Advertisment

ବାବୁସାନ୍‌ଙ୍କୁ ଏହି ଅଭିନେତ୍ରୀ ଲାଗନ୍ତି ଏନର୍ଜେଟିକ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲଉଡ୍‌ରେ ସବୁଠୁ ଅଧିକ ହିରୋଇନ୍‌ଙ୍କ ସହ ଅଭିନୟ କରିଥିବା ଅଭିନେତା ହେଉଛନ୍ତି ବାବୁସାନ୍‌। ଆଉ ଏଥର ଦଶହରାରେ ତାଙ୍କର ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ମିଷ୍ଟର ମଜ୍‌ନୁ’ରେ ଅଛନ୍ତି ତିନି ଜଣ ହିରୋଇନ୍‌। ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଫିଲ୍ମରେ ତାଙ୍କ ସହିତ ସୂର୍ଯ୍ୟମୟୀ, ଦିବ୍ୟା ଓ ଶୀତଲ ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି। ‘ଓଟିଭି’ର ଗପସପ କାର୍ଯ୍ୟକ୍ରମରେ ବାବୁସାନଙ୍କୁ ଏହି ତିନି ହିରୋଇନ୍‌ଙ୍କ ମଧ୍ୟରୁ କିଏ ଅଧିକ ଏନର୍ଜେଟିକ୍ ଲାଗନ୍ତି ବୋଲି ପଚରା […]

ବାବୁସାନ୍‌ଙ୍କୁ ଏହି ଅଭିନେତ୍ରୀ ଲାଗନ୍ତି ଏନର୍ଜେଟିକ୍

babushan

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲଉଡ୍‌ରେ ସବୁଠୁ ଅଧିକ ହିରୋଇନ୍‌ଙ୍କ ସହ ଅଭିନୟ କରିଥିବା ଅଭିନେତା ହେଉଛନ୍ତି ବାବୁସାନ୍‌। ଆଉ ଏଥର ଦଶହରାରେ ତାଙ୍କର ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ମିଷ୍ଟର ମଜ୍‌ନୁ’ରେ ଅଛନ୍ତି ତିନି ଜଣ ହିରୋଇନ୍‌। ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଫିଲ୍ମରେ ତାଙ୍କ ସହିତ ସୂର୍ଯ୍ୟମୟୀ, ଦିବ୍ୟା ଓ ଶୀତଲ ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି।

Advertisment

‘ଓଟିଭି’ର ଗପସପ କାର୍ଯ୍ୟକ୍ରମରେ ବାବୁସାନଙ୍କୁ ଏହି ତିନି ହିରୋଇନ୍‌ଙ୍କ ମଧ୍ୟରୁ କିଏ ଅଧିକ ଏନର୍ଜେଟିକ୍ ଲାଗନ୍ତି ବୋଲି ପଚରା ଯାଇଥିଲା। ଏହାର ଉତ୍ତରରେ ସେ ଦିବ୍ୟାଙ୍କ ନାଁ ନେଇଥିଲେ।

publive-imageବାବୁସାନ୍ କହିଥିଲେ, ଦିବ୍ୟା ସେଟ୍‌ରେ ସବୁବେଳେ ଚଳଚଞ୍ଚଳ ରହନ୍ତି। ପ୍ରତି ଶଟ୍‌କୁ ସେ ଏକଦମ୍‌ ଦମ୍‌ଦାର ଢଙ୍ଗରେ ଦିଅନ୍ତି। ଏହା ସହିତ ଦିବ୍ୟା ତାଙ୍କ ପ୍ରଥମ ସିନେମାରୁ ବମ୍‌ ପରି ଫୁଟିଛନ୍ତି ଅର୍ଥାତ୍‌ ଦମ୍‌ଦାର ଅଭନୟ ସହ ସେ ଜବରଦସ୍ତ ନାଚି ଚାଲିଛନ୍ତି ବୋଲି ସେ କହିଥିଲେ।

Advertisment

ବାବୁସାନ୍‌ ଏ କଥା କହିବା ବେଳେ ଦିବ୍ୟାଙ୍କ ସହିତ ସୂର୍ଯ୍ୟମୟୀ ଓ ଶୀତଲ ବି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ‘ମିଷ୍ଟର୍ ମଜ୍‌ନୁ’ ଫିଲ୍ମରେ ବାବୁସାନ୍‌ଙ୍କୁ ଆପଣ ଏକ ଭିନ୍ନ ଲୁକ୍‌ରେ ଦେଖିବାକୁ ପାଇବେ। ସେ ଏଥିରେ ଆଗ ଅପେକ୍ଷା ଖୁବ୍ ସ୍ଲିମ୍ ଦେଖାଯାଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe