Advertisment

ଏକାଡେମୀ ସଦସ୍ୟ ପଦରୁ ଇସ୍ତଫା ଦେଲେ ସ୍ମିଥ, କହିଲେ-ମୋ’ ଭୁଲ ଅକ୍ଷମଣୀୟ

ଲସ୍‌ ଏଞ୍ଜଲିସ: ‘ନିଜ ଭୁଲ୍‌ ପାଇଁ ମୁଁ ଅନୁତପ୍ତ । ନିଜ ଦୋଷ ସ୍ୱୀକାର କରୁଛି । ମୁଁ ଯେଉଁ ଭୁଲ୍‌ କରିଛି ତାହା ଅକ୍ଷମଣୀୟ। ମୋ କାର୍ଯ୍ୟ ଦ୍ୱାରା ଯେଉଁମାନେ ଆଘାତ ପାଇଛନ୍ତି ସେମାନଙ୍କ ସୂଚୀ ବହୁତ ଲମ୍ବା।  ମୋର ଏହି କାର୍ଯ୍ୟ ଦ୍ୱାରା ବହୁ ଲୋକଙ୍କ ହୃଦୟ ଭାଙ୍ଗି ଯାଇଛି ଓ ବିଶ୍ୱାସ ଟଳମଳ ହୋଇଛି। ତେଣୁ ମୁଁ  ଏକାଡେମୀ ଅଫ୍ ମୋସନ୍ ପିକ୍ଚର ଆଟର୍ସ ଆଣ୍ଡ ସାଇନ୍ସ ସଦସ୍ୟ ପଦରୁ ଇସ୍ତଫା ଦେଉଛି।’ […]

ଅଦ୍ୟତନ ହୋଇଛି
ଏକାଡେମୀ ସଦସ୍ୟ ପଦରୁ ଇସ୍ତଫା ଦେଲେ ସ୍ମିଥ, କହିଲେ-ମୋ’ ଭୁଲ ଅକ୍ଷମଣୀୟ

will-smith

Advertisment

ଲସ୍‌ ଏଞ୍ଜଲିସ: ‘ନିଜ ଭୁଲ୍‌ ପାଇଁ ମୁଁ ଅନୁତପ୍ତ । ନିଜ ଦୋଷ ସ୍ୱୀକାର କରୁଛି । ମୁଁ ଯେଉଁ ଭୁଲ୍‌ କରିଛି ତାହା ଅକ୍ଷମଣୀୟ। ମୋ କାର୍ଯ୍ୟ ଦ୍ୱାରା ଯେଉଁମାନେ ଆଘାତ ପାଇଛନ୍ତି ସେମାନଙ୍କ ସୂଚୀ ବହୁତ ଲମ୍ବା।  ମୋର ଏହି କାର୍ଯ୍ୟ ଦ୍ୱାରା ବହୁ ଲୋକଙ୍କ ହୃଦୟ ଭାଙ୍ଗି ଯାଇଛି ଓ ବିଶ୍ୱାସ ଟଳମଳ ହୋଇଛି। ତେଣୁ ମୁଁ  ଏକାଡେମୀ ଅଫ୍ ମୋସନ୍ ପିକ୍ଚର ଆଟର୍ସ ଆଣ୍ଡ ସାଇନ୍ସ ସଦସ୍ୟ ପଦରୁ ଇସ୍ତଫା ଦେଉଛି।’ ସର୍ବ ସମ୍ମୁଖରେ ଓସ୍କାର ମଞ୍ଚରେ ହୋଷ୍ଟଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାକୁ ଚାଲି ଆସିଥିବା ହଲିଉଡ ଅଭିନେତା ୱିଲ୍ ସ୍ମିଥ୍ ପଶ୍ଚାତାପ କରୁଥିବା ବେଳେ ଶେଷରେ ନିଜ ପଦରୁ  ଇସ୍ତଫା ଦେଇଛନ୍ତି।

Advertisment

ଓସ୍କାର ଉତ୍ସବରେ କମେଡିଆନ କ୍ରିସ୍ ରକ୍‌ଙ୍କୁ ଚାପୁଡ଼ା ମାରି ବିବାଦୀୟ ହୋଇ ପଡ଼ିଥିବା ୱିଲ୍ ସ୍ମିଥ୍ ଶୃଙ୍ଖଳା କମିଟିର ନୋଟିସ୍ ପରେ ସଦସ୍ୟ ପଦରୁ ଇସ୍ତଫା ଦେଲେ । ନିଜର ହୀନ କାର୍ଯ୍ୟ ପାଇଁ ଅନୁତପ୍ତ ଥିବା ସ୍ମିଥ ଯେକୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ ଜଣାଇଛନ୍ତି।

ଏଥିସହ ସେ କହିଛନ୍ତି, ମୋ କାର୍ଯ୍ୟ ଦ୍ୱାରା ଯେଉଁମାନେ ଆଘାତ ପାଇଛନ୍ତି ସେମାନଙ୍କ ସୂଚୀ ବହୁତ ଲମ୍ବା।  ଏଥିରେ କ୍ରୀସ୍‌, ତାଙ୍କ ପରିବାର, ମୋର ବହୁ ପ୍ରିୟଜନ ଓ ଦର୍ଶକ ବି ସାମିଲ ଅଛନ୍ତି। ମୋର ଏହି କାର୍ଯ୍ୟ ଦ୍ୱାରା ବହୁ ଲୋକଙ୍କ ହୃଦୟ ଭାଙ୍ଗି ଯାଇଛି ଓ ବିଶ୍ୱାସ ଟଳମଳ ହୋଇଛି।  ମୁଁ ଏକାଡେମୀ ସହ ବିଶ୍ୱାସଘାତକତା କରିଛି। ଏହି ଉତ୍ସବରେ ପୁରସ୍କାର ହାସଲ କରିଥିବା ତଥା ଏଥିନିମନ୍ତେ ମନୋନୀତ ହୋଇଥିବା ବହୁ କଳାକାର  ମୋ କାର୍ଯ୍ୟକଳାପ ଯୋଗୁ ଉତ୍ସବ ମନାଇବାରୁ ବଞ୍ଚିତ ହେଲେ । ଏହା ମୋତେ ଗଭୀର ଆଘାତ ଦେଇଛି । ଏଥିଯୋଗୁ ମୁଁ ଏକାଡେମୀ ଅଫ ମୋଶନ ପିକଚର ଆର୍ଟସରୁ ଇସ୍ତଫା ଦେଉଛି । କେବଳ ଏତିକି ନୁହେଁ, ଆଗକୁ ବୋର୍ଡ ତରଫରୁ ଆସିବାକୁ ଥିବା ସମସ୍ତ ନିଷ୍ପତ୍ତିକୁ ଗ୍ରହଣ କରିବି।

Advertisment

[caption id="attachment_724520" align="aligncenter" width="650"]will-smith ହଲିଉଡ ଅଭିନେତା ୱିଲ ସ୍ମିଥ ଓସ୍କାର ମଞ୍ଚରେ ହୋଷ୍ଟଙ୍କୁ ଚାପୁଡ଼ା ମାରୁଛନ୍ତି ।[/caption]

ଚଳିତ ବର୍ଷ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ୱିଲ୍ ସ୍ମିଥ୍ । ତାଙ୍କୁ ଫିଲ୍ମ ‘King Richard’ ପାଇଁ ଏହି ପୁରସ୍କାର ମିଳିଛି।  କିନ୍ତୁ ଏହା ପୂର୍ବରୁ ଘଟିଗଲା ଅଘଟଣ, ଯାହାକି ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।   ୱିଲ୍ ସ୍ମିଥ୍ ଶୋ’ର ହୋଷ୍ଟ କରୁଥିବା ହାସ୍ୟ ଅଭିନେତା କ୍ରିସ୍ ରକଙ୍କୁ ସମସ୍ତଙ୍କ ସାମ୍ନାରେ ମଞ୍ଚ ଉପରେ ମାଡ ମାରିଥିଲେ। ଯାହା ଓସ୍କାର ଇତିହାସରେ ପ୍ରଥମ।

ହୋଷ୍ଟ କ୍ରିସ୍ ରକ୍ ସ୍ମିଥଙ୍କ ପତ୍ନୀ ବିଷୟରେ ଥଟ୍ଟା କରୁଥିଲେ  ଯାହାକୁ କି ସହଜେ ଗ୍ରହଣ କରିପାରି ନ ଥିଲେ ସ୍ମିଥ ।  ପତ୍ନୀଙ୍କୁ ଏଭଳି ପରିହାସ କରିବା ସ୍ମିଥଙ୍କୁ ପସନ୍ଦ ଆସିନଥିଲା। ଏହାପରେ ଉତ୍ତ୍ୟକ୍ତ ସ୍ମିଥ ମଞ୍ଚ ଉପରକୁ ଯାଇ ହୋଷ୍ଟଙ୍କୁ ଖୁବ୍‌ ଜୋରରେ ମାଡ ମାରିଥିଲେ। କେବଳ ସେତିକି ନୁହେଁ ମଞ୍ଚରୁ ତଳକୁ ଓହ୍ଲାଇ ଖୁବ୍‌ ଜୋର ପାଟି କରି ସ୍ମିଥ ରକ୍‌ଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ।

ଏହାପରେ ନିଜ ଦୋଷ ସ୍ୱୀକାର କରି ଏହା ପରେ କ୍ରିସ୍ ରକ୍‌ଙ୍କୁ କ୍ଷମା ମାଗିଥିବା ସ୍ମିଥ ଏବେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର ଆଟର୍ସ ଆଣ୍ଡ ସାଇନ୍ସ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

........

Oscar 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe