h1
ମୁମ୍ୱାଇ: ‘ୱାର୍’ ଫିଲ୍ମକୁ ଜବରଦସ୍ତ ରେସ୍ପନ୍ସ ମିଳିଛି। ଆଉ ଏହା ସହିତ ହ୍ରିତ୍ୱିକ୍ଙ୍କୁ ମଧ୍ୟ ମିଳିଛି ଜବରଦସ୍ତ ସଫଳତା। ଅବଶ୍ୟ ଏମିତି ନୁହେଁ ଯେ, ଏହି ଫିଲ୍ମରେ ହିଁ ସେ ତାଙ୍କର ଅଭିନୟ ଦକ୍ଷତା ଦେଖାଇଛନ୍ତି। ପୂର୍ବରୁ ଅନେକ ଫିଲ୍ମରେ ସେ ପ୍ରଶଂସନୀୟ ଅଭିନୟ କରିଛନ୍ତି। ସେ ଏମିତି ଜଣେ ଅଭିନେତା, ଯାହାଙ୍କ ସହିତ ସମସ୍ତ ଅଭିନେତ୍ରୀ ଫିଲ୍ମ କରିବାକୁ ଚାହିଁବେ। ହେଲେ ଜାଣନ୍ତି, ଏମିତି ଜଣେ ଅଭିନେତ୍ରୀ ଅଛନ୍ତି, ଯିଏ ହ୍ରିତ୍ୱିକଙ୍କ ଫୋନ୍ ଉଠାଉ ନଥିଲେ। ସେ ବାରମ୍ବାର ଫୋନ୍ କଲେ ବି ସେହି ହିରୋଇନ୍ ତାଙ୍କ ଫୋନ୍ ଉଠାଇ ନଥିଲେ। ଆଉ ଏ କଥା ନିଜେ ହ୍ରିତ୍ୱିକ୍ କହିଥିଲେ। ହେଲେ କଥାଟା ବହୁତ ପୁରୁଣା, ୨୦୧୫ ମସିହାର। ଆଉ ଆଜି ହେଉଛି ସେହି ଅଭିନେତ୍ରୀଙ୍କ ଜନ୍ମଦିନ। ସେ ହେଲେ ଫ୍ରିଡ଼ା ପିଣ୍ଟୋ। ଆଜିର ଦିନରେ ମୁମ୍ବାଇରେ ସେ ଜନ୍ମ ହୋଇଥିଲେ।/odisha-reporter/media/post_attachments/wp-content/uploads/2019/10/h2-1.jpg)
୨୦୧୪ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଡେଜର୍ଟ ଡ୍ୟାନ୍ସର’। ଏଥିରେ ଥିଲେ ଫ୍ରିଡ଼ା ପିଣ୍ଟୋ। ସେ ଏଥିରେ ବଢ଼ିଆ ଅଭିନୟ କରିଥିଲେ। ତାଙ୍କ ଅଭିନୟ ହ୍ରିତ୍ୱିକ୍ଙ୍କ ମନକୁ ଖୁବ୍ ପାଇଥିଲା। ଫ୍ରିଡ଼ାଙ୍କ ନୃତ୍ୟ ବି ତାଙ୍କୁ ଭଲ ଲାଗିଥିଲା। ସେଥିପାଇଁ ହ୍ରିତ୍ୱିକ୍ ତାଙ୍କୁ ଫୋନ୍ କରିଥିଲେ। ହେଲେ ଫ୍ରିଡ଼ା ଫୋନ୍ ଉଠାଇ ନଥିଲେ। ଆଉ ଏ କଥାକୁ ସେ ୨୦୧୫ ଜୁଲାଇ ୨୭ ତାରିଖରେ କରିଥିବା ଦୁଇଟି ଟ୍ୱିଟ୍ରେ କହିଥିଲେ।
ମୁମ୍ୱାଇରେ ଜନ୍ମଗ୍ରହଣ କରିଥିବା ଫ୍ରିଡ଼ା ‘Slumdog Millionaire’ ଭଳି ଫିଲ୍ମରେ ଅଭିନୟ କରି ବେଶ୍ ଚର୍ଚ୍ଚିତ ହୋଇଥିଲେ। ୧୯୮୪ ମସିହାରେ ଆଜିର ଦିନରେ ସେ ଜନ୍ମ ହୋଇଥିଲେ। ଭାରତରେ ଫ୍ରିଡ଼ାଙ୍କର ଅନେକ ପ୍ରଶଂସକ ରହିଥିବା ବେଳେ ବଲିଉଡ୍ ଅଭିନେତା ହ୍ରିତ୍ୱିକ୍ ରୋଶନ୍ ମଧ୍ୟ ତାଙ୍କର ଜଣେ ବହୁତ ବଡ଼ ପ୍ରଶଂସକ।
ସୂଚନାଯୋଗ୍ୟ, ଫ୍ରିଡ଼ା ଅନେକ ଭାରତୀୟ କଳାକାରଙ୍କ ସହିତ କାମ କରିସାରିଛନ୍ତି। ଗ୍ଲୋବାଲ୍ ସେକ୍ସ ଟ୍ରେଡ୍ ନେଟୱାର୍କ ଉପରେ ନିର୍ମାଣ ହୋଇଥିବା ଫିଲ୍ମ ‘ଲଭ୍ ସୋନିଆ’ରେ ଅଭିନୟ କରି ସେ ଅନେକ ପ୍ରଶଂସା ସାଉଁଟିଥିଲେ। ଏହି ଫିଲ୍ମଟି ଗାଁରେ ରହୁଥିବା ଜଣେ ଛୋଟ ଝିଅ ସୋନିଆ ଉପରେ ଆଧାରିତ ହୋଇଥିଲା, ଯିଏ ପରେ ସେକ୍ସ ରାକେଟ୍ର ଶିକାର ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/h1-1.jpg)