ଗୋଟିଏ ଭୋଟ୍‌ ପାଇଁ ଓସ୍କାର ଦୌଡ଼ରେ ପଛରେ ପଡ଼ିଯାଇଥିଲା ଏହି ଫିଲ୍ମ

  ମୁମ୍ବାଇ: ଭାରତର ଶ୍ରେଷ୍ଠ ଫିଲ୍ମଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ‘ମଦର ଇଣ୍ଡିଆ’। ଯାହା କି ଦେଶ ନୁହେଁ, ପୂରା ଦୁନିଆରେ ଏକ  ଲୋକପ୍ରିୟ ଏବଂ ସଫଳ ଫିଲ୍ମ। ଏହା ଭାରତର ସବୁଠୁ ଐତିହାସିକ ଫିଲ୍ମ ଭାବେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ୧୯୫୭ ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ଲୋକପ୍ରିୟତାର ପ୍ରଭାବ ଏତେ ଥିଲା ଯେ, ତାକୁ  ସେହି ବର୍ଷ  ଓସ୍କାର୍‌ ଆୱାର୍ଡ୍‌ରେ ସର୍ବଶ୍ରେଷ୍ଠ ବିଦେଶୀ ଫିଲ୍ମ ପାଇଁ ନୋମିନେଟ୍‌ କରାଯାଇଥିଲା। କିନ୍ତୁ ଦୁଭାଗ୍ୟ, ଏହି […]

nargis

Sangita Sahoo
  • Published: Friday, 22 February 2019
  • , Updated: 23 February 2019, 12:36 PM IST

 

ମୁମ୍ବାଇ: ଭାରତର ଶ୍ରେଷ୍ଠ ଫିଲ୍ମଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ‘ମଦର ଇଣ୍ଡିଆ’। ଯାହା କି ଦେଶ ନୁହେଁ, ପୂରା ଦୁନିଆରେ ଏକ  ଲୋକପ୍ରିୟ ଏବଂ ସଫଳ ଫିଲ୍ମ। ଏହା ଭାରତର ସବୁଠୁ ଐତିହାସିକ ଫିଲ୍ମ ଭାବେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ୧୯୫୭ ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ଲୋକପ୍ରିୟତାର ପ୍ରଭାବ ଏତେ ଥିଲା ଯେ, ତାକୁ  ସେହି ବର୍ଷ  ଓସ୍କାର୍‌ ଆୱାର୍ଡ୍‌ରେ ସର୍ବଶ୍ରେଷ୍ଠ ବିଦେଶୀ ଫିଲ୍ମ ପାଇଁ ନୋମିନେଟ୍‌ କରାଯାଇଥିଲା।

କିନ୍ତୁ ଦୁଭାଗ୍ୟ, ଏହି ଫିଲ୍ମ ପୁରସ୍କାର ପାଇ ନ ଥିଲା। ମାତ୍ର ଗୋଟିଏ ଭୋଟ୍‌ ପାଇଁ ଓସ୍କାର ଦୌଡ଼ରେ ପଛରେ ପଡ଼ିଯାଇଥିଲା  ‘ମଦର ଇଣ୍ଡିଆ’।  ତୃତୀୟ ଥର ମନୋନୟନ ପରେ ବି  ଅସ୍କାର ଭଳି ପୁରସ୍କାର ହାତେଇ ପରି ନ ଥିଲା। ସେହି ବର୍ଷ ଶ୍ରେଷ୍ଠ ଫରେନ୍‌ ଫିଲ୍ମ ଆୱାର୍ଡ ଇଟାଲିଅନ୍‌ ପ୍ରଯୋଜକ ଡିନୋ ଦି ଲରେଣ୍ଟିସ୍‌ଙ୍କ ଫିଲ୍ମ ‘ନାଇଟ୍‌ସ ଅଫ୍‌ କେବିରିୟା’କୁ ମିଳିଥିଲା।

