Advertisment

୨୧ରେ ଆସୁଛି କପିଲଙ୍କ ଶୋ’, ଜାଣନ୍ତୁ, କିଏ ହେବେ ପ୍ରଥମ ଗେଷ୍ଟ

ମୁମ୍ବାଇ: ଲୋକଙ୍କ ବୋରିଂ ଲାଇଫ୍‌ରେ କମେଡିର ତଡ଼କା ଲଗାଇବାକୁ ଫେରୁଛନ୍ତି କମେଡି କିଙ୍ଗ କପିଲ ଶର୍ମା । ଖୁବ ଶୀଘ୍ର ନୂଆ ସିଜିନ ସହ ରିଟର୍ଣ୍ଣ କରିବେ କପିଲ ।  ସେ  ନିଜ ଟିମ୍‌ ସହ  ଫୁଲ୍‌ ମସ୍ତି କରୁଥିବାର ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଘୂରି ବୁଲୁଥିବା ବେଳେ ଶୋ’ର ନୂଆ ସିଜିନ୍‌କୁ ବେଶ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଦର୍ଶକ। ସୂତ୍ର ଅନୁଯାୟୀ, ଆସନ୍ତା ୨୧ ତାରିଖରୁ  ଆରମ୍ଭ ହେବ ଫୁଲ୍‌ ମସ୍ତିଭରା […]

author-image
Niharika Rout
ଅଦ୍ୟତନ ହୋଇଛି
୨୧ରେ ଆସୁଛି କପିଲଙ୍କ ଶୋ’, ଜାଣନ୍ତୁ, କିଏ ହେବେ ପ୍ରଥମ ଗେଷ୍ଟ

kapil sharma show

ମୁମ୍ବାଇ: ଲୋକଙ୍କ ବୋରିଂ ଲାଇଫ୍‌ରେ କମେଡିର ତଡ଼କା ଲଗାଇବାକୁ ଫେରୁଛନ୍ତି କମେଡି କିଙ୍ଗ କପିଲ ଶର୍ମା । ଖୁବ ଶୀଘ୍ର ନୂଆ ସିଜିନ ସହ ରିଟର୍ଣ୍ଣ କରିବେ କପିଲ ।  ସେ  ନିଜ ଟିମ୍‌ ସହ  ଫୁଲ୍‌ ମସ୍ତି କରୁଥିବାର ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଘୂରି ବୁଲୁଥିବା ବେଳେ ଶୋ’ର ନୂଆ ସିଜିନ୍‌କୁ ବେଶ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଦର୍ଶକ।

Advertisment

ସୂତ୍ର ଅନୁଯାୟୀ, ଆସନ୍ତା ୨୧ ତାରିଖରୁ  ଆରମ୍ଭ ହେବ ଫୁଲ୍‌ ମସ୍ତିଭରା କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ’।  ତେବେ କପିଲ୍‌ଙ୍କ ଶୋ’ର ପ୍ରଥମ ଗେଷ୍ଟ କିଏ ହେବେ, ତାକୁ ନେଇ ଆକଳନ କରିବା ଆରମ୍ଭ କରି ଦେଲେଣି ଦର୍ଶକ ।

ମିଳିଥିବା ଖବର ଅନୁଯାୟୀ, ଖିଲାଡି  ଷ୍ଟର ଅକ୍ଷୟ କୁମାର ହେବେ କପିଲଙ୍କ ନୂଆ ସିଜିନ୍‌ର ପ୍ରଥମ ଗେଷ୍ଟ।  କରୋନା ପରେ ଅକ୍ଷୟଙ୍କ ପରି ବଡ଼  ଷ୍ଟାରକାଷ୍ଟ ଥିବା  ଫିଲ୍ମ ‘ବେଲବଟମ’ ପ୍ରଥମ ଥର ଥିଏଟରରେ ପ୍ରଦର୍ଶୀତ ହେବ। ଏହାର ଟ୍ରେଲର  ଆଜି ରିଲିଜ୍‌ ହେବ ବୋଲି ପ୍ଲାନିଂ ହୋଇଥିବା ବେଳେ ଏହାର ପ୍ରମୋଶନ ପାଇଁ କିଛି ବି ମିସ୍‌ କରିବାକୁ ଚାହୁଁ ନାହାନ୍ତି ଫିଲ୍ମର ପୂରା ଟିମ୍‌।

Advertisment

ତେଣୁ ନିଜ ଫିଲ୍ମର ପ୍ରମୋଶନ ପାଇଁ ଅକ୍ଷୟ କପିଲଙ୍କ ଶୋ’ର ପ୍ରଥମ ଗେଷ୍ଟ ହେବେ ବୋଲି ଶୁଣିବାକୁ ମିଳୁଛି। ହେଲେ କପିଲଙ୍କ ଶୋ’କୁ କେବଳ ଖିଲାଡି ଷ୍ଟାର ଆସିବେ, ନା ଫିଲ୍ମର ପୂରା ଷ୍ଟାରକାଷ୍ଟ ଆସିବେ. ସେ ନେଇ ଅଫିସିଆଲି କିଛି ଘୋଷଣା କରାଯାଇ ନାହିଁ।

‘ବେଲବଟମ’ରେ ଅକ୍ଷୟ କୁମାରଙ୍କ ସହ ବାଣୀ କପୁର, ଲାରା ଦତ୍ତ, ହୁମା କ୍ୟୁରେସି ଓ ଆଦିଲ ହୁସେନ ବି ନଜର ଆସିବେ।  ‘ବେଲବଟମ’ ଫିଲ୍ମ ଜରିଆରେ ପୂର୍ବତନ ମିସ୍‌ ୟୁନିଭର୍ସ ଲାରା ଦତ୍ତ ପୁଣି ଥରେ ବଲିଉଡ଼ରେ ଏଣ୍ଟ୍ରି କରିବେ।

Akshay Kumar Kapil Sharma