Anil Kapoor
ବଲିଉଡ୍ ଏଭର ଗ୍ରୀନ୍ ହିରୋ ହେଉଛନ୍ତି ଅନୀଲ କପୁର। ଏବେବି ତାଙ୍କର କ୍ରେସ୍ ଅଛି। ତାଙ୍କର ଗୋଟିଏ କମନ୍ ଡାଇଲଗ୍ ହେଉଛି ‘ଝାକାସ୍’। ମଜାଦାର ଆନ୍ଦାଜରେ ସବୁବେଳେ ‘ଝାକାସ’ କହିଥାଆନ୍ତି। ହେଲେ ଜାଣିଛନ୍ତି ସେ କାହିଁକି କୁହନ୍ତି ‘ଝାକାସ୍’? ଆଜି ଏହା ଉପରୁ ପର୍ଦ୍ଦା ହଟାଇଛନ୍ତି ଖୋଦ୍ ଅନୀଲ କପୁର। ୧୯୮୫ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ପୋଷ୍ଟର ସେୟାର କରି ସେ ଲେଖିଛନ୍ତି, ଆଜକୁ ୩୮ ବର୍ଷ ତଳେ ରିଲିଜ୍ ହୋଇଥିବା ‘ଯୁଦ୍ଧ’ ଫିଲ୍ମରେ ପ୍ରଥମ ଥର ପାଇଁ ‘ଝାକାସ୍’ ଡାଇଲଗ୍ ପ୍ରୟୋଗ କରାଯାଇଥିଲା। ତା’ପରଠାରୁ ଏହି ଡାଇଲଗ୍ ମୋ’ ସହିତ ରହିଛି।
ଅନୀଲ କପୁର ଟ୍ୱିଟ୍ କରି ଲେଖିଛନ୍ତି, ଫିଲ୍ମ ‘ଯୁଦ୍ଧ’ ୩୮ ବର୍ଷ ପୂରଣ କରିଛି। ଏଥିସହ ମୋ’ ଜୀବନକୁ ଆସିଥିବା ‘ଝାକାସ୍’ ଡାଇଲଗ୍କୁ ୩୮ ବର୍ଷ ପୂରିଛି। ମୁଁ ସବୁ ବେଳେ ‘ଯୁଦ୍ଧ’ ସମୟର ଅନୁଭୂତିକୁ ମନେ ରଖିଛି। ମୋତେ ପ୍ରଯୋଜକ ଗୁଲଶନ୍ ରାୟ ଓ ତାଙ୍କ ପୁଅ ରାଜୀବଙ୍କ ସହିତ କାମ କରିବା ବେଶ୍ ମଜାଦାର ଥିଲା। ଟୀନା ମୁନିମ ଜଣେ ଚମତ୍କାର ସହ ଅଭିନେତ୍ରୀ ଥିଲେ। ଜ୍ୟାକି ସବୁବେଳେ ବିନ୍ଦାସ୍ ବୋଲି ଅନୀଲ କପୁର ଟ୍ୱିଟ୍ କରି ଲେଖିଛନ୍ତି।
ସୂଚନାରୁ ପ୍ରକାଶ, ୧୯୮୫ ମସିହାରେ ରିଲିଜ୍ ହୋଇଥିଲା ସୁପରହିଟ୍ ମୁଭି ଯୁଦ୍ଧ। ଏହି ଫିଲ୍ମରେ ଅଭିନେତା ଅନୀଲ କପୁର, ଜ୍ୟାକି ସରାଫ, ଟୀନା ମୁନିମ, ପ୍ରାନ୍, ଡ୍ୟାନି, ନୂତନ, ଶତ୍ରୁଘ୍ନ ସିହ୍ନା ଓ ହେମା ମାଳିନୀ ଅଭିନୟ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1683130338.jpg)