Advertisment

ବିଜୟ ମହାନ୍ତିଙ୍କ ସହ କିଏ ଏହି କୁନି ଝିଅ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି କିମ୍ବଦନ୍ତୀ କଳାକାର ବିଜୟ ମହାନ୍ତି। ଗତ ସୋମବାର ଦିନ ତାଙ୍କର ଦେହାନ୍ତ ହୋଇଛି। ବିଜୟଙ୍କୁ ହରାଇ ଓଲିଉଡ୍‌ରେ ଶୋକର ଛାୟା ଖେଳିଯାଇଥିବା ବେଳେ  ସାଧାରଣ ଲୋକେ ମଧ୍ୟ ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ୧୯୭୭ରୁ ଓଲିଉଡ୍‌ର ଅଂଶ ହୋଇ ରହିଥିବା ଏହି କଳାକାରଙ୍କ ଅନେକ ହିଟ୍‌ ଫିଲ୍ମ ରହିଛି। ଅନେକ ଲୋକପ୍ରିୟ କଳାକାରଙ୍କୁ ବିଜୟ ମହାନ୍ତି ଅଭିନୟ ଶିଖାଇଛନ୍ତି। ତାଙ୍କ ମୃତ୍ୟୁ ପରେ ସେସବୁ ପୁରୁଣା ଦିନର […]

ଅଦ୍ୟତନ ହୋଇଛି
ବିଜୟ ମହାନ୍ତିଙ୍କ ସହ କିଏ ଏହି କୁନି ଝିଅ?

bijay-mohanty

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି କିମ୍ବଦନ୍ତୀ କଳାକାର ବିଜୟ ମହାନ୍ତି। ଗତ ସୋମବାର ଦିନ ତାଙ୍କର ଦେହାନ୍ତ ହୋଇଛି। ବିଜୟଙ୍କୁ ହରାଇ ଓଲିଉଡ୍‌ରେ ଶୋକର ଛାୟା ଖେଳିଯାଇଥିବା ବେଳେ  ସାଧାରଣ ଲୋକେ ମଧ୍ୟ ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ୧୯୭୭ରୁ ଓଲିଉଡ୍‌ର ଅଂଶ ହୋଇ ରହିଥିବା ଏହି କଳାକାରଙ୍କ ଅନେକ ହିଟ୍‌ ଫିଲ୍ମ ରହିଛି। ଅନେକ ଲୋକପ୍ରିୟ କଳାକାରଙ୍କୁ ବିଜୟ ମହାନ୍ତି ଅଭିନୟ ଶିଖାଇଛନ୍ତି। ତାଙ୍କ ମୃତ୍ୟୁ ପରେ ସେସବୁ ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ଓଲିଉଡ୍‌ କଳାକାର ମାନେ ତାଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଭିନ୍ନ ଭିନ୍ନ ପୋଷ୍ଟ କରିଛନ୍ତି।

Advertisment

ପ୍ରକୃତି ମିଶ୍ର ସୋଶାଲ୍‌ ମିଡିଆରେ ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ସେ ବିଜୟ ମହାନ୍ତିଙ୍କ ପାଖରେ ଠିଆ ହୋଇଛନ୍ତି। ଏ ଫଟୋଟି ବହୁତ ପୁରୁଣା। ଫଟୋରେ ପ୍ରକୃତି ବେଶ୍‌ ଛୋଟ ଦେଖାଯାଉଛନ୍ତି।

https://www.instagram.com/p/CC5H876hLaC/?utm_source=ig_web_copy_link

ଫଟୋଟି ଶେଆର କରି ପ୍ରକୃତି ଲେଖିଛନ୍ତି- ବିଜୟ ମହାନ୍ତିଙ୍କ ବିୟୋଗରେ ଯେଉଁ ଦୁଃଖ ହୋଇଛି, ତାକୁ ମୁଁ ଶବ୍ଦରେ ବୟାନ୍‌ କରିପାରିବିନି। ମୁଁ ତାଙ୍କ ସହ ବହୁତ ଫିଲ୍ମ କରିଛି। ତାଙ୍କର ବିୟୋଗ ମୋ ପାଇଁ ଗୋଟେ ବ୍ୟକ୍ତିଗତ କ୍ଷତି। ତାଙ୍କ ଅବଦାନକୁ ଓଡ଼ିଆ ସିନେ ଜଗତ ସବୁବେଳେ ମନେ ରଖିବ।

Advertisment

ପ୍ରକୃତି ଏହି ଫଟୋକୁ ତାଙ୍କ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏହି ଫଟୋରେ ଲୋକମାନେ ବିଜୟ ମହାନ୍ତିଙ୍କର କେବେ ବି ମୃତ୍ୟୁ ହେଇପାରିବନି କାରଣ ଗୋଟେ କଳାକାର କେବେ ମରେନି ବୋଲି ଲେଖିଥିବା ବେଳେ  କିଛି ଲୋକ ପ୍ରକୃତିଙ୍କୁ ମନ ଦୁଃଖ ନକରି ନିଜକୁ ଶକ୍ତ ରଖିବାକୁ କମେଣ୍ଟ ବକ୍ସ ମାଧ୍ୟମରେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe