Advertisment

କାହିଁକି ଟ୍ରେଣ୍ଡ୍ ହେଉଛି 'ବୟକଟ୍ ନେଟଫ୍ଲିକ୍ସ'?

ନୂଆଦିଲ୍ଲୀ: ରବିବାରରେ ଟ୍ୱିଟରରେ ଟ୍ରେଣ୍ଡିଂ ଟପିକ୍ ରହିଛି ନେଟଫ୍ଲିକ୍ସ ଆଉ ଓଟିଟି ପ୍ଲାଟଫର୍ମର ଓ୍ୱେବସିରିଜ୍ ‘ଏ ସ୍ୱିଟେବୁଲ୍ ବୟ’। ଏହି ପ୍ରସଙ୍ଗରେ ଲୋକେ ନିଜର ପ୍ରତିକ୍ରିୟାର ବର୍ଷା କରିଚାଲିଛି। ଏକ ଚୁମ୍ବନ ଦୃଶ୍ୟକୁ ନେଇ ଏହି ବିବାଦ ଦେଖିବାକୁ ମିଳିଛି। Serial offender Netflix seems to be on a propaganda spree to defame our Dharma. Not any longer. We must unite against this.! #BoycottNetflix https://t.co/nRos4eGK98 — Lost […]

ଅଦ୍ୟତନ ହୋଇଛି
କାହିଁକି ଟ୍ରେଣ୍ଡ୍ ହେଉଛି 'ବୟକଟ୍ ନେଟଫ୍ଲିକ୍ସ'?

netflix

Advertisment

ନୂଆଦିଲ୍ଲୀ: ରବିବାରରେ ଟ୍ୱିଟରରେ ଟ୍ରେଣ୍ଡିଂ ଟପିକ୍ ରହିଛି ନେଟଫ୍ଲିକ୍ସ ଆଉ ଓଟିଟି ପ୍ଲାଟଫର୍ମର ଓ୍ୱେବସିରିଜ୍ 'ଏ ସ୍ୱିଟେବୁଲ୍ ବୟ'। ଏହି ପ୍ରସଙ୍ଗରେ ଲୋକେ ନିଜର ପ୍ରତିକ୍ରିୟାର ବର୍ଷା କରିଚାଲିଛି। ଏକ ଚୁମ୍ବନ ଦୃଶ୍ୟକୁ ନେଇ ଏହି ବିବାଦ ଦେଖିବାକୁ ମିଳିଛି।

Advertisment

ମୀରା ନାୟରଙ୍କ ଓ୍ବେବ୍ ସିରିଜ୍ ‘ଏ ସ୍ୱିଟେବୁଲ୍ ବୟ’କୁ ନେଇ ବିବାଦ ତେଜିଛି। କିଛି ଦିନ ତଳେ ତନିଷ୍କ ଜୁଏଲାରୀର ଏକ ବିଜ୍ଞାପନ ଲଭ୍ ଜିହାଦକୁ ପ୍ରୋତ୍ସାହନ ଦେବା ଏଜେଣ୍ଡା ରହିଥିବା ନେଇ ବିବାଦ ଘେରରେ ରହିଥିଲା। ଏବୁ ପୁଣି ‘ଏ ସ୍ୱିଟେବୁଲ୍ ବୟ’ ସିରିଜର କଣ୍ଟେଣ୍ଟକୁ ନେଇ ଲୋକେ ଆପତ୍ତି ଉଠାଇଛନ୍ତି। ଏହି ଓ୍ୱେବ୍ ସିରିଜରେ ତବ୍ବୁ, ଇଶାନ ଖଟ୍ଟର ଏବଂ ତାନ୍ୟା ମାନିକତାଲା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Advertisment

ସୂଚନା ଥାଉ କି, ତାନ୍ୟାଙ୍କ ଅଭିନୀତ ଚରିତ୍ର ଲତା ଏବଂ ଧନେଶ ରାଜଭିଙ୍କ ଅଭିନୀତ ଚରିତ୍ର କବୀରଙ୍କ ମଧ୍ୟରେ ଥିବା ଏକ ଚୁମ୍ବନ ଦୃଶ୍ୟକୁ ନେଇ ଲୋକେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି। ଲତା ଏକ ହିନ୍ଦୁ ପରିବାରର ଝିଅ ଏବଂ କବୀର ଜଣେ ମୁସଲମାନ ପୁଅ ହୋଇଥିବା ବେଳେ ଉଭୟଙ୍କ ପ୍ରେମ, ପ୍ରଣୟର ଦୃଶ୍ୟକୁ ମନ୍ଦିରରେ ଚିତ୍ରଣ କରାଯାଇଛି। ଏହି ଦୃଶ୍ୟରେ ପ୍ରଚ୍ଛଦପଟ୍ଟରେ ଭଜନ ବାଜୁଛି। ଏହି ଦୃଶ୍ୟ ଲୋକଙ୍କ ଭାବନାକୁ ଆନ୍ଦୋଳିତ କରିଛି। ଫଳରେ ଟ୍ୱିଟରରେ ଏବେ #BoycottNetflix ଟ୍ରେଣ୍ଡ୍ କରୁଛି।

ଅନ୍ୟପଟେ ଏସବୁକୁ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ଏକ ଭିଡିଓ ଶେୟାର କରି ନିଜର ପ୍ରତିକ୍ରିୟାରେ କହିଛନ୍ତି, ଏଭଳି ବିବାଦୀୟ କଣ୍ଟେଣ୍ଟ ବାବଦରେ ଦୃଷ୍ଟି ଦେବାକୁ ସେ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

NetFlix Ishan Khatar Tabu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe