Advertisment

ରିଲିଜ ହେଲା କରୋନା ଭାଇରସ୍ ଉପରେ ନିର୍ମିତ ବିଶ୍ୱର ପ୍ରଥମ ଫିଲ୍ମ

ମୁମ୍ବାଇ: ଭାରତରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାର ପ୍ରଭାବକୁ କମ୍‌ କରିବା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ରେ ରଖାଯାଇଛି। ଫଳରେ ଅନ୍ୟାନ୍ୟ ବ୍ୟବସାୟ ସହ ବଲିଉଡ୍ ଓ ଟିଭି ଇଣ୍ଡଷ୍ଟ୍ରିର ଶୁଟିଂ ମଧ୍ୟ ବନ୍ଦ ହୋଇପଡ଼ିଛି। ମନୋରଞ୍ଜନ ଶିଳ୍ପ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଛି। ଦୀର୍ଘ ସମୟ ଧରି କୌଣସି ଫିଲ୍ମ ରିଲିଜ୍ ହୋଇନାହିଁ । ତେବେ ବର୍ତ୍ତମାନ ଏକ ଫିଲ୍ମ ରିଲିଜ ହୋଇଛି, ତାହା ପୁଣି କରୋନା […]

ରିଲିଜ ହେଲା କରୋନା ଭାଇରସ୍ ଉପରେ ନିର୍ମିତ ବିଶ୍ୱର ପ୍ରଥମ ଫିଲ୍ମ

corona-zombies

Advertisment

ମୁମ୍ବାଇ: ଭାରତରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାର ପ୍ରଭାବକୁ କମ୍‌ କରିବା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ରେ ରଖାଯାଇଛି। ଫଳରେ ଅନ୍ୟାନ୍ୟ ବ୍ୟବସାୟ ସହ ବଲିଉଡ୍ ଓ ଟିଭି ଇଣ୍ଡଷ୍ଟ୍ରିର ଶୁଟିଂ ମଧ୍ୟ ବନ୍ଦ ହୋଇପଡ଼ିଛି। ମନୋରଞ୍ଜନ ଶିଳ୍ପ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଛି। ଦୀର୍ଘ ସମୟ ଧରି କୌଣସି ଫିଲ୍ମ ରିଲିଜ୍ ହୋଇନାହିଁ । ତେବେ ବର୍ତ୍ତମାନ ଏକ ଫିଲ୍ମ ରିଲିଜ ହୋଇଛି, ତାହା ପୁଣି କରୋନା ଭାଇରସ୍ ଉପରେ ନିର୍ମିତ ହୋଇଥିବା ବିଶ୍ୱର ପ୍ରଥମ ଫିଲ୍ମ।

Advertisment

ଡିଜିଟାଲ୍ ପ୍ଲାଟଫର୍ମରେ ଗତ ଏପ୍ରିଲ ୧୦ ତାରିଖରେ ‘କରୋନା ଜମ୍ବିସ୍’ ରିଲିଜ ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଚାର୍ଲ୍ସ ବ୍ୟାଣ୍ଡ।  ଫିଲ୍ମରେ କୋଡ଼ି ରେନି କ୍ୟାମେରନ୍, ରସେଲ୍ କୋକର୍, ରବିନ୍ ସିଡନୀ ପ୍ରମୁଖ ଅଭିନୟ କରିଛନ୍ତି। ସବୁଠୁ ବିଶେଷ କଥା ହେଉଛି ଫିଲ୍ମ ତିଆରି କରିବା ପାଇଁ ବହୁତ ଛୋଟ ଷ୍ଟାରକାଷ୍ଟ ରଖାଯାଇଥିବାବେଳେ ଶୁଟିଂ ସମୟରେ ସାମାଜିକ ଦୂରତା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି।

କାହାଣୀରେ କିପରି ଲୋକମାନେ କରୋନାଙ୍କ ଶିକାର ହେଉଛନ୍ତି ଓ ମୃତ୍ୟୁ ପରେ ସେମାନେ ଜମ୍ବିସ୍ ହେଇଯାଉଛନ୍ତି ତାହା ଦର୍ଶାଯାଇଛି। ନିର୍ଦ୍ଦେଶକ ଏହି ଫିଲ୍ମକୁ ଏକ ହରର୍ ଫିଲ୍ମର ରୂପ ଦେବାକୁ ଚେଷ୍ଟା କରିଛନ୍ତି। ଫିଲ୍ମରେ ଅନେକ ବାସ୍ତବ ଫୁଟେଜ୍ ବ୍ୟବହାର କରାଯାଇଛି। ଫିଲ୍ମରେ ଦର୍ଶାଯାଇଛି ଯେ ଏହି କରୋନା ଜମ୍ବି ସହିତ ଲଢ଼ିବା ପାଇଁ ଏକ ପ୍ରେସିଡେଣ୍ଟ କରୋନା ସ୍କ୍ୱାଡ୍ ଗଠନ କରାଯାଇଛି। ଏହି ସ୍କ୍ୱାଡ୍ କରୋନା ଭାଇରସର ମୂଳ କାରଣ ଖୋଜିବାକୁ ଚେଷ୍ଟା କରିବା ସହ ଜମ୍ବିସମାନଙ୍କ ସହିତ ଲଢ଼େଇ ବି କରୁଛି।

Advertisment

ଏହି ଫିଲ୍ମରେ ‘ହେଲ ଅଫ୍ ଦି ଲିଭିଙ୍ଗ୍ ଡେଡ୍’ ଏବଂ ‘ଜୋମ୍ବିସ୍ ଭର୍ସେସ୍ ଷ୍ଟ୍ରିପର୍ସ’ ଏହି ଦୁଇଟି ଫିଲ୍ମର ଫୁଟେଜ୍  ଦେଖିବାକୁ ମିଳେ। ଫିଲ୍ମ ଅବଧି ପାଖାପାଖି ୧ ଘଣ୍ଟା। ଏହାର ସୁଟିଂ ମାତ୍ର ୨୮ ଦିନ ମଧ୍ୟରେ ଶେଷ ହୋଇଛି। ଏହି ଫିଲ୍ମକୁ ଡିଜିଟାଲ୍ ପ୍ଲାଟଫର୍ମ ‘full moon features'ରେ ଦେଖିପାରିବେ |

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe