Advertisment

କାହିଁକି ନିର୍ଦ୍ଦେଶକଙ୍କ କଥାରେ କାନ୍ଦି ପକାଇଥିଲେ ରାଇମୋହନ? ପରେ ଜଣାଇଥିଲେ ଧନ୍ୟବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଡ ପରଦାରେ ଫେମସ୍‌ ତାଙ୍କର ଡାଇଲଗ୍‌ ‘ନାଗିନା’। ଓଲିଉଡ୍‌ର ବ୍ୟାଡ୍‌ ବୟ ରାଇମୋହନଙ୍କୁ ୯୦ରୁ ଉର୍ଦ୍ଧ ଓଡିଆ ସିନେମା, ୧୫ରୁ ଅଧିକ ବେଙ୍ଗଲି ସିନେମା, ୪୦ରୁ ଅଧିକ ଯାତ୍ରାରେ ଆପଣ ଅଭିନୟ କରିବାର ଦେଖି ସାରିଛନ୍ତି। ଭିଲିଆନ୍‌ଗିରିରେ ଜବରଦସ୍ତ ଅଭିନୟ କରିପାରନ୍ତି ଏହି କଳାକାର। ହେଲେ ପରଦା ଉପରେ ହିରୋକୁ ନାକେଦମ୍‌ କରୁଥିବା ଏହି ଅଭିନେତାଙ୍କୁ ଆପଣ କେବେ କାନ୍ଦିବାର ଦେଖିଛନ୍ତି? ହଁ, ଦେଖିଥିବେ। ପରଦା ଉପରେ ନିଶ୍ଚୟ ସେ କାନ୍ଦିଛନ୍ତି। ଫିଲ୍ମ ‘ସତ […]

author-image
Biswobandita Swain
ଅଦ୍ୟତନ ହୋଇଛି
କାହିଁକି ନିର୍ଦ୍ଦେଶକଙ୍କ କଥାରେ କାନ୍ଦି ପକାଇଥିଲେ ରାଇମୋହନ? ପରେ ଜଣାଇଥିଲେ ଧନ୍ୟବାଦ

Raimohan

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଡ ପରଦାରେ ଫେମସ୍‌ ତାଙ୍କର ଡାଇଲଗ୍‌ ‘ନାଗିନା’। ଓଲିଉଡ୍‌ର ବ୍ୟାଡ୍‌ ବୟ ରାଇମୋହନଙ୍କୁ ୯୦ରୁ ଉର୍ଦ୍ଧ ଓଡିଆ ସିନେମା, ୧୫ରୁ ଅଧିକ ବେଙ୍ଗଲି ସିନେମା, ୪୦ରୁ ଅଧିକ ଯାତ୍ରାରେ ଆପଣ ଅଭିନୟ କରିବାର ଦେଖି ସାରିଛନ୍ତି।

Advertisment

ଭିଲିଆନ୍‌ଗିରିରେ ଜବରଦସ୍ତ ଅଭିନୟ କରିପାରନ୍ତି ଏହି କଳାକାର। ହେଲେ ପରଦା ଉପରେ ହିରୋକୁ ନାକେଦମ୍‌ କରୁଥିବା ଏହି ଅଭିନେତାଙ୍କୁ ଆପଣ କେବେ କାନ୍ଦିବାର ଦେଖିଛନ୍ତି? ହଁ, ଦେଖିଥିବେ। ପରଦା ଉପରେ ନିଶ୍ଚୟ ସେ କାନ୍ଦିଛନ୍ତି। ଫିଲ୍ମ ‘ସତ ମିଛ’ରେ ତାଙ୍କର କାନ୍ଦିବା ସିନ୍‌ ରହିଛି। ଆଉ ସବୁଠୁ ରୋଚକ କଥା ହେଉଛି ଏହି ସିନ୍‌ କରିବା ସମୟରେ ରାଇମୋହନ ସତରେ କାନ୍ଦିଛନ୍ତି ଅର୍ଥାତ୍ ଏହି ଫିଲ୍ମରେ ବିନା ଗ୍ଲିସେରିନ୍‌ରେ ନିର୍ଦ୍ଦେଶକଙ୍କ କଥାରେ ସେ କଇଁ କଇଁ  ହୋଇ କାନ୍ଦି ଉଠିଥିଲେ।

publive-imageକେମିତି?

ଫିଲ୍ମ ‘ସତ ମିଛ’ରେ ରାଇମୋହନ ଗୋଟେ  ସକାରାତ୍ମକ ଚରିତ୍ରରେ ସାମ୍ନାକୁ ଆସିଥିଲେ। ଏହି ଫିଲ୍ମରେ ସେ ଜଣେ ପୁଲିସ୍‌ ଇନ୍‌ସ୍‌ପେକ୍ଟର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର ନିର୍ଦ୍ଦେଶନା ଦେଉଥିଲେ ରାଜୁ ମିଶ୍ର। ରାଇମୋହନଙ୍କ ମତରେ ତାଙ୍କ ପସନ୍ଦର ୫ଜଣ ସବୁଠୁ ଭଲ ଏବଂ ଦକ୍ଷ ନିର୍ଦ୍ଦେଶକଙ୍କ ମଧ୍ୟରୁ ରାଜୁ ମିଶ୍ର ଜଣେ । କାରଣ ସେ ସତ ମିଛ ଫିଲ୍ମରେ ତାଙ୍କୁ ବିନା ଗ୍ଲିସେରିନ୍‌ରେ କଇଁ କଇଁ ହୋଇ କନ୍ଦାଇ ଦେଇଥିଲେ।

Advertisment

publive-image୧୯୯୮ମସିହାର କଥା, ରାଇମୋହନଙ୍କ ବାପାଙ୍କ ଦେହ ଖରାପ ଥିଲା। ସେତେବେଳେ ସେ ଭେଣ୍ଟିଲେଟରରେ ଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ସେ ଆଉ ମାତ୍ର ୩ମାସ ବଞ୍ଚିଥାନ୍ତେ। ରାଜୁ ମିଶ୍ର କାନ୍ଦିବା ସିନ୍ ଆରମ୍ଭ ହେବା ପୂର୍ବରୁ ରାଇମୋହନଙ୍କୁ ତାଙ୍କ ବାପା ଚାଲିଗଲେ ବୋଲି ଭାବିବାକୁ କହିଥିଲେ।

ସେ କହିଥିଲେ, ତୁ ଚିନ୍ତା କର ତୋ ବାପା ମରିଗଲେ। ତା’ପରେ ରାଇମୋହନ କାନ୍ଦିବା ଆରମ୍ଭ କରିଦେଇଥିଲେ। ପରେ ନିର୍ଦ୍ଦେଶକ କ୍ୟାମେରା ପର୍ସନଙ୍କୁ କହି ସେ ମୁହୂର୍ତ୍ତକୁ କଏଦ କରିବାକୁ କହିଥିଲେ। ରାଇମୋହନଙ୍କର ସେହି ନିଚ୍ଛକ କାନ୍ଦ ହିଁ ଫିଲ୍ମରେ ଦର୍ଶାଯାଇଥିଲା। ଆଉ ତାଙ୍କର ଏହି ଜବରଦସ୍ତ ଅଭିନୟ ପାଇଁ ସେ ବର୍ଷ ତାଙ୍କୁ ‘ସ୍ପେଶାଲ୍‌ ଜୁରି’ ଆୱାର୍ଡ ମଧ୍ୟ ମିଳିଥିଲା

ତେବେ ପ୍ରଥମେ ନିର୍ଦ୍ଦେଶକ ଏମିତି କଥା କହିଲେ ବୋଲି ରାଇମୋହନଙ୍କୁ ଖରାପ ଲାଗିଥିଲା । କିନ୍ତୁ ପରେ ସେ ନିର୍ଦ୍ଦେଶକଙ୍କୁ ଏହି ଟ୍ରିକ୍‌ ପାଇଁ ଧନ୍ୟବାଦ ଦେଇଥିଲେ।। ଆଉ ‘ସତ ମିଛ’ ଫିଲ୍ମଟି ହେଉଛି ରାଇମୋହନଙ୍କ ସବୁଠୁ ପସନ୍ଦର ଫିଲ୍ମ।