Advertisment

କାହିଁକି ଧର୍ମ ପରିବର୍ତ୍ତନ କରିବାକୁ ମନସ୍ଥିର କରିଥିଲେ ଇରଫାନ୍‌ ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ ଜଣେ ପାୱାର ପ୍ୟାକ୍‌ ଅଭିନେତା। ନିଜର ଦମଦାର ଅଭିନୟ ପାଇଁ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। କିନ୍ତୁ ଇର୍‌ଫାନ୍‌ଙ୍କ ବିଷୟରେ ଏମିତି ଅନେକ କଥା, ଯାହା ଆଜି ବି ରସହ୍ୟ ମଧ୍ୟରେ ରହିଛି। ଆସନ୍ତୁ ଜାଣିବା ଇରଫାନ୍‌ଙ୍କ ଏମିତି ଏକ ସତ କାହାଣୀ ସମ୍ପର୍କରେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏମିତି ଏକ ସମୟ ଆସିଥିଲା, ଯେଉଁ ସମୟରେ ଇରଫାନ୍‌ ତାଙ୍କ ଧର୍ମ ବଦଳେଇବାକୁ ମଧ୍ୟ ଖୁସି […]

ଅଦ୍ୟତନ ହୋଇଛି
କାହିଁକି ଧର୍ମ ପରିବର୍ତ୍ତନ କରିବାକୁ ମନସ୍ଥିର କରିଥିଲେ ଇରଫାନ୍‌ ?

Irrfan-Khan

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ ଜଣେ ପାୱାର ପ୍ୟାକ୍‌ ଅଭିନେତା। ନିଜର ଦମଦାର ଅଭିନୟ ପାଇଁ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। କିନ୍ତୁ ଇର୍‌ଫାନ୍‌ଙ୍କ ବିଷୟରେ ଏମିତି ଅନେକ କଥା, ଯାହା ଆଜି ବି ରସହ୍ୟ ମଧ୍ୟରେ ରହିଛି। ଆସନ୍ତୁ ଜାଣିବା ଇରଫାନ୍‌ଙ୍କ ଏମିତି ଏକ ସତ କାହାଣୀ ସମ୍ପର୍କରେ।

Advertisment

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏମିତି ଏକ ସମୟ ଆସିଥିଲା, ଯେଉଁ ସମୟରେ ଇରଫାନ୍‌ ତାଙ୍କ ଧର୍ମ ବଦଳେଇବାକୁ ମଧ୍ୟ ଖୁସି ଖୁସି ରାଜି ହୋଇ ଯାଇଥିଲେ।।

ଇର୍‌ଫାନ୍‌ ଜୟପୁରର ଏକ ମୁସ୍‌ଲିମ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପୂରା ନାଁ ସାହବଜାଦେ ଇର୍‌ଫାନ୍‌ ଅଲ୍ଲୀ ଖାନ୍‌। ସେ ମୁସ୍‌ଲିମ୍‌ ପରିବାରରେ ଜନ୍ମ ହୋଇ ବି ପିଲାବେଳୁ ଶୁଦ୍ଧ ଶାକାହାରୀ। ସେଥିପାଇଁ ତାଙ୍କ ବାପା ତାଙ୍କୁ ସବୁବେଳେ ଚିଡାନ୍ତି ଯେ ମୁସ୍‌ଲିମ ପରିବାରରେ ଜଣେ ବ୍ରାହ୍ମଣର ଜନ୍ମ ହୋଇଯାଇଛି। ଏନ୍‌ଏସ୍‌ଡିରେ ପ୍ରଶିକ୍ଷଣ ନେବା ସମୟରେ ତାଙ୍କର କ୍ଲାସ୍‌ମେଟ୍‌ ସୁତପା ସିକନ୍ଦରଙ୍କ ସହ ତାଙ୍କର ପ୍ରେମ ହୋଇଯାଇଥିଲା। ସୁତପା ସେ ସମୟରେ ଇରଫାନ୍‌ଙ୍କୁ ବହୁତ ସପୋର୍ଟ କରୁଥିଲେ। ସେତେବେଳେ ଖାଇବାକୁ ଇର୍‌ଫାନ୍‌ଙ୍କ ପାଖରେ ଟଙ୍କା ନଥିଲା। ସୁତପା ତାଙ୍କ ପାଇଁ ଘରୁ ଟିଫିନ୍‌ ବନେଇ ଆଣୁଥିଲେ। ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସୁତପାଙ୍କୁ ବିବାହ କରିବା ବେଳେ ଇର୍‌ଫାନ ନିଜ ଧର୍ମ ବଦଳେଇବାକୁ ମନସ୍ଥ କରିଥିଲେ। କାରଣ ସୁତପା ହିନ୍ଦୁ ଥିଲେ। ହେଲେ ସୁତପାଙ୍କ ପରିବାର ଲୋକଙ୍କୁ ଏହି ବିବାହରେ କୌଣସି ଆପତ୍ତି ନଥିଲା। ତେଣୁ ଇରଫାନ୍‌ଙ୍କୁ ଆଉ ଧର୍ମ ବଦଳାଇକୁ ପଡ଼ି ନଥିଲା।

Advertisment

ଇର୍‌ଫାନ୍‌ ତାଙ୍କ ଫିଲ୍ମ କ୍ୟାରିରରେ ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe