Advertisment

କପିଲ୍‌ ଶର୍ମା ଶୋ’ରେ ପୁଣି କମେଡିର ତଡ଼କା ଲଗାଇବେ ସୁନିଲ୍‌!

ମୁମ୍ବାଇ: ଟେଲିଭିଜନ୍‌ର ମୋଷ୍ଟ ପପୁଲାର୍‌ କମେଡି ଶୋ’ ‘ଦି କପିଲ୍‌ ଶର୍ମା ଶୋ’ରେ ପୁଣି ଏଣ୍ଟ୍ରି କରିପାରନ୍ତି କମେଡିଆନ୍‌ ସୁନିଲ୍‌ ଗ୍ରୋବର୍‌। ଫିଲ୍ମ ‘ଭାରତ’ରେ ତାଙ୍କ ଭୂମିକା ଏବଂ ଅଭିନୟ ଦର୍ଶକଙ୍କୁ ଭଲ ଲାଗିବା ପରେ ସୋଶାଲ୍‌ ମିଡିଆରେ ତାଙ୍କୁ ନେଇ କମେଣ୍ଟ ଆସିବାକୁ ଲାଗିଛି। କାରଣ ଆଜି ଦିନରେ ମଧ୍ୟ ଲୋକମାନେ ତାଙ୍କୁ କପିଲ୍‌ ଶର୍ମା ଶୋ’ରେ ଦେଖିବାକୁ ଚାହୁଁଛନ୍ତି। https://www.instagram.com/p/BptjI0ZHki7/?utm_source=ig_web_copy_link କପିଲ୍‌ଙ୍କୁ ଏହି ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ, ସୁନିଲ୍‌ ଏବେ ତାଙ୍କ […]

author-image
Rosalin Rath
କପିଲ୍‌ ଶର୍ମା ଶୋ’ରେ ପୁଣି କମେଡିର ତଡ଼କା ଲଗାଇବେ ସୁନିଲ୍‌!

k11

ମୁମ୍ବାଇ: ଟେଲିଭିଜନ୍‌ର ମୋଷ୍ଟ ପପୁଲାର୍‌ କମେଡି ଶୋ’ ‘ଦି କପିଲ୍‌ ଶର୍ମା ଶୋ’ରେ ପୁଣି ଏଣ୍ଟ୍ରି କରିପାରନ୍ତି କମେଡିଆନ୍‌ ସୁନିଲ୍‌ ଗ୍ରୋବର୍‌। ଫିଲ୍ମ ‘ଭାରତ’ରେ ତାଙ୍କ ଭୂମିକା ଏବଂ ଅଭିନୟ ଦର୍ଶକଙ୍କୁ ଭଲ ଲାଗିବା ପରେ ସୋଶାଲ୍‌ ମିଡିଆରେ ତାଙ୍କୁ ନେଇ କମେଣ୍ଟ ଆସିବାକୁ ଲାଗିଛି। କାରଣ ଆଜି ଦିନରେ ମଧ୍ୟ ଲୋକମାନେ ତାଙ୍କୁ କପିଲ୍‌ ଶର୍ମା ଶୋ’ରେ ଦେଖିବାକୁ ଚାହୁଁଛନ୍ତି।

Advertisment

https://www.instagram.com/p/BptjI0ZHki7/?utm_source=ig_web_copy_link

କପିଲ୍‌ଙ୍କୁ ଏହି ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ, ସୁନିଲ୍‌ ଏବେ ତାଙ୍କ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ଫ୍ରି ହେଲା ମାତ୍ରେ ସେ ଶୋ’ରେ ଯୋଗ ଦେବେ। ଏକ ମିଡିଆ ରିପୋର୍ଟ ଅନୁସାରେ ସୁନିଲ୍‌ ଏବଂ କପିଲ୍‌ଙ୍କ ଯୋଡ଼ିଙ୍କୁ ଦର୍ଶକ ପୁଣି ଥରେ ଟେଲିଭିଜନ୍‌ ପରଦାରେ ଦେଖିବାକୁ ଚାହୁଁଛନ୍ତି।

https://www.instagram.com/p/ByY5PDDHQzN/?utm_source=ig_web_copy_link

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଲୋକପ୍ରିୟ କମେଡିଆନ୍‌ ସୁନିଲ୍‌ ଗ୍ରୋବର୍‌ ଶୋ’ରେ ମଶ୍‌ହୁର୍‌ ଗୁଲାଠି ଏବଂ ରିଙ୍କୁ ଭାବି ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ଖୁବ୍‌ ହସାଉଥିଲେ। କପିଲ୍‌ଙ୍କ ସହ ତାଙ୍କର ଝଗଡ଼ା ହେବାରୁ ସେ ଶୋ’ ଛାଡ଼ି ଦେଇଥିଲେ। ଏହା ପରେ କପିଲ୍‌ ତାଙ୍କୁ ବହୁଥର ବୁଝାଇ ଥିଲେ ମଧ୍ୟ ସେ ଶୋ’କୁ ଫେରି ନଥିଲେ।

Advertisment