Advertisment

କିଏ ବଦଳେଇ ଦେଲେ ଏଲିନାଙ୍କ ଜୀବନ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଏକ୍ସପ୍ରେସନ୍‌ କୁଇନ୍‌ ହେଉଛନ୍ତି ଏଲିନା ସାମନ୍ତରାୟ। ନିଜର ଜବରଦସ୍ତ ଅଭିନୟ ଯୋଗୁ ସେ ଆଜି ରାଜ୍ୟର ଘରେ ଘରେ ବେଶ୍ ପରିଚିତ। ସେ ଓଲିଉଡ୍‌କୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। କେବଳ ଓଲିଉଡ୍‌ରେ ନୁହେଁ, ସେ ବଙ୍ଗଳା ଫିଲ୍ମ ମଧ୍ୟ କରୁଛନ୍ତି। ତେବେ ଏଲିନା ଯେଉଁ ସଫଳତା ହାସଲ କରିଛନ୍ତି, ତା’ର ଶ୍ରେୟ ସେ ଜଣେ ମହିଳାଙ୍କୁ ଦିଅନ୍ତି। ଆପଣ କହିପାରିବେ ସେ କିଏ? ସମସ୍ତେ ଜାଣିଛନ୍ତି ଏକ ରିଏଲିଟି ଶୋ’ ମାଧ୍ୟମରେ […]

କିଏ ବଦଳେଇ ଦେଲେ ଏଲିନାଙ୍କ ଜୀବନ?

eee

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଏକ୍ସପ୍ରେସନ୍‌ କୁଇନ୍‌ ହେଉଛନ୍ତି ଏଲିନା ସାମନ୍ତରାୟ। ନିଜର ଜବରଦସ୍ତ ଅଭିନୟ ଯୋଗୁ ସେ ଆଜି ରାଜ୍ୟର ଘରେ ଘରେ ବେଶ୍ ପରିଚିତ। ସେ ଓଲିଉଡ୍‌କୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। କେବଳ ଓଲିଉଡ୍‌ରେ ନୁହେଁ, ସେ ବଙ୍ଗଳା ଫିଲ୍ମ ମଧ୍ୟ କରୁଛନ୍ତି। ତେବେ ଏଲିନା ଯେଉଁ ସଫଳତା ହାସଲ କରିଛନ୍ତି, ତା’ର ଶ୍ରେୟ ସେ ଜଣେ ମହିଳାଙ୍କୁ ଦିଅନ୍ତି। ଆପଣ କହିପାରିବେ ସେ କିଏ?

Advertisment

publive-image ସମସ୍ତେ ଜାଣିଛନ୍ତି ଏକ ରିଏଲିଟି ଶୋ’ ମାଧ୍ୟମରେ ଓଲିଉଡ୍‌ରେ ପାଦ ରଖିଥିଲେ ଏଲିନା। ‘ତରଙ୍ଗ’ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ରିଏଲିଟି ଶୋ ‘କିଏ ହେବ ମୋ ହିରୋଇନ୍‌’ ସିଜନ୍‌-୧ରେ ବିଜୟୀ ହୋଇଥିଲେ ଏଲିନା। ଏହାପରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଇସ୍କ ତୁ ହି ତୁ’। ଏଥିରେ ସେ ଅରିନ୍ଦମଙ୍କ ସହିତ ଅଭିନୟ କରିଥିଲେ। ପ୍ରଥମ ଫିଲ୍ମ ସୁପରହିଟ୍‌ ହେବା ପରେ ତାଙ୍କ ପାଖକୁ ଗୋଟେ ପରେ ଗୋଟେ ଫିଲ୍ମର ଅଫର୍‌ ଆସିଥିଲା।

publive-imageଏଲିନା କହନ୍ତି ଯେ, ସେ କେବେ ଅଭିନେତ୍ରୀ ହେବେ ବୋଲି ଚିନ୍ତା କରି ନଥିଲେ। କିନ୍ତୁ ଏହି ରିଏଲିଟି ଶୋ’ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ସେଥିପାଇଁ ସେ ଏହି ଶୋ’ର ଆୟୋଜନ କରିଥିବା ଓଡିଶା ଟେଲିଭିଜନ୍‌ ଲିମିଟେଡ୍‌ର କୋ-ଫାଉଣ୍ଡର ଜଗି ମଙ୍ଗତ ପଣ୍ଡାଙ୍କୁ ସବୁବେଳେ ଧନ୍ୟବାଦ ଦିଅନ୍ତି। ଜଗି ତାଙ୍କ ଜୀବନକୁ ଏକ ନୂଆ ମୋଡ଼ ଦେଇଥିବା ଏଲିନା କହନ୍ତି।

Advertisment

ସେ ବିଭିନ୍ନ କାର୍ଯ୍ୟକ୍ରମ, ସାକ୍ଷାତକାର ଓ ପୁରସ୍କାର ଉତ୍ସବରେ ଜଗି ମଙ୍ଗତ ପଣ୍ଡାଙ୍କ ନାଁ ନେଇଛନ୍ତି ଓ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe