/odisha-reporter/media/post_attachments/uploads/2018/10/ai8.jpg)
ai8
ମୁମ୍ବାଇ: ହଲିଉଡ୍ ଷ୍ଟାରମାନଙ୍କର ବଲିଉଡ୍ ପ୍ରତି ରହିଛି ଅହେତୁକ ଦୁର୍ବଳତା। ଏଣୁ ଅନେକ ସମୟରେ ସେମାନେ ବଲିଉଡ୍ ଷ୍ଟାରଙ୍କ ସହ କାମ କରିବାକୁ ଇଚ୍ଛା ଜାହିର୍ କରିଥାନ୍ତି। ଜାଣିଛନ୍ତି ନିକଟରେ ଜଣେ ହଲିଉଡ୍ ଷ୍ଟାର ବଲିଉଡ୍ ଅଭିନେତା ଫରହାନ୍ ଅଖ୍ତର ଓ ଐଶ୍ୱର୍ଯ୍ୟ ରାୟଙ୍କ ସହ କାମ କରିବାକୁ ଇଛା ପ୍ରକାଶ କରୁଥିବା କହିଛନ୍ତି। ସେ ହଲିଉଡ୍ ଷ୍ଟାର ଜଣକ ହେଉଛନ୍ତି ୱିଲ୍ ସ୍ମିଥ୍।
/odisha-reporter/media/post_attachments/wp-content/uploads/2018/10/ws.jpg)
ନିକଟରେ ସେ ଭାରତକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ନିଜ ମନକଥା କହିଛନ୍ତି।
ସେ ଫରହାନ୍ଙ୍କ ଅଖ୍ତରଙ୍କ ସହ ଏକ ଖାସ୍ ସେଶନ୍ରେ ଡ୍ୟାନ୍ସ ସିକ୍ୱେନ୍ସ କରିବା ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ କାମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।
ୱିଲ୍ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ରଣବୀର ସିଂହ, କରଣ ଜୋହର ଓ ଅକ୍ଷୟ କୁମାରଙ୍କ ସହ ଖୁବ୍ ମସ୍ତି କରିଥିଲେ। ଏହି ମସ୍ତି ସମୟର କିଛି ଫଟୋ ବି ୱିଲ୍ ସୋଶାଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି।
ସୂଚନା ଯୋଗ୍ୟ ଯେ, ୱିଲ୍ ଆସିଥିବା କାର୍ଯ୍ୟକ୍ରମରେ ରଣବୀର ସିଂହ ଓ ଅକ୍ଷୟ କୁମାର ବି ସାମିଲ୍ ହୋଇଥିଲେ। ଏହା ପୂର୍ବରୁ ଅକ୍ଷୟ କୁମାର ନିଜ ଘରେ ଆୟୋଜିତ କରିଥିବାଏକ ଖାସ୍ ପାର୍ଟିକୁ ୱିଲ୍ ଆସିଥିଲେ। ଏହାଛଡ଼ା ୱିଲ୍ କରଣ ଜୋହରଙ୍କ ଟକ୍ ଶୋ’ ‘କଫି ଉଇଥ୍ କରଣ’ରେ ବି ନଜର ଆସିଥିଲେ। ରିପୋର୍ଟ ମୁତାବକ ୱିଲ୍ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ୍ ଅଫ୍ ଦ ଇଅର ୨’ ରେ ଅତିଥି କଳାକାର ଭାବେ ଯୋଗ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
