Advertisment

ହିନ୍ଦୁରୁ କାହିଁକି ମୁସଲମାନ୍‌ ହେଲେ ରହମାନ୍‌?

ମୁମ୍ବାଇ: କେବଳ ବଲିଉଡ୍‌ରେ ନୁହେଁ, ସମଗ୍ର ବିଶ୍ୱର ଜଣେ ସଫଳ ସଙ୍ଗୀତଜ୍ଞ ଭାବେ ଜଣାଶୁଣା ଏଆର୍‌ ରହମାନ୍‌। କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ବେଶ୍‌ ଅଧିକ ଖ୍ୟାତି ରହିଛି। ନିଜର ମଧୁର ସଙ୍ଗୀତ ଓ ନିଆରା ଗାଇବା ଶୈଳୀ ଯୋଗୁ ସେ ଲୋକଙ୍କ ହୃଦୟରେ ରାଜ୍‌ କରନ୍ତି। ଓସ୍କାର ବିଜେତା ଏହି ମହାନ ସଙ୍ଗୀତଜ୍ଞଙ୍କର ଆଜି ହେଉଛି ଜନ୍ମ ଦିନ। ଆଜି ୫୩ ବର୍ଷ ବୟସରେ ପାଦ ଦେଇଛନ୍ତି ରହମାନ। ତେବେ ଏହି ଅବସରରେ […]

ହିନ୍ଦୁରୁ କାହିଁକି ମୁସଲମାନ୍‌ ହେଲେ ରହମାନ୍‌?

ar-rahaman

Advertisment

ମୁମ୍ବାଇ: କେବଳ ବଲିଉଡ୍‌ରେ ନୁହେଁ, ସମଗ୍ର ବିଶ୍ୱର ଜଣେ ସଫଳ ସଙ୍ଗୀତଜ୍ଞ ଭାବେ ଜଣାଶୁଣା ଏଆର୍‌ ରହମାନ୍‌। କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ବେଶ୍‌ ଅଧିକ ଖ୍ୟାତି ରହିଛି। ନିଜର ମଧୁର ସଙ୍ଗୀତ ଓ ନିଆରା ଗାଇବା ଶୈଳୀ ଯୋଗୁ ସେ ଲୋକଙ୍କ ହୃଦୟରେ ରାଜ୍‌ କରନ୍ତି। ଓସ୍କାର ବିଜେତା ଏହି ମହାନ ସଙ୍ଗୀତଜ୍ଞଙ୍କର ଆଜି ହେଉଛି ଜନ୍ମ ଦିନ। ଆଜି ୫୩ ବର୍ଷ ବୟସରେ ପାଦ ଦେଇଛନ୍ତି ରହମାନ। ତେବେ ଏହି ଅବସରରେ ଚାଲନ୍ତୁ ତାଙ୍କ ଜୀବନର କିଛି ରୋଚକ କଥା ଜାଣିବା।

Advertisment

https://www.instagram.com/p/Bn9ImfBnoFy/?utm_source=ig_web_copy_link

ଅସଲି ନାଁ ଦିଲିପ୍‌ କୁମାର୍‌: ରହମାନ୍ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପ୍ରଥମେ ତାଙ୍କ ନାଁ ଥିଲା ଦିଲିପ୍‌ କୁମାର୍‌। ଏହି ନାଁଟି ତାଙ୍କୁ ଆଦୌ ପସନ୍ଦ ଆସିଲା ନାହିଁ। ତାଙ୍କୁ ସବୁବେଳେ ଲାଗେ ଯେ ଏହା ତାଙ୍କ ବ୍ୟକ୍ତିତ୍ୱକୁ ସୁଟ୍‌ କରୁନାହିଁ। ତେଣୁ ସେ ଏହାକୁ ବଦଳାଇବାକୁ ଚାହୁଁଥିଲେ। ଥରେ ଯେତେବେଳେ ତାଙ୍କ ମାଁ ତାଙ୍କ ଭଉଣୀର ବାହାଘର ପାଇଁ ଜାତକ ବିଷୟରେ ଜାଣିବା ପାଇଁ ଜ୍ୟୋତିଷ ପାଖକୁ ଯାଇଥିଲେ ସେଠାରେ ରହମାନ୍‌ ନିଜ ନାଁକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି ବୋଲି କହିଥିଲେ। ସେହି ଜ୍ୟୋତିଷ ତାଙ୍କୁ ନାଁ ବଦଳାଇ ‘ଅବ୍‌ଦୁଲ୍‌ ରହିମ୍‌’ କିମ୍ବା ‘ଅବଦୁଲ୍‌ ରହମାନ୍‌’ ରଖିବାକୁ କହିଥିଲେ। କାରଣ ‘ଏଆର୍‌’ ତାଙ୍କ ପାଇଁ ଶୁଭ।  ହେଲେ ତାଙ୍କୁ ରହମାନ୍‌ ନାଁ ପସନ୍ଦ ଆସିଥିଲା ଓ ତାଙ୍କ ମା’ ଚାହୁଁଥିଲେ ତାଙ୍କ ନାଁ ଅଲ୍ଲହା ରଖା ଖାନ୍‌ ରହୁ। ତେଣୁ ସେ ନିଜ ନାଁକୁ ‘ଦିଲୀପ୍‌ କୁମାର୍‌’ରୁ ପରିବର୍ତ୍ତନ କରି ‘ଅଲ୍ଲହା ରଖା ଖାନ୍(ଏଆର୍‌ ରହମାନ୍)’ ରଖିଦେଲେ। ସେବେଠୁ ହିଁ ସେ ସାରା ବିଶ୍ୱରେ ଏହି ନାଁରେ ପରିଚିତ।

ଆପଣ ଜାଣନ୍ତି ରହମାନ୍‌ଙ୍କ ନାଁ ଦିଲ୍ଲୀପ୍‌ କୁମାର୍‌ ହୋଇଥିବାବେଳେ ତାଙ୍କ ସ୍ତ୍ରୀଙ୍କ ନାଁ ହେଉଛି ସାଇରା ବାନୋ, ଯାହାକି ବଲିଉଡ୍‌ର ମହାନ କଳାକାର୍‌ ଦିଲୀପ୍‌ କୁମାର୍‌ଙ୍କ ପତ୍ନୀଙ୍କ ସହ ମିଶୁଛି। ରହମାନ୍‌ଙ୍କର ଗୋଟିଏ ପୁଅ ଓ ଦୁଇ ଝିଅ ଅଛନ୍ତି। ଯାହାଙ୍କ ନାଁ ଯଥାକ୍ରମେ ଆମୀନ୍‌, ଖତିଜା ଓ ରହିମା ରହମାନ୍‌।

Advertisment

https://www.instagram.com/p/BxdlE6Pg0s2/?utm_source=ig_web_copy_link

publive-imageହିନ୍ଦୁରୁ ହେଲେ ମୁସଲ୍‌ମାନ୍‌: ରହମାନ୍‌ ୧୯୬୭ ଜାନୁଆରୀ ୬ରେ ଚେନ୍ନାଇଠାରେ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ଧର୍ମ ପରିବର୍ତ୍ତନ କରି ମୁସଲମାନ୍‌ ହୋଇଯାଇଥିଲେ। ଏକ ସାକ୍ଷାତ୍‌କାର୍‌ରେ ସେ ଏହା ପଛରେ ଥିବା କାହାଣୀ ବିଷୟରେ କହିଥିଲେ। ସେ କହିଥିଲେ ଯେ  ୧୯୮୬ରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ଯାହାପରେ ସେ ଓ ତାଙ୍କ ପୂରା ପରିବାର ସମ୍ପୂର୍ଣ୍ଣ ଏକା ହୋଇଗଲେ। ରହମାନଙ୍କ ମା’ ସନ୍ଥପୀର କରିମୁହ୍ଲା ଶାହ କାଦରୀ ଉପରେ ଖୁବ୍‌ ଭରଷା କରୁଥିଲେ। ସେ ହିନ୍ଦୁ ଧର୍ମକୁ ମଧ୍ୟ ମାନୁଥିଲେ। ହେଲେ ସନ୍ଥପୀରଙ୍କ ପ୍ରତି ତାଙ୍କର ଅଗାଢ଼ ବିଶ୍ୱାସ ରହିଥିଲା।

publive-imageସେ ଆହୁରି କହିଥିଲେ ‘ମୋ ବାପଙ୍କ ଦେହାନ୍ତର ୧୦ ବର୍ଷ ପରେ ଆମେ ପୁଣି କାଜରୀ ବାବାଙ୍କୁ ଭେଟିବାକୁ ଯାଇଥିଲୁ। ସେ ଅସୁସ୍ଥ ଥିଲେ। ମୋ ମା’ ତାଙ୍କ ଦେଖାଶୁଣା କରିଥିଲେ। ବାବା ମୋ ମା’ଙ୍କୁ ନିଜ ଝିଅ ବୋଲି ଭାବୁଥିଲେ। ସେ ସମୟରେ ସୁଫି ଭାବଧାରା ଆଡକୁ ଆମ ପରିବାରର ଖୁବ୍‌ ଦୁର୍ବଳତା ବଢ଼ିଲା ଯାହାର ପ୍ରଭାବରେ ପୂରା ପରିବାର ଇସ୍‌ଲାମ୍‌ ଧର୍ମ ଗ୍ରହଣ କରିଥିଲୁ’।  ଏନେଇ ରହମାନ୍‌ କହିଛନ୍ତି ଯେ ଧର୍ମ ପରିବର୍ତ୍ତନ କରିବା ପାଇଁ ତାଙ୍କୁ କେହି ବି କେବେ ହେଲେ ବାଧ୍ୟ କରିନଥିଲେ। ସେ ନିଜ ଇଚ୍ଛାରେ ଓ ଖୁସିରେ ଧର୍ମ ପରିବର୍ତ୍ତନ କରିଥିଲେ।

https://www.instagram.com/p/B69-_muAPIr/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe