ଏମିତି କରିବାକୁ ନାପସନ୍ଦ କରୁଥିଲେ ପତ୍ନୀ, ଖୋଲି କହିଲେ ଆୟୁଷ୍ମାନ

ମୁମ୍ବାଇ(ଓଡ଼ିଶା ରିପୋର୍ଟର):  “ନା, ଏଣିକି ଆଉ ନୁହେଁ।  ପୂରା ବନ୍ଦ।” ପତ୍ନୀଙ୍କ ଏମିତି ତାଗିଦ୍‌ ପରେ ‘ବିକ୍କି ଡୋନର’ ଅୟୁଷ୍ମାନଙ୍କୁ ଆଉ ଅନ୍‌ ସ୍କ୍ରିନ୍‌ ଚୁମ୍ବନ ଦେଉଥିବା ଦେଖିବାକୁ ମିଳି ନ ଥିଲା। ହେଲେ ଏହାର କାରଣ ସମ୍ପର୍କରେ ନିଜେ ଖୋଲି କହିଛନ୍ତି ଏହି ହ୍ୟାଣ୍ଡସମ୍‌ ଅଭିନେତା।

ତାଙ୍କ ମତରେ ପତ୍ନୀ ତାହିରା କଶ୍ୟପ୍‌ଙ୍କୁ ତାଙ୍କ ଚୁମ୍ବନ ମାରିବା ଦୃଶ୍ୟ ଆଦୌ ଭଲ ଲାଗେନି। ‘ବିକ୍କି ଡୋନର’ ଚଳଚ୍ଚିତ୍ର ବେଳେ ଅଭିନେତ୍ରୀ ୟାମୀ ଗୌତମଙ୍କୁ ଆୟୁଷ୍ମାନ ଚୁମ୍ବନ ଦେଉଥିବା ଦୃଶ୍ୟ ରହିଥିଲା। ଯାହାକୁ ଦେଖିବା ପରେ ତାହିରା ଅପ୍‌ସେଟ୍‌ ହୋଇ ଯାଇଥିଲେ। ଆଉ ସ୍ୱାମୀଙ୍କୁ ଏମିତି ଦୃଶ୍ୟରେ ଅଭିନୟ କରିବାକୁ ମନା କରିଥିଲେ।

ayush
image credit-aajtak

ସମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଆୟୁଷ୍ମାନ ଏହା କହିବା ସହ ଏବେ ଆଉ କୌଣସି ପ୍ରତିବନ୍ଧନ ନ ଥିବା କହିଛନ୍ତି। ତାଙ୍କ ମତରେ ପିତ୍ନୀ ତାହିରା ଏବେ ମ୍ୟାଚୁଅଡ୍‌ ହୋଇଗଲେଣି। ଏଣୁ ଆଗଭଳି ଏମିତି ଦୃଶ୍ୟ କରିବାକୁ ଗଲେ ସେ କୌଣସି ଆପତ୍ତି ଉଠାଇବେ ନାହିଁ ବୋଲି କହିଛନ୍ତି।

ଆକୟୁଷ୍ମାନ୍‌ କହିଛନ୍ତି, ତାହିରା ବି ଜଣେ କଳାକାର । ଯେତେବେଳେ ମୁଁ ତାଙ୍କୁ ବିବାହ କରିଥିଲି ସେ ସେତେଟା ମ୍ୟାଚ୍ୟୁଅଡ୍‌ ନ ଥିଲେ।

ଫିଲ୍ମ ‘ବିକ୍କି ଡୋନର’ ପରେ ସବୁ ବଲିଉଡ୍‌ ନିର୍ଦ୍ଦେଶକ ଆୟୁଷ୍ମାନ୍‌ ଖୁରାନାଙ୍କୁ ନିଜ ଫିଲ୍ମରେ ସାଇନ୍‌ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଏହି କାରଣରୁ ଅନେକ ଫିଲ୍ମ ତାଙ୍କ ହାତରୁ ଯାଇଛି।  ଗୋଟିଏ ପଟେ  ତାଙ୍କର ଇଣ୍ଡଷ୍ଟ୍ରିରେ ଧମାକେଦାର୍‌ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ  ତାଙ୍କ ପର୍ସନାଲ୍‌ ଲାଇଫ୍‌ରେ ମତାନ୍ତର ଢେର କିଛିଦିନ ଚର୍ଚ୍ଚାର ବିଷୟ ହୋଇଥିଲେ। କିନ୍ତୁ ଏବେ ତାଙ୍କ ଜୀବନରେ ସବୁ ଠିକ୍‌ ଚାଲିଛି। ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ି ଚଢ଼ି ଯାଉଛନ୍ତି।

 

 

 

 

 

ଆହୁରି ପଢ଼ନ୍ତୁ

ଇତିହାସ ରଚିଲେ ମହେନ୍ଦ୍ର ସିଂହ ଧୋନି

ଚାଇନାକୁ ଚେକ୍‌: ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସରେ ସାମିଲ ହେବ ଅଷ୍ଟ୍ରେଲିଆ

ମଇଁଷି ଉପରେ ବସି ଆସିଲେ, ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ

ଉପମୁଖ୍ୟମନ୍ତ୍ରୀଙ୍କ ପରିବାରର ୭ ଜଣଙ୍କୁ କରୋନା, ପୁଅଙ୍କ ଅବସ୍ଥା ସାଂଘାତିକ

ବିହାର ରାଜନୀତିର ଲଡ଼ୁ ମିଳୁ ବା ନ ମିଳୁ, ଏହି ବିଶ୍ୱ ପ୍ରସିଦ୍ଧ ଲଡ଼ୁ ଥରେ ନିଶ୍ଚୟ ଚାଖନ୍ତୁ…

ବ୍ୟାନ୍‌ ପରେ ପୁଣି ଫେରିଲା ଟିକଟକ୍‌

ୟୁପି ଗୁଳିକାଣ୍ତ: ଅଭିଯୁକ୍ତଙ୍କୁ ସମର୍ଥନ କରିବାରୁ ବିଜେପି ବିଧାୟକଙ୍କୁ ନଡ୍ଡାଙ୍କ ନୋଟିସ

କରୋନାର ସମ୍ଭାବ୍ୟ ଚିକିତ୍ସା ପଦ୍ଧତି ବାହାର କରିଥିବା ନାବାଳିକା ଜିତିଲେ ୨୫ ହଜାର ଡଲାର୍‌

ଲୁଡୋ: ଏଥର ଦୀପାବଳିକୁ ମଜାଦାର କରିବେ ରାଜକୁମାର ଓ ଅଭିଷେକ

ମହିଳା ମନ୍ତ୍ରୀଙ୍କୁ ଆଇଟମ କହିବା ପ୍ରସଙ୍ଗ: ଉପବାସ ସହ ଧାରଣାରେ ବସିଲେ ମୁଖ୍ୟମନ୍ତ୍ରୀ

କ୍ରିକେଟ ଆସୋସିଏସନ ସ୍କାମ: ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଇଡିର ଜେରା

ଭାରତୀୟ ହକି ଦଳର ଷ୍ଟାର୍ ଖେଳାଳି ଅମିତ୍ ରୋହିଦାସଙ୍କ ପିତୃ ବିୟୋଗ