Advertisment

ବଡ଼ ବଡ଼ ହିରୋମାନଙ୍କୁ ପଛରେ ପକାଇଛନ୍ତି ଏହି ଅଭିନେତ୍ରୀମାନେ

ମାର୍ଚ୍ଚ ୮ ତାରିଖକୁ ସାରା ବିଶ୍ୱରେ ମହିଳାମାନଙ୍କୁ ସମର୍ପିତ କରାଯାଇଛି। ଆଜିର ଯୁଗରେ ମହିଳାମାନେ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି। ବହୁ କ୍ଷେତ୍ରରେ ମହିଳାମାନେ ନିଜର ଦକ୍ଷତା ଓ ପରିଶ୍ରମ ବଳରେ ପୁରୁଷଙ୍କୁ ପଛରେ ମଧ୍ୟ ପକାଇ ଦେଲେଣି। ତେବେ ଆଜି ଆମେ ଫିଲ୍ମ ଇଣ୍ଡଷ୍ଟ୍ରିର ଏମିତି କିଛି ମହିଳାଙ୍କ ବିଷୟରେ କହିବୁ ଯେଉଁମାନେ ଏହି ପୁରୁଷ ପ୍ରାଧାନ୍ୟ ପ୍ରଫେସନ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଓ ଲକ୍ଷ ଲକ୍ଷ ମହିଳାଙ୍କ […]

ଅଦ୍ୟତନ ହୋଇଛି
ବଡ଼ ବଡ଼ ହିରୋମାନଙ୍କୁ ପଛରେ ପକାଇଛନ୍ତି ଏହି ଅଭିନେତ୍ରୀମାନେ

bolly

Advertisment

ମାର୍ଚ୍ଚ ୮ ତାରିଖକୁ ସାରା ବିଶ୍ୱରେ ମହିଳାମାନଙ୍କୁ ସମର୍ପିତ କରାଯାଇଛି। ଆଜିର ଯୁଗରେ ମହିଳାମାନେ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି। ବହୁ କ୍ଷେତ୍ରରେ ମହିଳାମାନେ ନିଜର ଦକ୍ଷତା ଓ ପରିଶ୍ରମ ବଳରେ ପୁରୁଷଙ୍କୁ ପଛରେ ମଧ୍ୟ ପକାଇ ଦେଲେଣି। ତେବେ ଆଜି ଆମେ ଫିଲ୍ମ ଇଣ୍ଡଷ୍ଟ୍ରିର ଏମିତି କିଛି ମହିଳାଙ୍କ ବିଷୟରେ କହିବୁ ଯେଉଁମାନେ ଏହି ପୁରୁଷ ପ୍ରାଧାନ୍ୟ ପ୍ରଫେସନ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଓ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
https://www.instagram.com/p/Bir0v1Ph8bj/?utm_source=ig_web_copy_link

Advertisment

ଦୀପିକା ପାଦୁକୋନ୍: ନିଜର ଚମତ୍କାର ଅଭିନୟ ବଳରେ ଦୀପିକା ଆଜି ବଲିଉଡ୍‌ର ଟପ୍‌ ହିରୋଇନ୍‌ ହୋଇପାରିଛନ୍ତି। ବିଭିନ୍ନ ପ୍ରକାରର ରୋଲ୍‌ରେ ନିଜକୁ ଭିନ୍ନ ଭିନ୍ନ ଅନ୍ଦାଜରେ ପରଦାରେ ଦେଖାଇ ସେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଛନ୍ତି। ବର୍ତ୍ତମାନ ସେ ବଲିଉଡ୍‌ରେ ଏକପ୍ରକାରର ନିଜର ଦବ୍‌ଦବା ଜାହିର୍‌ କରିସାରିଲେଣି। ପ୍ରାୟ ସବୁ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଗଲେଣି ଦୀପିକା। ଆଗରୁ ଲୋକେ ଅଭିନେତାଙ୍କ ନାଁ ଦେଖି ଫିଲ୍ମ ଦେଖିବାକୁ ଯାଉଥିଲେ। ହେଲେ ଏବେ ଫିଲ୍ମର ପୋଷ୍ଟର୍‌ରେ ଦୀପିକାଙ୍କୁ ଦେଖିଲେ ଦର୍ଶକ ଫିଲ୍ମ ବ୍ଲକ୍‌ବଷ୍ଟର ହେବ ବୋଲି କହୁଛନ୍ତି।

