ମାଇକେଲ ଜ୍ୟାକସନଙ୍କୁ ନକଲ କରିଥିଲେ ବିଗ ବି’

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ସେ ଫିଲ୍ମ ସହ ସୋଶାଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ ରୁହନ୍ତି । ସେ ପ୍ରତିଦିନ ନିଜ ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ନା କିଛି ଶେଆର କରନ୍ତି । ସେ ଫ୍ୟାନଙ୍କ ସହ ନିଜ ପୁରୁଣା ଭିଡିଓ ଏବଂ ଫଟୋ ମଧ୍ୟ ଶେଆର କରିଥାନ୍ତି । ନିକଟରେ ଏଭଳି ହିଁ ପୁରୁଣା ଦିନର ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି ଅମିତାଭ, ଯାହା ସୋଶାଲ […]

amitabh

amitabh

Madhupriya Mistry
  • Published: Wednesday, 30 December 2020
  • Updated: 30 December 2020, 08:46 AM IST

Sports

Latest News

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ସେ ଫିଲ୍ମ ସହ ସୋଶାଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ ରୁହନ୍ତି । ସେ ପ୍ରତିଦିନ ନିଜ ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ନା କିଛି ଶେଆର କରନ୍ତି । ସେ ଫ୍ୟାନଙ୍କ ସହ ନିଜ ପୁରୁଣା ଭିଡିଓ ଏବଂ ଫଟୋ ମଧ୍ୟ ଶେଆର କରିଥାନ୍ତି । ନିକଟରେ ଏଭଳି ହିଁ ପୁରୁଣା ଦିନର ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି ଅମିତାଭ, ଯାହା ସୋଶାଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ଏହି ଫଟୋରେ ବିଗ୍ ବି ପୁରା ହିଲିଉଡର ସୁପରହିଟ ଡ୍ୟାନ୍ସର ମାଇକଲ ଜ୍ୟାକସନଙ୍କ ଗେଟଅପରେ ଅଛନ୍ତି । କଳା ରଙ୍ଗର ଲେଦର ଡ୍ରେସ ପିନ୍ଧି ସେ ପୁରାପୁରି ମାଇକଲ ଜ୍ୟାକସନଙ୍କୁ ନକଲ କରିଛନ୍ତି । ଏହି ଫଟୋକୁ ଶେଆର କରି ଅମିତାଭ ଲେଖିଛନ୍ତି, ନିର୍ଦ୍ଦେଶକ ମନମୋହନ ଦେଶାୟୀ ଭାବିଥିଲେ ମୁଁ ଫିଲ୍ମ ‘ଗଙ୍ଗା ଯମୁନା ସରସ୍ୱତୀ’ରେ ମାଇକଲ ଜ୍ୟାକସନଙ୍କୁ କପି କରିପାରିବି । ଏହା ମୋର ସବୁଠାରୁ ବଡ ଭୁଲ ଥିଲା ବୋଲି ବିଗ ବି’ କହିଛନ୍ତି । ପ୍ରକୃତରେ ଅମିତାଭ ଶେଆର କରିଥିବା ଏହି ଫଟୋ ହେଉଛି ନିର୍ଦ୍ଦେଶକ ମନମୋହନ ଦେଶାୟୀଙ୍କ ୯୦ ଦଶକର ଫିଲ୍ମ ‘ଗଙ୍ଗା ଯମୁନା ସରସ୍ୱତୀ’ ଫିଲ୍ମ ଶୁଟିଂ ସେଟର ଏକ ଫଟୋ ।


ଅମିତାଭ ଶେଆର କରିଥିବା ଏହି ଫଟୋରେ ଅନକ ବଲିଉଡ ଅଭିନେତା ତଥା ଅଭିନେତ୍ରୀ କମେଣ୍ଟ କରିଛନ୍ତି । ଅଭିନେତା ରଣବୀର ସିଂହଙ୍କ ଠାରୁ ଆରମ୍ଭ କରି ମୌନି ରୟ ସମସ୍ତେ ବିଗ୍  ବି’ଙ୍କ ଏହି ନିଆରା ଲୁକକୁ ନେଇ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅମିତାଭ ବଚ୍ଚନ ଏବେ ପୁରା ବ୍ୟସ୍ତ । ସେ ତାଙ୍କ ଅପକମିଂ ଫିଲ୍ମ ‘ଚେହେରା’, ‘ମେ ଡେ’ ଓ ‘ଝଣ୍ଡୁ’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଆଗକୁ ତାଙ୍କର ‘ବ୍ରହ୍ମାସ୍ତ୍ର’ ଫିଲ୍ମ ମଧ୍ୟ ଆସୁଛି । ଅୟାନ ମୁଖର୍ଜୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ ରୋଲରେ ଆଲିଆ ଭଟ୍ଟ ଓ ରଣବୀର କପୁର ଅଛନ୍ତି । ଅନ୍ୟ ପ୍ରମୁଖ ଭୂମିକାରେ ବିଗ ବି ମଧ୍ୟ ନଜର ଆସିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos