ମୁମ୍ବାଇ: ବଲିଉଡ୍ର ମୋଷ୍ଙ ଏଲିଜିବଲ୍ ବ୍ୟାଚ୍ଲର୍ ଭାବେ ଜଣାଶୁଣା ଭାଇଜାନ୍। ଭାଇଜାନ୍ ସଲ୍ମାନଙ୍କ ବାହାଘରକୁ ନେଇ ସବୁବେଳେ ଚର୍ଚ୍ଚା ଜୋର୍ ଧରିଥାଏ। ଯେତେବେଳେ ବି ତାଙ୍କୁ ବାହାଘର ବିଷୟରେ ପଚରାଯାଏ ସେତେବେଳେ ସେ କିଛି ଅଲଗା କଥା କହି ବିବାହ କଥାକୁ ଏଡ଼ାଇ ଦେଇଥାନ୍ତି।
କେବଳ ବଲିଉଡ୍ ନୁହେଁ, ସାରା ଦୁନିଆ ମଧ୍ୟ ତାଙ୍କ ବାହାଘର କେବେ ହେବ ସେହି ଦିନକୁ ଚାହିଁ ବସିଛନ୍ତି। ଏବେ ଫିଲ୍ମ ‘ଭାରତ’ର ପ୍ରମୋସନ୍ରେ ବ୍ୟସ୍ତ ଥିବା ସଲ୍ମାନ୍ ଏହି କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, କେହି ବି ଝିଅ ମୋତେ ବାହା ହେବା ପାଇଁ ପ୍ରପୋଜ୍ କରିନାହାନ୍ତି। ଏଥିପାଇଁ ତାଙ୍କର ବାହାଘର ହୋଇପାରୁନାହିଁ।
କିଛି ଦିନ ପୂର୍ବରୁ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଥିଲା। ଯେଉଁଥିରେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଭାଇଜାନ୍ଙ୍କୁ ପ୍ରପୋଜ କରୁଛନ୍ତି। ଏହା ଉପରେ ପ୍ରଶ୍ନ ପଚରାଯିବାରୁ ସେ କହିଥିଲେ ଯେ, ଆଜି ଯାଏଁ ତାଙ୍କୁ କେହି ଝିଅ ପ୍ରପୋଜ୍ କରିନାହାନ୍ତି।
ଏହା ପରେ ଆହୁରି ମଧ୍ୟ ସେ କହିଥିଲେ ଯେ, ସେ କ୍ୟାଣ୍ଡେଲ୍ ଲାଇଟ୍ ଡିନର୍ କରିନାହାନ୍ତି। ସେ କହିଛନ୍ତି, ଏହା ମଧ୍ୟ ହେଇପାରେ ଯେ, ମୁଁ ଯଦି କ୍ୟାଣ୍ଡେଲ୍ ଲାଇଟ୍ ଡିନର୍ କରିଥାନ୍ତି, ମୋତେ ଆଜି ପ୍ରପୋଜାଲ୍ ମିଳିଥାନ୍ତା। ଏମିତିରେ ବି ମୋତେ କ୍ୟାଣ୍ଡେଲ୍ ଲାଇଟ୍ରେ ଖାଇବା ଦେଖାଯାଏ ନାହିଁ।
ଏହାପରେ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ, ତାଙ୍କର ବିବାହ ହେଉନାହିଁ ବୋଲି କ‘ଣ ତାଙ୍କୁ ଦୁଃଖ ଲାଗୁଛି। ଏହାର ଉତ୍ତରରେ ସେ କହିଥିଲେ ଯେ, ହଁ ମୋତେ ଦୁଃଖ ହୁଏ ଯେ, ମୋତେ ଆଜି ଯାଏଁ କେହି ଝିଅ ପ୍ରପୋଜ୍ କରିନାହାନ୍ତି।
ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ, ସଲ୍ମାନ ଏବଂ କ୍ୟାଟ୍ରିନାଙ୍କ ଫିଲ୍ମ ‘ଭାରତ’ ୫ ଜୁନ୍ରେ ରିଲିଜ୍ ହେବ। ଫିଲ୍ମରେ ସଲ୍ମାନ୍, କ୍ୟାଟ୍ରିନାଙ୍କ ସହ ତବୁ, ଜ୍ୟାକି ଶ୍ରଫ୍, ଦିଶା ପଟାନି, ସୁନିଲ୍ ଗ୍ରୋବରଙ୍କ ଭଳି ବହୁ କଳାକାର ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।