କେମିତି ପୁଅକୁ ବାହା ହେବାକୁ ଚାହାନ୍ତି ଶୀତଲ୍‌?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ହେଉଛନ୍ତି ଶୀତଲ୍‌ ପାତ୍ର। ୨୦୧୫ରେ ‘ଯିଏ ଯାହା କହୁ ମୋର ଢୋ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ପାଦ ଦେଇଥିଲେ। ବାବୁସାନ୍‌ଙ୍କ ସହ ସେ ଏହି ଫିଲ୍ମ କରିଥିଲେ। କୁହାଯାଏ, ଶୀତଲ ଭାରି ଅନ୍‌ରୋମାଣ୍ଟିକ୍‌। ତେବେ ସେ ଭାରି ଇମୋସ୍‌ନାଲ୍‌। କଥା କଥାରେ ଭାବପ୍ରବଣ ହୋଇଯା’ନ୍ତି। ବିଭିନ୍ନ ପୋଗ୍ରାମ୍‌ରେ କିମ୍ବା ଶୋ’ରେ ଜଜ୍‌ ଭୂମିକାରେ ଥିବା ବେଳେ ଅନେକ ସମୟରେ ସେ କାନ୍ଦି ପକାନ୍ତି, ଯାହାକୁ ନେଇ ଭାରି ଚର୍ଚ୍ଚା […]

Shankaracharya

Biswobandita Swain
  • Published: Sunday, 01 September 2019
  • , Updated: 01 September 2019, 04:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ହେଉଛନ୍ତି ଶୀତଲ୍‌ ପାତ୍ର। ୨୦୧୫ରେ ‘ଯିଏ ଯାହା କହୁ ମୋର ଢୋ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ପାଦ ଦେଇଥିଲେ। ବାବୁସାନ୍‌ଙ୍କ ସହ ସେ ଏହି ଫିଲ୍ମ କରିଥିଲେ।

କୁହାଯାଏ, ଶୀତଲ ଭାରି ଅନ୍‌ରୋମାଣ୍ଟିକ୍‌। ତେବେ ସେ ଭାରି ଇମୋସ୍‌ନାଲ୍‌। କଥା କଥାରେ ଭାବପ୍ରବଣ ହୋଇଯା’ନ୍ତି। ବିଭିନ୍ନ ପୋଗ୍ରାମ୍‌ରେ କିମ୍ବା ଶୋ’ରେ ଜଜ୍‌ ଭୂମିକାରେ ଥିବା ବେଳେ ଅନେକ ସମୟରେ ସେ କାନ୍ଦି ପକାନ୍ତି, ଯାହାକୁ ନେଇ ଭାରି ଚର୍ଚ୍ଚା ହୁଏ।

ଏ ନେଇ ଶୀତଲ କହନ୍ତି ଯେ, ସେ ଭାରି ସରଳ। ସେହିପରି ପ୍ରେମ ମାମଲାରେ ସେ ପୂରା ଢିଲା।  ରୋମାଣ୍ଟିକ୍‌ ସିନ୍‌ କରିବାରେ ମଧ୍ୟ ସେ ଭାରି ଦୁର୍ବଳ। ‘ଯିଏ ଯହା କହୁ ମୋର ଢୋ’ ଫିଲ୍ମ  ଶୁଟିଂ ସମୟରେ ଯେତେବେଳେ ତାଙ୍କୁ ରୋମାଣ୍ଟିକ୍‌ ସିନ୍‌ କରିବାକୁ କୁହାଯାଉଥିଲା, ସେ ଠିକ୍ ଭାବେ ଏକ୍ସପ୍ରେସନ୍‌ ଦେଇପାରୁ ନଥିଲେ।

ଶୀତଲ ତାଙ୍କ ବାପାଙ୍କୁ ଭାରି ଭଲ ପାଆନ୍ତି। ଭବିଷ୍ୟତରେ ସେ ତାଙ୍କ ବାପାଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହାନ୍ତି। ତାଙ୍କ ବାପାଙ୍କ ସହ ତାଙ୍କର ବୁଝାମଣା ଭଲ। ତାଙ୍କ ବାପା ବହୁତ ସ୍ନେହୀ। ତେଣୁ ସେ ତାଙ୍କ ବାପାଙ୍କ ପରି ଜଣେ ବ୍ୟକ୍ତିଙ୍କୁ ଜୀବନସାଥୀ କରିବାକୁ  ଚାହାନ୍ତି ବୋଲି କହିଛନ୍ତି।

Related story