jhilik-n
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗଳା ଅଭିନେତ୍ରୀ ଭାବେ ଜଣାଶୁଣା ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ଓଲିଉଡ୍ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। କମ୍ ଦିନ ମଧ୍ୟରେ ସେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିସାରିଲେଣି। ଓଲିଉଡ୍ର ଯେତେ ସବୁ ଜଣାଶୁଣା ଅଭିନେତା ଅଛନ୍ତି, ସେ ସମସ୍ତଙ୍କ ସହ ଅଭିନୟ କରିସାରିଲେଣି। କୁହାଯାଏ, ଝିଲିକ୍ ଯେଉଁମାନଙ୍କ ସହ କାମ କରନ୍ତି, ସେମାନଙ୍କର ‘ବେଷ୍ଟି’ ଅର୍ଥାତ୍ ‘ଭଲ ବନ୍ଧୁ’ ପାଲଟିଯା’ନ୍ତି।
ତେବେ କେମିତି ଝିଲିକ୍ ସମସ୍ତଙ୍କର ଭଲ ବନ୍ଧୁ ପାଲଟି ଯାଆନ୍ତି? ଝିଲିକ୍ ସବୁବେଳେ ରୋକଠୋକ୍ କୁହନ୍ତି। ତାଙ୍କ ମନରେ ଯାହା ସେ କହି ଦିଅନ୍ତି। ମନରେ ଗୋଟେ କଥା ରଖି ଅନ୍ୟ କିଛି ପରିପ୍ରକାଶ କରିବାର ଅଭ୍ୟାସ ତାଙ୍କର ନାହିଁ। ଆଉ ତାଙ୍କର ଏହି ଗୁଣ ଅନେକଙ୍କୁ ଭଲ ଲାଗେ।
ସେହିଭଳି ଝିଲିକ୍ ସମସ୍ତଙ୍କୁ ନିଜର ଭାବନ୍ତି। ସେ ଯେତେବେଳେ ଓଡ଼ିଶାକୁ ନୂଆନୂଆ ଆସିଥିଲେ ସେତେବେଳେ ସହ କଳାକାରମାନେ ତାଙ୍କ ରହିବାର ବ୍ୟବସ୍ଥା କରିବା ସହିତ ଓଡ଼ିଆ ଭାଷା ଶିଖାଇବାରେ ମଧ୍ୟ ସାହାଯ୍ୟ କରିଥିଲେ। ପ୍ରଥମରୁ ଝିଲିକ୍ଙ୍କୁ ସେମାନେ ଏତେ ସହଯୋଗ କରିଥିବାରୁ ସେ ସମସ୍ତଙ୍କୁ ନିଜର ଭାବି ନେଇଛନ୍ତି। ଏଥିସହ ସେ ଯାହା ସହ କାମ କରନ୍ତି ତାଙ୍କର ଭଲ ବନ୍ଧୁ ବି ପାଟଲି ଯାଆନ୍ତି।
୨୦୧୩ରେ ନିର୍ମାଣ ହୋଇଥିବା ଫିଲ୍ମ ‘ଟାର୍ଗେଟ୍’ ମାଧ୍ୟମରେ ଝିଲିକ୍ ଓଲିଉଡ୍ରେ ଡେବ୍ୟୁ କରିଥିଲେ। ଏହାପରେ ‘ଆଖିରେ ଆଖିରେ’, ‘ଲେଖୁ ଲେଖୁ ଲେଖିଦେଲି’, ‘ଜଗା ହାତରେ ପIଘା , ‘ଲଭ୍ ୟୁ ହମେସା’, ‘ଅଗସ୍ତ୍ୟ’ ଓ ‘ସୁପର ମିଛୁଆ’ ପରି ଫିଲ୍ମରେ ସେ ଅଭିନୟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/jhilik-n.jpg)