/odisha-reporter/media/post_attachments/uploads/2020/04/arjun1.jpg)
arjun1
ମୁମ୍ବାଇ: ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ସଂପର୍କ ବିଷୟରେ ସମସ୍ତଙ୍କୁ ଜଣା। ଏବେ ସମସ୍ତେ କେବଳ ସେମାନଙ୍କ ବାହାଘରକୁ ଅପେକ୍ଷା କରିଛନ୍ତି। ତା’ହେଲେ ଏହି ଯୋଡ଼ି କେବେ ବାହା ହେବେ? ନିକଟରେ ସୋଶାଲ୍ ମିଡିଆରେ ଚାଟ୍ କରିବା ବେଳେ ଜଣେ ଫ୍ୟାନ୍ ଏହି ପ୍ରଶ୍ନ ଅର୍ଜୁନଙ୍କୁ ପଚାରିଥିଲେ। ଏହାର ଜବାବରେ ସେ କହିଥିଲେ ଯେ ଯେତେବେଳେ ବାହାଘର ପାଇଁ କିଛି ନିଷ୍ପତ୍ତି ନିଆଯିବ, ସେତେବେଳେ ସମସ୍ତଙ୍କୁ ଜଣାଇ ଦିଆଯିବ। ଏହା ପରେ ସେ ଆହୁରି କହିଥିଲେ ଯେ ଏବେ ଯଦି ଆମେ ବାହା ହେବାକୁ ଚାହିଁବୁ, ତା’ହେଲେ ବି ହୋଇପାରିବୁ ନାହିଁ। ଅବଶ୍ୟ ଏହି କଥାବାର୍ତ୍ତା ଜାରି ରହିବା ବେଳେ ଅର୍ଜୁନ ସ୍ପଷ୍ଟ କରିଥିଲେ ଯେ ବିବାହ ନେଇ ସେମାନଙ୍କର ଏବେ କୌଣସି ଯୋଜନା ନାହିଁ। ସେ ଆହୁରି କହିଥିଲେ ଯେ ଏଥିରେ ଲୁଚାଇଲା ଭଳି କିଛି କଥା ନାହିଁ। ଯେତେବେଳେ ବି ସେମାନେ ବାହାଘର ହେବା ପାଇଁ ପ୍ରସ୍ତୁତ ହୋଇଯିବେ, ସେତେବେଳେ ପ୍ରଥମେ ଫ୍ୟାନ୍ମାନଙ୍କୁ ଜଣାଇବେ।
View this post on InstagramThe thinker.... #rodin (wondering Wat to do next ... can’t sit still )#stayhomestaysafe
A post shared by Malaika Arora (@malaikaaroraofficial) on
ସୋଶାଲ୍ ମିଡିଆରେ ଏହି କଥାବାର୍ତ୍ତା ବେଳେ କିଛି ଫ୍ୟାନ୍ ମଲାଇକାଙ୍କୁ ନେଇ ମଧ୍ୟ ଅର୍ଜୁନଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଜଣେ ଫ୍ୟାନ୍ ପଚାରିଥିଲେ ଯେ ମଲାଇକାଙ୍କ କେଉଁ ଗୁଣ ତାଙ୍କୁ ସବୁଠୁ ଭଲ ଲାଗେ। ଏହାର ଉତ୍ତରରେ ଅର୍ଜୁନ କହିଥିଲେ- ଧୈର୍ଯ୍ୟ। ତାଙ୍କ ସହିତ ରହିବା ଏତେ କଷ୍ଟକର ନୁହେଁ କି ଏତେ ସହଜ ବି ନୁହେଁ। ମୋତେ ଲାଗେ ଆମେ ଦୁହେଁ ପରସ୍ପର ପାଇଁ ପୂରା ପରଫେକ୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