ମେହେବୁବ୍‌ ଖାନ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ମଦର ଇଣ୍ଡିଆ’ରେ ନର୍ଗିସ୍‌ ରାଧା ଚରିତ୍ରରେ ଅଭିନୟ କରିଥିଲେ। ରାଧାଙ୍କ ସ୍ୱାମୀ ଶ୍ୟାମୁଙ୍କ ଦୁର୍ଘଟଣା ହୋଇଯାଏ। ଫଳରେ ସେ କାମ କରିବାକୁ ଅସମର୍ଥ ହୋଇ ଯାଆନ୍ତି। ଗାଁ ଲୋକଙ୍କ ଟାହିଟାପରା ଯୋଗୁ ସେ ଘର ଛାଡ଼ି ଦିଅନ୍ତି।  ଆଉ ଦୁଇ ପିଲାଙ୍କ ଦାୟିତ୍ୱ ରାଧାଙ୍କ ଉପରେ ଆସିଯାଏ। ଅନାହାର, ଝଡ଼, ତୋଫାନ ଓ ନଈବଢ଼ି ଭଳି କଠିନ ପରିସ୍ଥିତିରେ ରାଧା ନିଜ ପିଲାଙ୍କୁ ପାଳି ପୋଷି ବଡ଼ କରନ୍ତି। ଫିଲ୍ମର କ୍ଲାଇମାକ୍ସରେ ମା’ର ତ୍ୟାଗ ଓ ସଙ୍ଘର୍ଷ ଯୋଗୁ ତାଙ୍କୁ 'ମଦର ଇଣ୍ଡିଆ' ଆଖ୍ୟା ଦିଆଯାଇ ଥିଲା।

ପ୍ରକାଶ ଥାଉକି, ଫିଲ୍ମଟି ଗୁଜୁରାଟ୍‌ର ସୁରତ ସହର ଉପକଣ୍ଠ ଏକ ଗାଁରେ ଶୁଟିଂ ହେଉଥିଲା।  ସେ ସମୟରେ ନର୍ଗିସ୍‌ଙ୍କୁ କୁହାଯାଇଥିଲା ତାଙ୍କୁ ନିଆଁ ପାଖରେ ଗୋଟିଏ ସିନ୍‌ କରିବାକୁ ପଡ଼ିବ। କିନ୍ତୁ ଶୁଟିଂ ସମୟରେ ହଠାତ୍‌ ପବନର ଦିଗ ପରିବର୍ତ୍ତନ ଯୋଗୁ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଆଉ ନର୍ଗିସ୍‌ ତା’ ଭିତରେ ଫସି ଯାଇଥିଲେ। ଫିଲ୍ମରେ ନର୍ଗିସ୍‌ଙ୍କ ପୁଅ ଭୂମିକାରେ  ଅଭିନୟ କରିଥିବା ସୁନୀଲ୍ ଦତ୍ତ ତାଙ୍କୁ ରକ୍ଷା କରିବାକୁ ଯାଇ ନିଜ ଦେହରେ କମ୍ବଳ ଘୋଡ଼ାଇ ହୋଇ ନିଆଁ ଭିତରକୁ ଡେଇଁ ପଡ଼ିଥିଲେ। ଆଉ ନର୍ଗିସ୍‌ଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସେ ସମୟରେ ସୁନୀଲ୍‌ଙ୍କ ମୁହଁ ଓ ଛାତିରେ ଖୁବ୍‌ ଆଘାତ ଲାଗିଥିଲା। ଆଉ ତାଙ୍କୁ ଖୁବ୍‌ ଜ୍ୱର ହୋଇଯାଇଥିଲା। ସେ ସମୟରେ ତାଙ୍କୁ ଖୁବ୍‌ ସାହାଯ୍ୟ କରିଥିଲେ ଓ ତାଙ୍କର ଦେଖାଚାହାଁ ମଧ୍ୟ କରିଥିଲେ। ଖବର ମୁତାବକ, ଏହି ଘଟଣା ପରେ  ନର୍ଗିସ୍‌ଙ୍କର ସୁନୀଲ୍‌ଙ୍କ ପ୍ରତି  ଆକର୍ଷଣ ବଢ଼ି ଯାଇଥିଲା। ଆଉ ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

 

Related story