିଗ୍‌ ବି ଏବଂ ପ୍ରତିଯୋଗୀ ଗଜାନନ ନିଜ ଜୀବନ ସହ ଜଡ଼ିତ ଅନେକ କଥା ଶେୟାର କରିଥିଲେ।

ପ୍ରଥମେ ଗଜାନନ କହିଥିଲେ, “ମୁଁ ଆପଣଙ୍କର(ବିଗ୍‌ ବି) ଜଣେ ବଡ଼ ଫ୍ୟାନ୍‌। ଯେବେ ମୁଁ ଆପଣଙ୍କ ଫିଲ୍ମ ଦେଖେ ସବୁବେଳେ ଭାବେ ଯେ, ଆପଣଙ୍କୁ କେବେ ସାମ୍ନାସାମ୍ନି ଦେଖିବି । ଇଶ୍ୱରଙ୍କ କୃପାରୁ ସେ ଇଚ୍ଛା ମୋର ପୂରଣ ହୋଇଗଲା।”

Advertisment

ଗଜାନନ୍‌ ଆହୁରି କହିଥିଲେ,  ‘ମୁଁ ଆପଣଙ୍କ ବେଲ୍‌ବଟମ୍‌ ପ୍ୟାଣ୍ଟ୍‌ ପିନ୍ଧା ଫ୍ୟାସନ୍‌କୁ ବହୁତ୍‌ ଫଲୋ କରେ। ଦିନଥିଲା ମୋର ଆର୍ଥିକ ସ୍ଥିତି ଏତେ ଭଲ ନ ଥିଲେ ବି ମୁଁ ଆପଣଙ୍କୁ ଦେଖି ବେଲବଟମ ପ୍ୟାଣ୍ଟ୍‌ ସିଲେଇଥିଲି।  ଏବେ ସେହି ଘଟଣା ଅନେକ ବର୍ଷ ବିତି ଯାଇଥିଲେ ବି ଏବେ ମୋ ପାଖରେ ସେ ପ୍ୟାଣ୍ଟ୍‌ ଅଛି।’

ଫ୍ୟାନ୍‌ଙ୍କ ପ୍ୟାଣ୍ଟ କଥା ଶୁଣି ଅମିତାଭ୍‌ ବି ନିଜ ପ୍ୟାଣ୍ଟ୍‌ ସହ ଜଡ଼ିତ ଏକ ଅଭୁଲା ସ୍ମୃତି ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଅମିତାଭ କହିଥିଲେ, ଥରେ ସେ ଫିଲ୍ମ ଦେଖିବା ପାଇଁ ଯାଇଥିବା ବେଳେ ତାଙ୍କ ପ୍ୟାଣ୍ଟ୍‌ରେ ଏକ ମୂଷା ପଶି ଯାଇଥିଲା।  ଯାହାକୁ ଶୁଣି ସମସ୍ତେ ଠୋ ଠୋ ହସିଥିଲେ।

ଅମିତାଭ କହିଥିଲେ, ସେ ଫିଲ୍ମ ଦେଖୁଥିବା ବେଳେ ମୋ ପ୍ୟାଣ୍ଟ୍‌ରେ ତଳ ଆଡୁ ମୂଷାଟି ଭିତରକୁ ପଶି ଆସିଥିଲା । ପ୍ୟାଣ୍ଟ ଭିତରେ କିଛି ଚାଲୁଥିବା ଅନୁଭବ କରି ବହୁ କଷ୍ଟରେ ମୂଷାଟିକୁ ସେ ଜାବୁଡ଼ି ଧରି ବାହାରକୁ ଫିଙ୍ଗି ଦେଇଥିଲେ ।

କିନ୍ତୁ ଏବେ ଯେଉଁ ପ୍ୟାଣ୍ଟ ଚାଲୁଛି ତାହା ଖୁବ୍‌ ଭଲ।। ଯାହା ଦ୍ୱାରା ମୂଷାମାନେ ଭିତରକୁ ପଶି ପାରୁ ନାହାନ୍ତି। ଏକଥା ଶୁଣିବା ପରେ ସେଠାରେ ଉପସ୍ଥିତ ଲୋକେ ହସି ହସି ଗଡ଼ି ଯାଇଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe