ମୁମ୍ବାଇ: ନିଶ୍ଚିତ ଭାବେ କରୀନା କପୁର ଖାନ୍ ଓ ସୈଫ୍ ଅଲ୍ଲୀ ଖାନ୍ଙ୍କ ଫ୍ୟାନ୍ମାନେ ସେମାନଙ୍କୁ ପରଦାରେ ଏକାଠି ଦେଖିବାକୁ ଅପେକ୍ଷା କରିଥିବେ। ଆଉ ଏକଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବ ଯେ ବିବାହ ପରେ କାହିଁକି ଦୁହେଁ ଏକାଠି କାମ କରୁନାହାନ୍ତି। ଏମିତି ପ୍ରଶ୍ନ ଆସିବା ବି ସ୍ୱଭାବିକ୍। କାରଣ ପୂର୍ବରୁ ଦୁହେଁ ‘ଓମ୍କାରା’, ‘କୁର୍ବାନ୍’ ଓ ‘ଟଶନ୍’ ଭଳି ଫିଲ୍ମରେ କାମ କରିଛନ୍ତି।
ଜାଣିଛନ୍ତି, ଏହାର କାରଣ କ’ଣ ? ଏଥିପାଇଁ ସେ ନିଜକୁ ଦାୟୀ କରି ଏହାର କାରଣ ସ୍ପଷ୍ଟ କରିଛନ୍ତି ଖୋଦ୍ ସୈଫ୍।
ଏକ ସାକ୍ଷାତକାରରେ ତାଙ୍କୁ ଏ ବିଷୟରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ‘‘ମୁଁ ଏବେ ବେବୋ(କରୀନା)ଙ୍କ ସହ ନିକଟରେ କିଛି ବି ଫିଲ୍ମ ସାଇନ୍ କରିନି। କାହିଁକି ନା ଏବେ ମୋତେ ମୋ ପର୍ସନାଲ୍ ଲାଇଫ୍ ସହ ଓ ପ୍ରଫେସ୍ନାଲ୍ ଲାଇଫ୍କୁ ମଧ୍ୟ ଦେଖିବାକୁ ପଡ଼ୁଛି। ମୋ ବାପା ମନ୍ସୁର୍ ଅଲ୍ଲୀ ଖାନ୍ ପୌଟଦୀଙ୍କ ଦେହାନ୍ତ ପରେ ଏବେ ସବୁ କାମ ମୋତେ ବୁଝିବାକୁ ପଡ଼ୁଛି।
ଆହୁରି ସୈଫ୍ କହିଛନ୍ତି, ‘ମୋତେ ଅନୁଭବ ହୁଏ ଏବେ ଯଦି ମୁଁ କରୀନାଙ୍କ ସହ କାମ କରିବି ତେବେ ଏହା ଫିଲ୍ମରେ ମିସ୍ ମ୍ୟାଚ୍ ଲାଗିବ। କାରଣ ଏବେ ବି ସେ ଖୁବ୍ ଗ୍ଲାମରସ। ଆଉ ମୋ ପାଇଁ ଯଦି ତାହା ଖରାପ ହୁଏ ତେବେ ମୁଁ ମୋ ନିଜକୁ ନିନ୍ଦିବି। ଯାହା ଆଦୌ ଉଚିତ୍ ନୁହେଁ।’
ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସୈଫ୍ ତୈମୁରଙ୍କ ଜନ୍ମ ପରେ ତାଙ୍କ ଜୀବନରେ କେମିତି ପରିବର୍ତ୍ତନ ଆସିଥିଲା ତାହା ଜଣାଇଥିଲେ। ସେ କହିଥିଲେ, ଏବେ ତୈମୁର ତାଙ୍କ ଜୀବନ । ମୁଁ ଏବେ ଅଧିକ ସମୟ ମୋ ପରିବାର ଓ ତୈମୁର ସହ ବିତାଇବାକୁ ଚାହୁଁଛି। ତୈମୁର୍ଙ୍କୁ ପାଖରେ ପାଇଲେ ମୋତେ ଖୁବ୍ ଖୁସି ଲାଗେ।