ଇଣ୍ଡଷ୍ଟ୍ରିର ବହୁ ବଡ଼ ବଡ଼ ହିରୋଙ୍କଠୁ ବି ଅଧିକ ପାଉଣା ନେଉଛନ୍ତି ସେ। ସେ ନଜିର ପ୍ରାୟ ଫିଲ୍ମ ଜରିଆରେ ମହିଳାମାନଙ୍କୁ ସଶକ୍ତ ହେବାକୁ ପ୍ରେରଣା ଦେଇଥାନ୍ତି ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ଛପାକ୍‌’ ହେଉଛି ଏହାର ସବୁଠୁ ବଡ଼ ଉଦ୍ଦାହରଣ। ନିଜ ଦମ୍‌ଦାର ବ୍ୟକ୍ତିତ୍ୱ ଓ ଚମତ୍କାର ଅଭିନୟ ବଳରେ ସେ ବ୍ୟାକ୍‌ ଟୁ ବ୍ୟାକ୍‌ ସୁପର୍‌ହିଟ୍ ସିନେମା ଦେଇଛନ୍ତି। ଯଦି ଏହି ଧାରା ସେ ବଜାୟ ରଖନ୍ତି ତେବେ ଶ୍ରୀ ଦେବୀଙ୍କ ପରେ ଇଣ୍ଡଷ୍ଟ୍ରିର ଦ୍ୱିତୀୟ ମହିଳା ସୁପର୍‌ଷ୍ଟାର ହେବାରୁ ତାଙ୍କୁ କେହି ଅଟକାଇପାରିବେ ନାହିଁ ।
https://www.instagram.com/p/BuUmjUIHFCe/?utm_source=ig_web_copy_link

Advertisment

ପ୍ରିୟଙ୍କା ଚୋପ୍ରା: ଦେଶୀ ଗର୍ଲ ପ୍ରିୟଙ୍କା ଏବେ କେବଳ ବଲିଉଡ୍‌ରେ ସୀମୀତ ନାହାନ୍ତି। ସେ ହଲିଉଡ୍‌ରେ ମଧ୍ୟ ନିଜର ଏକ ସଫଳ ପରିଚୟ ସୃଷ୍ଟି କରିସାରିଲେଣି। ପ୍ରିୟଙ୍କା ଏବେ ଗ୍ଲୋବାଲ ଆଇକନ୍‌ ହୋଇଗଲେଣି। ସେ ସାରା ବିଶ୍ୱରେ ସମସ୍ତଙ୍କ ପ୍ରଥମ ପସନ୍ଦର ନାୟିକା ପାଲଟିଛନ୍ତି। ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଆୱାର୍ଡ଼ ସେ ନିଜ ନାଁରେ କରିସାରିଲେଣି। ତେବେ ଅଭିନୟ ବ୍ୟତୀତ ୟୁନିସେଫ୍‌ ଜରିଆରେ ସମାଜ ସେବା ପାଇଁ ମଧ୍ୟ ସେ ଜଣାଶୁଣା। ଦୀର୍ଘ ସମୟରୁ ସେ ୟୁନିସେଫ୍‌ର ଗୁଡ୍‌ୱିଲ୍‌ ଆମ୍ବାସଡର ଅଛନ୍ତି। ନିକଟରେ ତାଙ୍କୁ ସମାଜ ସେବା ପାଇଁ ୟୁନିସେଫ୍ ତରଫରୁ ମଧ୍ୟ ସମ୍ମାନିତ କରାଯାଇଥିଲା। ପ୍ରିୟଙ୍କାର ଏକ ନିଜର ପ୍ରଡକ୍ଶନ ହାଉସ୍‌ ମଧ୍ୟ ରହିଛି। ଏହା ଜରିଆରେ ସେ ଛୋଟ ବଜେଟ୍‌ର ଫିଲ୍ମଗୁଡ଼ିକୁ ପ୍ରମୋଟ କରନ୍ତି। ଉତ୍ତରପ୍ରଦେଶର ବରେଲି ଭଳି ଏକ ଛୋଟ ସହରର ସାଧାରଣ ପରିବାରରୁ ଆସି ଆଜି ସେ ଯେଉଁ ସଫଳତା ପାଇଛନ୍ତି ତାଙ୍କର ଏହି ଯାତ୍ରା ତାଙ୍କ ଭଳି ଅନେକ ଛୋଟ ସହରର ମହିଳାଙ୍କ ପାଇଁ ବେଶ୍ ପ୍ରେରଣାଦାୟୀ।

