Advertisment

ଏହି ଫିଲ୍ମ କାହିଁକି ସାଇନ୍‌ କଲେ ଆମୀର୍‌?

ମୁମ୍ବାଇ: ଆମୀର ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’ ନଭେମ୍ବର ୮ରେ ରିଲିଜ୍‌ ହେବ। ସେଥିପାଇଁ ଆମୀର ଏବେ ଏହାର ପ୍ରମୋଶନ୍‌ରେ ଲାଗି ପଡ଼ିଛନ୍ତି। ନିକଟରେ ସେ ଫିଲ୍ମର ପ୍ରମୋଶନ୍‌  ପାଇଁ ଟିଭି ଶୋ’ ‘କଫି ୱିଥ୍‌ କରନ୍‌’ରେ ପହଞ୍ଚିଥିଲେ। ସେଠାରେ ସେ ଏହି ଫିଲ୍ମ ସମ୍ପର୍କରେ ଅନେକ କଥା ଆଲୋଚନା କରିଥିଲେ। ସେ ଏହି ଫିଲ୍ମ କାହିଁକି ସାଇନ୍‌ କରିଛନ୍ତି ଓ ଏହି ଫିଲ୍ମକୁ ନେଇ ତାଙ୍କର କେଉଁ ଭୟ ରହିଛି, ସେ […]

ଏହି ଫିଲ୍ମ କାହିଁକି ସାଇନ୍‌ କଲେ ଆମୀର୍‌?

hhhhhh

Advertisment

ମୁମ୍ବାଇ: ଆମୀର ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’ ନଭେମ୍ବର ୮ରେ ରିଲିଜ୍‌ ହେବ। ସେଥିପାଇଁ ଆମୀର ଏବେ ଏହାର ପ୍ରମୋଶନ୍‌ରେ ଲାଗି ପଡ଼ିଛନ୍ତି। ନିକଟରେ ସେ ଫିଲ୍ମର ପ୍ରମୋଶନ୍‌  ପାଇଁ ଟିଭି ଶୋ' ‘କଫି ୱିଥ୍‌ କରନ୍‌’ରେ ପହଞ୍ଚିଥିଲେ। ସେଠାରେ ସେ ଏହି ଫିଲ୍ମ ସମ୍ପର୍କରେ ଅନେକ କଥା ଆଲୋଚନା କରିଥିଲେ।

Advertisment

ସେ ଏହି ଫିଲ୍ମ କାହିଁକି ସାଇନ୍‌ କରିଛନ୍ତି ଓ ଏହି ଫିଲ୍ମକୁ ନେଇ ତାଙ୍କର କେଉଁ ଭୟ ରହିଛି, ସେ ବିଷୟରେ ବି ଶୋ'ର ହୋଷ୍ଟ୍‌ କରନ୍‌ଙ୍କୁ ମଧ୍ୟ କହିଛନ୍ତି।

amir0ଆମୀର କହିଛନ୍ତି, ‘‘ଏହି ଫିଲ୍ମରେ ଥିବା ମୋ ଚରିତ୍ର ମୋତେ ଖୁବ୍‌ ପସନ୍ଦ ଆସିଥିଲା। ସେଥିପାଇଁ ମୁଁ ଏହି ଫିଲ୍ମ ସାଇନ୍‌ କଲି। ଏହି ଫିଲ୍ମରେ ମୁଁ ଏକ ରଙ୍ଗିଲା ଚରିତ୍ରରେ ଅଭିନୟ କରିଛି। ଏହି ଚରିତ୍ର ସମ୍ପୂର୍ଣ୍ଣ ଭାବେ ଦୁଷ୍ଟ ଓ ଏକ ଅବିବେକୀ ଚରିତ୍ର। ଆପଣ କେବେ ବି ଏମିତି ଚରିତ୍ରକୁ ନିଜ ଆଖ ପାଖରେ ରଖିବାକୁ ଚାହିଁବେନି। ଯଦିଓ ଆପଣ ଏହାକୁ ଦେଖିବାକୁ ପସନ୍ଦ କରିବେ, କିନ୍ତୁ ଏହି ଚରିତ୍ରର ବ୍ୟକ୍ତିଙ୍କ ସହବ ବନ୍ଧୁତା କରିବାକୁ ଆଦୌ ଚାହିଁବେନି। କାହିଁକି ନା ଆପଣ ତାଙ୍କ ଉପରେ ବିଶ୍ୱାସ କରିପାରିବେ ନାହିଁ।  ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’ରେ ମୋ ଚରିତ୍ର ଏମିତି । ଆଉ ଏମିତି ଚରିତ୍ରରେ ଅଭିନୟ କରି ଖୁବ୍‌ ଭଲ ଲାଗିଲା। କାରଣ ଏମିତି ଚରିତ୍ରରେ ମୁଁ ପ୍ରଥମ ଥର ପାଇଁ ଅଭିନୟ କରୁଛି।’’

Advertisment

ଏଥିପାଇଁ ନର୍ଭସ ଅଛନ୍ତି ଆମୀର

ଆମୀର କହିଥିଲେ, ‘‘ମୁଁ ଏହି ଫିଲ୍ମକୁ ନେଇ ନର୍ଭସ ରହିବାର କାରଣ ମୋର ଏହି ଚରିତ୍ର। ଲୋକମାନେ ସାଧାରଣତଃ ମୋ ଫିଲ୍ମକୁ ଦେଖିବାକୁ ଏଥିପାଇଁ ପସନ୍ଦ କରନ୍ତି ଯେ ତାହା ଏକ ଭିନ୍ନ ଧରଣର ଶିକ୍ଷଣୀୟ କଣ୍ଟେଣ୍ଟ୍‌ ଉପରେ ଆଧାରିତ ଥାଏ। ତେଣୁ ଦର୍ଶକ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’ର ଏହି ଚରିତ୍ରରେ ମୋତେ ପସନ୍ଦ କରିବେ ନା ନାହିଁ, ସେଥିପାଇଁ ମୁଁ ଖୁବ୍‌ ନର୍ଭସ୍‌ ଅଛି। ଏହି ଫିଲ୍ମ କିନ୍ତୁ ହଟ୍‌କେ। ମୋତେ ଠଗ୍ସ କରି ଖୁବ୍‌ ମଜା ଆସିଲା।  ମୁଁ ଆଶା କରୁଛି ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିବେ।’’

ଏହି ଫିଲ୍ମରେ ପ୍ରଥମ ଥର ଆମୀର ଖାନ୍‌ ଓ ଅମିତାଭ୍‌ ବଚ୍ଚନଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। ଫିଲ୍ମର କଣ୍ଟେଣ୍ଟ୍‌ ବି ଖୁବ୍‌ ୟୁନିକ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe