ଭାଇ ସହ ଏମିତି ଫଟୋ ଶେଆର୍ କରି ଟ୍ରୋଲ୍ ହୋଇଥିଲେ ସାରା

ମୁମ୍ବାଇ:  ବି-ଟାଉନ୍‌ରେ ଏବେ ଚାଲିଛି ଷ୍ଟାରକିଡ୍‌ଙ୍କ ଯୁଗ। ଆଉ ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚିତ ଚେହେରା ହେଉଛନ୍ତି ସୈଫ ଲଳନା ସାରା ଅଲି ଖାନ୍‌। ୨୦୧୮ରେ ଅଭିଷେକ କପୁରଙ୍କ ଫିଲ୍ମ ‘କେଦାରନାଥ’ରେ ସେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ଜରିଆରେ ସେ ବଲିଉଡ୍‌ରେ ଏକ ସଫଳ ପିଚୟ ସୃଷ୍ଟି କରିପାରିଛନ୍ତି। ଅଭିନୟ ବ୍ୟତୀତ ସେ ନିଜ ଷ୍ଟାଇଲ୍ ଓ ଫ୍ୟାଶନ୍ ସେନ୍ସ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚିତ। ହେଲେ ବେଳେ ବେଳେ ତାଙ୍କ ଡ୍ରେସ ପାଇଁ […]

sara

sara

Chinmayee Roy
  • Published: Tuesday, 07 July 2020
  • Updated: 07 July 2020, 02:46 PM IST

Sports

Latest News

ମୁମ୍ବାଇ:  ବି-ଟାଉନ୍‌ରେ ଏବେ ଚାଲିଛି ଷ୍ଟାରକିଡ୍‌ଙ୍କ ଯୁଗ। ଆଉ ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚିତ ଚେହେରା ହେଉଛନ୍ତି ସୈଫ ଲଳନା ସାରା ଅଲି ଖାନ୍‌। ୨୦୧୮ରେ ଅଭିଷେକ କପୁରଙ୍କ ଫିଲ୍ମ ‘କେଦାରନାଥ’ରେ ସେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ଜରିଆରେ ସେ ବଲିଉଡ୍‌ରେ ଏକ ସଫଳ ପିଚୟ ସୃଷ୍ଟି କରିପାରିଛନ୍ତି। ଅଭିନୟ ବ୍ୟତୀତ ସେ ନିଜ ଷ୍ଟାଇଲ୍ ଓ ଫ୍ୟାଶନ୍ ସେନ୍ସ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚିତ। ହେଲେ ବେଳେ ବେଳେ ତାଙ୍କ ଡ୍ରେସ ପାଇଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ବି ପଡ଼େ।

https://www.instagram.com/p/B6297JvJZ4P/?utm_source=ig_web_copy_link

ବାସ୍ତବରେ, ଫିଲ୍ମ 'ଲଭ୍ ଆଜ୍ କଲ୍' ରିଲିଜ୍ ହେବା ପରେ ସାରା ତାଙ୍କ ମା ଅମୃତା ସିଂହ ଏବଂ ଭାଇ ଇବ୍ରାହିମ୍ ଅଲି ଖାନଙ୍କ ସହ ଛୁଟି କଟାଇବାକୁ ମାଲଦ୍ୱୀପ ଯାଇଥିଲେ। ଏହି ସମୟର ବହୁତ ଫଟୋ ସେ ଇନଷ୍ଟାଗ୍ରାମରେ ଶେଆର୍‌ କରିଥିଲେ। କିନ୍ତୁ ଏହି ଫଟୋଗୁଡ଼ିକରେ କିଛି ଫଟୋ ଏମିତି ଥିଲା ଯେଉଁଥିରେ ସାରା ତାଙ୍କ ଭାଇଙ୍କ ସାମ୍ନାରେ ବିକିନି ପିନ୍ଧିଥିବାର ନଜର ଆସିଥିଲେ। ସାରା ତାଙ୍କ ବିକିନି ଫଟୋ ଶେଆର୍‌ କରିବା ମାତ୍ରେ ଟ୍ରୋଲର୍‌ମାନେ ତାଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଲେ।

ସାରା ନିଜ ଭାଇ ଓ ମାଆଙ୍କ ସହ ଛୁଟିରେ ଯାଇଥିଲେ। ଆଉ ସେଠି ସେ କ’ଣ ପିନ୍ଧିବେ ତାହା କେବଳ ସେ ହିଁ ସ୍ଥିର କରିବେ ଅନ୍ୟ କେହି ନୁହେଁ। ସେ ଯାହା ପସନ୍ଦ କରନ୍ତି ତାହା ପିନ୍ଧିବା ପାଇଁ ତାଙ୍କର ସମ୍ପୂର୍ଣ୍ଣ ସ୍ୱାଧୀନତା ଅଛି। ହେଲେ ଟ୍ରୋଲର୍ସମାନଙ୍କ ଏହା ହଜମ ହେଲାନି ଯେ ସେ ନିଜ ଭାଇ ଆଗରେ କେମିତି ବିକିନି ପିନ୍ଧିଲେ? ଏମିତି କି କିଛି ୟୁଜର ତାଙ୍କୁ ଧର୍ମ ପରିବର୍ତ୍ତନ କରିଦେବାକୁ ମଧ୍ୟ କହିଲେ।

https://www.instagram.com/p/B6x-cLOJu1S/?utm_source=ig_web_copy_link

ଏହି ମାନସିକତା ହେତୁ ଅଧିକାଂଶ ସେଲେବ୍ରିଟି ସୋଶାଲ୍ ମିଡିଆଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି।  ଯଦି ଆପଣ ସାରାଙ୍କ ଫଟୋଗୁଡ଼ିକୁ ଦେଖିବେ, ତେବେ ଆପଣ ଦେଖିପାରିବେ ଯେ ସେମାନଙ୍କ ଚାରିପାଖରେ ସମୁଦ୍ର ଏବଂ ସ୍ୱିମିଂ ପୁଲ୍‌ର ଦୃଶ୍ୟ ଅଛି। ତେବେ ଏହି ସ୍ଥାନରେ ସେ ବିକିନି ନ ପିନ୍ଧିବେ ତ ଆଉ କ’ଣ ପିନ୍ଧିବେ? ଆଉ ଯଦି ଏଥିରେ ତାଙ୍କ ଭାଇ ଇବ୍ରାହିମ୍‌ଙ୍କର କିଛି ଅସୁବିଧା ହେଉନି ତେବେ ଆମେମାନେ ତାଙ୍କୁ ପ୍ରଶ୍ନ କରିବାକୁ କିଏ? ଧର୍ମକୁ ଦର୍ଶାଇ ଏହିପରି କାହାକୁ ଲଜ୍ଜିତ କରିବା ନିଚ୍ଚ ମାନସିକତାକୁ ଦର୍ଶାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos