Advertisment

ଏମିତି କାମ କରି ଜେଲ୍‌ ଯାଇଥିଲେ ଶାହରୁଖ୍‌

ମୁମ୍ୱାଇ: ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାନ୍‌ ନିକଟରେ ଆମେରିକାର ଟିଭି ହୋଷ୍ଟ୍‌ ଡେଭିଡ୍‌ ଲେଟରମ୍ୟାନ୍‌ଙ୍କ ଚାଟ୍‌ ଶୋ’ ‘ମାଇଁ ନେକ୍ସଟ୍‌ ଗେଷ୍ଟ୍‌ ନିଡ୍‌ ନୋ ଇଣ୍ଟ୍ରୋଡକ୍ସନ୍‌’ରେ ଭାଗ ନେଇଥିଲେ। ଏହି ଶୋ’ରେ ସେ ତାଙ୍କ ଜୀବନ ସହିତ ଜଡ଼ିତ ଥିବା ଅନେକ କଥା କହିଥିଲେ, ଯାହା ହୁଏତ ଆପଣମାନେ ପୂର୍ବରୁ ଜାଣି ନଥିବେ। ଶାହରୁଖ୍‌ କହିଥିଲେ ଯେ ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା, ଯେତେବେଳେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ଏପରିକି ଜେଲ୍‌ରୁ ବାହାରିବା […]

ଅଦ୍ୟତନ ହୋଇଛି
ଏମିତି କାମ କରି ଜେଲ୍‌ ଯାଇଥିଲେ ଶାହରୁଖ୍‌

s22

Advertisment

ମୁମ୍ୱାଇ: ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାନ୍‌ ନିକଟରେ ଆମେରିକାର ଟିଭି ହୋଷ୍ଟ୍‌ ଡେଭିଡ୍‌ ଲେଟରମ୍ୟାନ୍‌ଙ୍କ ଚାଟ୍‌ ଶୋ’ ‘ମାଇଁ ନେକ୍ସଟ୍‌ ଗେଷ୍ଟ୍‌ ନିଡ୍‌ ନୋ ଇଣ୍ଟ୍ରୋଡକ୍ସନ୍‌’ରେ ଭାଗ ନେଇଥିଲେ। ଏହି ଶୋ’ରେ ସେ ତାଙ୍କ ଜୀବନ ସହିତ ଜଡ଼ିତ ଥିବା ଅନେକ କଥା କହିଥିଲେ, ଯାହା ହୁଏତ ଆପଣମାନେ ପୂର୍ବରୁ ଜାଣି ନଥିବେ।

Advertisment

ଶାହରୁଖ୍‌ କହିଥିଲେ ଯେ ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା, ଯେତେବେଳେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ଏପରିକି ଜେଲ୍‌ରୁ ବାହାରିବା ପାଇଁ ସେ ପୁଲିସ୍‌କୁ ହାତ ଯୋଡ଼ି ଅନୁରୋଧ ମଧ୍ୟ କରିଥିଲେ।

ଏହି ଘଟଣାଟି ହେଉଛି ୧୯୯୨ ମସିହାର। ଶାହରୁଖ୍‌ ସେହି ସମୟରେ ‘ମାୟା ମେମ୍‌ସାହେବ’ ନାମରେ ଗୋଟିଏ ଫିଲ୍ମର ଶୁଟିଂ କରୁଥିଲେ। ଏହାର ନିର୍ଦ୍ଦେଶକ ଥିଲେ କେତନ ମେହତା। ଏଥିରେ ଶାହରୁଖଙ୍କ ହିରୋଇନ୍‌ ଥିଲେ କେତନଙ୍କ ସ୍ତ୍ରୀ ଦୀପା ସାହି। ଫିଲ୍ମର ଗୋଟିଏ ଦୃଶ୍ୟରେ ଦୀପାଙ୍କ ସହିତ ଶାହରୁଖ୍‌ଙ୍କର ଏକ ଅନ୍ତରଙ୍ଗ ମୁହୂର୍ତ୍ତ ରହିଥିଲା। ଫିଲ୍ମର ଶୁଟିଂ ସମୟରେ ଗୋଟିଏ ମାଗାଜିନ୍‌ରେ ଏହାକୁ ନେଇ ଆପତ୍ତିଜନକ ଖବର ପ୍ରକାଶ ପାଇଥିଲା। ଏଥିରେ ଲେଖା ହୋଇଥିଲା, ଅନ୍ତରଙ୍ଗ ଦୃଶ୍ୟ ଶୁଟିଂ ପୂର୍ବରୁ ନିର୍ଦ୍ଦେଶକ ଶାହରୁଖ୍‌ ଓ ଦୀପାଙ୍କୁ ଗୋଟିଏ ରାତି ଏକାଠି ବିତାଇବା ପାଇଁ କହିଥିଲେ। ଏହାଦ୍ୱାରା ସେମାନେ ପରସ୍ପରକୁ ଭଲ ଭାବରେ ଜାଣିପାରିବେ। ଏହି ଖବର ଶାହରୁଖ୍‌ ଓ ନିର୍ଦ୍ଦେଶକଙ୍କ ସ୍ତ୍ରୀଙ୍କ ପ୍ରତି ଭାରି ଅପମାନ ଥିଲା। ଶାହରୁଖ୍‌ଙ୍କୁ ଏ ଖବର ପଢ଼ି ଭାରି ଖରାପ ଲାଗିଥିଲା।

Advertisment

ଏ ଘଟଣାକୁ ନେଇ ଲେଟର୍‌ମ୍ୟାନ୍‌ଙ୍କ ଶୋ’ରେ ଶାହରୁଖ୍‌ କହିଥିଲେ, “ଏହି ଖବର ପଢ଼ିବା ପରେ ମୁଁ ଡିଷ୍ଟର୍ବ ହୋଇପଡ଼ିଥିଲି। ଇଣ୍ଡଷ୍ଟ୍ରୀରେ ନୂଆ ମଧ୍ୟ ଥିଲି ଏବଂ ସବୁ ନ୍ୟୁଜ୍‌ରେ ପ୍ରତିକ୍ରିୟା ଦେଇ ଦେଉଥିଲି। ଭାଗ୍ୟ ଭଲ ସେ ସମୟରେ ସୋଶାଲ ମିଡିଆ ନଥିଲା, କେବଳ ପତ୍ରପତ୍ରିକା ଥିଲା। ରାଗିଯାଇ ମୁଁ ନିର୍ଦ୍ଦେଶକଙ୍କୁ କଲ୍‌ କରିଥିଲି। କାରଣ ଏହି ଖବର ତାଙ୍କ ସ୍ୱୀକୃତିରେ ଛପା ଯାଇଛି ବୋଲି ମୋ ପାଖରେ ଖବର ପହଞ୍ଚିଥିଲା। ଏହାପରେ ମୁଁ ତାଙ୍କ ଅଫିସ୍‌ରେ ପହଞ୍ଚିଥିଲି ଓ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲି। ସେଠାରେ ଥିବା ଲୋକଙ୍କ ଉପରେ ଚିଲ୍ଲାଇବା ସହିତ ବାଡ଼େଇବା ପାଇଁ ଧମକ ମଧ୍ୟ ଦେଇଥିଲି। ଆଉ ସେଥିପାଇଁ ମୋତେ ପୁଲିସ୍‌ ଗିରଫ କରିଥିଲା।”

ଶାହରୁଖ୍‌ ଆହୁରି କହିଥିଲେ, “ମୁଁ ଯେଉଁ ହାଜତରେ ଥିଲି ତାହା ବହୁତ ଅପରିଷ୍କାର ଥିଲା। ସେଥିପାଇଁ ଛାଡ଼ି ଦେବାକୁ ମୁଁ ପୁଲିସ୍‌ ଷ୍ଟେସନରେ ହାତ ଯୋଡ଼ି ଅନୁରୋଧ କରିଥିଲି। ଏପରି ଭୁଲ୍ ଆଉ କେବେ କରିବି ନାହିଁ ବୋଲି ବି କହିଥିଲି। ଏହାପରେ ସନ୍ଧ୍ୟାରେ ମୋତେ ଜାମିନ ମିଳିଥିଲା।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe