Advertisment

ଶାହାରୁଖ୍ ଖାନ୍‌ଙ୍କ ପୁଅଙ୍କ ସହ ଧରାପଡ଼ିଥିବା ମୁନ୍‌ମୁନ୍‌ କିଏ ?

ମୁମ୍ବାଇ: ମଝି ଦରିଆରେ ଡ୍ରଗସ୍‌ ପାର୍ଟିରେ ମସଗୁଲଥିବା ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଜାଲରେ ଫସିଛନ୍ତି। ଆଉ ଏହି ରେଭ୍ ପାର୍ଟିରେ ସାମିଲ ଥିବା ଆହୁରି ୮ ଜଣଙ୍କୁ କାବୁ କରିଛି ଏନ୍‌ସିବି। ଯେଉଁ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ମୁନ୍‌ମୁନ୍‌ ଧମେଚା, ନୁପୂର ଶାରିକା, ଇସ୍ମିତ ସିଂହ, ମୋହକ ଜସୱାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଅରବାଜ ମର୍ଚାଣ୍ଟ।। ତେବେ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ ଭଳି ମୁନ୍‌ମୁନ୍‌ ଧମେଚାଙ୍କୁ […]

ଅଦ୍ୟତନ ହୋଇଛି
ଶାହାରୁଖ୍ ଖାନ୍‌ଙ୍କ ପୁଅଙ୍କ ସହ ଧରାପଡ଼ିଥିବା ମୁନ୍‌ମୁନ୍‌ କିଏ ?

aryan

Advertisment

ମୁମ୍ବାଇ: ମଝି ଦରିଆରେ ଡ୍ରଗସ୍‌ ପାର୍ଟିରେ ମସଗୁଲଥିବା ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଜାଲରେ ଫସିଛନ୍ତି। ଆଉ ଏହି ରେଭ୍ ପାର୍ଟିରେ ସାମିଲ ଥିବା ଆହୁରି ୮ ଜଣଙ୍କୁ କାବୁ କରିଛି ଏନ୍‌ସିବି। ଯେଉଁ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ମୁନ୍‌ମୁନ୍‌ ଧମେଚା, ନୁପୂର ଶାରିକା, ଇସ୍ମିତ ସିଂହ, ମୋହକ ଜସୱାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଅରବାଜ ମର୍ଚାଣ୍ଟ।। ତେବେ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ ଭଳି ମୁନ୍‌ମୁନ୍‌ ଧମେଚାଙ୍କୁ ନେଇ ମଧ୍ୟ ଅଧିକ ଚର୍ଚ୍ଚା। ତେବେ କିଏ ଏହି ମୁନ୍‌ମୁନ୍‌ ଧମେଚା ? ଯିଏ ଏହି ହାଇପ୍ରୋଫାଇଲ ସେଲେବ୍ରେଟିଙ୍କ ମଧ୍ୟରେ ମସଗୁଲ ଥିଲେ।

Advertisment

ଅରବାଜ୍ ସେଥ୍ ମର୍ଚାଣ୍ଟ ଆର୍ଯ୍ୟନ୍‌ଙ୍କ ନିଷ୍ଠ ବନ୍ଧୁ ହୋଇଥିବା ବେଳେ ମୁନ୍‌ମୁନ୍‌ ଧମେଚା ଜଣେ ବିଶିଷ୍ଟ ବ୍ୟବସାୟୀ ଝିଅ। ବୃତ୍ତିରେ ସେ  ଫ୍ୟାଶନ୍ ମଡେଲ୍ । ୩୯ ବର୍ଷୀ ମୁନ୍‌ମୁନ୍‌ଙ୍କୁ ଅକ୍ଟୋବର୩ ତାରିଖରେ ‌ଏନ୍‌ସିବି ଗିରଫ କରିଥିଲା। ମୁନ୍‌ମୁନ୍‌ଙ୍କ ଘର ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ। ଏବେ ତାଙ୍କ ପରିବାରର କେହି ମଧ୍ୟପ୍ରଦେଶରେ ରହୁନାହାନ୍ତି। ଗତ ବର୍ଷ ମୁନ୍‌ମୁନ୍‌ଙ୍କୁ ମା’ଙ୍କର ଦେହାନ୍ତ ହୋଇଥିବାବେଳେ ଆଗରୁ ସେ ବାପାଙ୍କୁ ଅମିତ କୁମାର ଧମେମଚାଙ୍କୁ  ହରାଇଛନ୍ତି।  ତାଙ୍କର ଜଣେ ଭାଇ  ପ୍ରିନ୍ସ ଧମେଚା ଅଛନ୍ତି।  ଯିଏ ଦିଲ୍ଲୀରେ କାମ କରନ୍ତି। ସାଗର ଜିଲ୍ଲାରେ ପାଠପଢ଼ା ସାରିଥିବା ମୁନ୍‌ମୁନ୍ ଦିଲ୍ଲୀ ଆସିବା ପୂର୍ବରୁ କିଛି ଦିନ ଭୋପାଳରେ ରହୁଥିଲେ। ଇନଷ୍ଟାଗ୍ରାମରେ ମୁନ୍‌ମୁନ୍ ଙ୍କ ପ୍ରାୟ 10.2k ଫଲୋଅର୍ସ ଅଛନ୍ତି। ସେପ୍ଟେମ୍ବର ୨୨ରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ କରିଥିଲେ। ସେଥିରେ ସେ ବଲିଉଡ୍‌ର ସେଲିବ୍ରେଟିମାନେ ତାଙ୍କୁ ଫଲୋ କରିବା ପାଇଁ ଅନୁରୋଧ କରିଥିଲେ।

ବିଶେଷ କରି ଅକ୍ଷୟ କୁମାର, ବିକି କୌଶଲ ଭଳି ଷ୍ଟାରମାନେ ତାଙ୍କୁ ଫଲୋ କରିବା ପାଇଁ ସେ ଅନୁରୋଧ କରିଥିଲେ। ସେହିପରି ଧରାପଡ଼ିଥିବା ଅରବାଜ ମର୍ଚାଣ୍ଟ ଜଣେ ଅଭିନେତା ହୋଇଥିବା ବେଳେ ସେ ଆର୍ଯ୍ୟନ ଖାନ୍‌ଙ୍କ ବନ୍ଧୁ ବୋଲି ଜଣାପଡ଼ିଛି। ଅନେକ ସମୟରେ ଶାହାରୁଖ୍‌ ଖାନ୍‌ଙ୍କ ପାରିବାରିକ ପାର୍ଟିରେ ସାମିଲ ହୋଇଥାନ୍ତି ଅରବାଜ।

Advertisment
Aryan Khan Drug Case NCB Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe