Advertisment

୨୧ ବର୍ଷ ପରେ ଏକାଠି ହେଲେ, କିନ୍ତୁ ଏମିତି କାହିଁକି କହିଲେ?

ମୁମ୍ବାଇ:  ମାଧୁରୀ ଦୀକ୍ଷିତ  ଓ ସଞ୍ଜୟ ଦତ୍ତ ୨୧ ବର୍ଷ ପରେ ଏକ ଫିଲ୍ମରେ କାମ କରୁଛନ୍ତି।  କରନ୍ ଜୋହରଙ୍କର ଏହି ଫିଲ୍ମର ନାମ ହେଉଛି  ‘କଲଙ୍କ୍’। ପ୍ରଥମେ ଖବର ଆସିଥିଲା ଦୁହେଁ ଏହି ଫିଲ୍ମରେ ଅଭିନୟ କରିବେ, କିନ୍ତୁ କୌଣସି ସିନ୍‌ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ ନାହିଁ। ଏହା ଶୁଣିବା ପରେ ସେମାନଙ୍କ ଫ୍ୟାନ୍‌ମାନେ ନିରାଶ ହୋଇଯାଇଥିଲେ। ତେବେ ନିରାଶ ହେବାର କିଛି ନାହିଁ। ଏହି ଫିଲ୍ମ ପାଇଁ ଦୁହେଁ ଏକାଠି ସିନ୍ ଶୁଟ୍ […]

author-image
Sangita Sahoo
ଅଦ୍ୟତନ ହୋଇଛି
୨୧ ବର୍ଷ ପରେ ଏକାଠି ହେଲେ, କିନ୍ତୁ ଏମିତି କାହିଁକି କହିଲେ?

sanjay

ମୁମ୍ବାଇ:  ମାଧୁରୀ ଦୀକ୍ଷିତ  ଓ ସଞ୍ଜୟ ଦତ୍ତ ୨୧ ବର୍ଷ ପରେ ଏକ ଫିଲ୍ମରେ କାମ କରୁଛନ୍ତି।  କରନ୍ ଜୋହରଙ୍କର ଏହି ଫିଲ୍ମର ନାମ ହେଉଛି  ‘କଲଙ୍କ୍’।

Advertisment

ପ୍ରଥମେ ଖବର ଆସିଥିଲା ଦୁହେଁ ଏହି ଫିଲ୍ମରେ ଅଭିନୟ କରିବେ, କିନ୍ତୁ କୌଣସି ସିନ୍‌ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ ନାହିଁ। ଏହା ଶୁଣିବା ପରେ ସେମାନଙ୍କ ଫ୍ୟାନ୍‌ମାନେ ନିରାଶ ହୋଇଯାଇଥିଲେ।

ତେବେ ନିରାଶ ହେବାର କିଛି ନାହିଁ। ଏହି ଫିଲ୍ମ ପାଇଁ ଦୁହେଁ ଏକାଠି ସିନ୍ ଶୁଟ୍ କରିଥିବା ସୂଚନା ମିଳିଛି।

Advertisment

madhri1

image credit-internetନିକଟରେ ମାଧୁରୀଙ୍କୁ ଏକ ସାକ୍ଷାତକାରରେ ପଚରା ଯାଇଥିଲା ଯେ ଏତେ ବର୍ଷ ପରେ ସଞ୍ଜୟଙ୍କ ସହ ଫିଲ୍ମ କରି ସେ କେମିତି ଅନୁଭବ କରୁଛନ୍ତି?

ତେବେ ଏହାର ଜବାବରେ ସେ କହିଥିଲେ,“ଏହି ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ବ୍ୟତୀତ ବରୁନ୍ ଧୱନ ଓ ଆଲିଆ ଭଟ୍ଟ ବି ଅଛନ୍ତି।”

ତା’ହେଲେ କ’ଣ ସଞ୍ଜୟ ଦତ୍ତଙ୍କ ସହ ପୁଣି ଏକାଠି କାମ କରି ସେ ଖୁସି ନାହାନ୍ତି?

ଖବର ଏମିତି ବି ଆସିଥିଲା ଯେ, ସଞ୍ଜୟ ଦତ୍ତଙ୍କ ସହ ତାଙ୍କର କୌଣସି ସିନ୍‌ ନ ରଖିବା ସର୍ତ୍ତରେ ହିଁ ମାଧୁରୀ ଏହି ଫିଲ୍ମରେ କାମ କରିବାକୁ ହଁ କରିଥିଲେ।

[caption id="attachment_272968" align="aligncenter" width="750"]sanju image credit-indiatvnews.com[/caption]

ସୂଚନାଯୋଗ୍ୟ, ସଞ୍ଜୟଙ୍କ ଜୀବନରେ ମାଧୁରୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଦୁହେଁ ପରସ୍ପରକୁ ଖୁବ୍‌ ଭଲ ପାଉଥିଲେ। ତେବେ ଖୋଲାଖୋଲି ଭାବେ ଏହାକୁ କେବେ ସ୍ୱୀକାର କରି ନଥିଲେ। ପରେ ଦୁହିଁଙ୍କ ସଂପର୍କ ଭାଙ୍ଗି ଯାଇଥିଲା।