https://www.instagram.com/p/BbARyHTAGVv/?utm_source=ig_web_copy_link

କଙ୍ଗନା ରଣାୱତ୍:ବଲିଉଡ୍‌ରେ ଏବେ ରାଜ୍‌ କରୁଥିବା ଏହି ଷ୍ଟାର ଦିନେ ପରିବାର ଲୋକଙ୍କ ପାଇଁ ଅଲୋଡ଼ା ଥିଲେ। ମାତ୍ର ୧୫ ବର୍ଷ ବୟସରେ କଙ୍ଗନା ଘରୁ ଲୁଚି ଦିଲ୍ଲୀ ପଳାଇଥିଲେ। ଆଉ ତା’ପରେ ସେ ସମାଜରେ ନିଜର ଏକ ପରିଚୟ ସୃଷ୍ଟି କରିବାରେ ଲାଗିପଡ଼ିଲେ। ପ୍ରଥମ ସିନେମାରୁ ହିଁ ସେ ଜଣାଇଦେଇଥିଲେ ଯେ ସେ ଜଣେ ସୁପରଷ୍ଟାର୍‌ ହେବାର ଦମ୍‌ ରଖିଛନ୍ତି।

‘କ୍ୱିନ୍‌’ ଓ ‘ମଣିକର୍ଣ୍ଣିକା’ ପରି ଫିଲ୍ମ କରି ସେ ମହିଳାମାନଙ୍କୁ ସମାଜରେ ନିଜ ପାଇଁ ଲଢ଼ିବାକୁ ପ୍ରେରିତ କରିଛନ୍ତି। ଏହା ବ୍ୟତୀତ ସେ ସବୁବେଳେ ନିଜର ବୟାନ୍‌ ଓ ସୋଶାଲ୍‌ ମିଡିଆ ଜରିଆରେ ମହିଳାମାନଙ୍କୁ ସ୍ୱପ୍ନ ଦେଖିବା ଓ ସେ ସ୍ୱପ୍ନକୁ ପୂରା କରିବା ପାଇଁ ଚେଷ୍ଟା କରିବାକୁ ପ୍ରତ୍ସାହନ ଦେଇଥାନ୍ତି। ସେ କେବେ ହେଲେ କୌଣସି ମୁଦ୍ଦା ଉପରେ ନିଜର ପ୍ରତିକ୍ରିୟା ବା ମତ ପ୍ରକାଶ କରିବାକୁ ଭୟ କରନ୍ତି ନାହିଁ। ଏହି ଦମ୍‌ଦାର୍‌ ପର୍ସନାଲିଟି ପାଇଁ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌ ରହିଛନ୍ତି।

https://www.instagram.com/p/BxtRpY7pFFS/?utm_source=ig_web_copy_link

ଐଶ୍ୱର୍ଯ୍ୟା ରାଇ ବଚ୍ଚନ: ଐଶ୍ ତାଙ୍କ କ୍ୟାରିୟରରେ ବହୁତ କିଛି ହାସଲ କରିଛନ୍ତି। ମିସ୍ ୱାର୍ଲ୍ଡ ହୋଇ ଅନ୍ତର୍ଜାତୀୟ ସ୍ତରରେ ସେ ଦେଶର ନାଁ ରଖିଥିଲେ। ବହୁତ ଦିନ ହେବ ପରଦାରୁ ଦୂରେଇଯାଇଛନ୍ତି ସତ କିନ୍ତୁ ନିଜର ଫିଲ୍ମଗୁଡ଼ିକ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ଅଭୁଲା ଛାପ ଛାଡିଯାଇଛନ୍ତି ଐଶ୍ । ତାଙ୍କ ସମୟର ସେ ଜଣେ ମାତ୍ର ଏପରି ଅଭିନେତ୍ରୀ ଥିଲେ ଯିଏ କି ଅଭିନେତାଙ୍କଠାରୁ ଅଧିକ ପାରିଶ୍ରମିକ ପାଉଥିଲେ।

ଏ କଥା ନିଜେ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ଖୁଲାସା କରିଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଐଶ୍ୱର୍ଯ୍ୟାଙ୍କ ସହ ୯ଟି ଫିଲ୍ମରେ ସେ କାମ କରିଛନ୍ତି, ଯେଉଁଥିରୁ ୮ଟିରେ ଐଶ୍‌ ତାଙ୍କଠାରୁ ଅଧିକ ଟଙ୍କା ନେଇଥିଲେ। ଐଶ୍ ଏମିତି ଜଣେ ଅଭିନେତ୍ରୀ ଯିଏ ସମାଜକୁ ପ୍ରମାଣ କରି ଦେଖାଇଦେଲେ ଯେ ଜଣେ ମହିଳା ମା’ ହେବା ପରେ ମଧ୍ୟ ନିଜ ସ୍ୱପ୍ନକୁ ପୂରା କରିପାରିବେ ଓ ସଫଳତା ପାଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe