Advertisment

ବବିଙ୍କ ନାଁରେ ହେଉଛି ଅପପ୍ରଚାର !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେ ଶୁଟିଂ ସେଟ୍‌ରେ ଗଣ୍ଡଗୋଳ କରନ୍ତି। ସେ ଯେଉଁ କଳାକାର ସହ କାମ କରନ୍ତି ତାଙ୍କ ସହ ତାଙ୍କର ଶତ୍ରୁତା ହୁଏ। ଆଜିକାଲି ଏମିତି କିଛି ଶୁଣିବାକୁ ମିଳୁଛି ଅଭିନେତା ବବି ମିଶ୍ରଙ୍କ ବିଷୟରେ। ଆଉ ଏହାକୁ ନେଇ ସେ ବି ଖୁବ୍ ଚିନ୍ତାରେ ଅଛନ୍ତି। ଏମିତିକି ‘ଓଟିଭି’ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଗପସପ’ରେ ନିକଟରେ ଯୋଗଦେଇ ସେ ଏ ବିଷୟରେ ଆଲୋଚନା କରିଥିଲେ। ବବି କହିଥିଲେ ଯେ ସେ ଦୀର୍ଘ […]

ଅଦ୍ୟତନ ହୋଇଛି
ବବିଙ୍କ ନାଁରେ ହେଉଛି ଅପପ୍ରଚାର !

bobby

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେ ଶୁଟିଂ ସେଟ୍‌ରେ ଗଣ୍ଡଗୋଳ କରନ୍ତି। ସେ ଯେଉଁ କଳାକାର ସହ କାମ କରନ୍ତି ତାଙ୍କ ସହ ତାଙ୍କର ଶତ୍ରୁତା ହୁଏ। ଆଜିକାଲି ଏମିତି କିଛି ଶୁଣିବାକୁ ମିଳୁଛି ଅଭିନେତା ବବି ମିଶ୍ରଙ୍କ ବିଷୟରେ। ଆଉ ଏହାକୁ ନେଇ ସେ ବି ଖୁବ୍ ଚିନ୍ତାରେ ଅଛନ୍ତି। ଏମିତିକି ‘ଓଟିଭି’ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଗପସପ’ରେ ନିକଟରେ ଯୋଗଦେଇ ସେ ଏ ବିଷୟରେ ଆଲୋଚନା କରିଥିଲେ।

Advertisment

ବବି କହିଥିଲେ ଯେ ସେ ଦୀର୍ଘ ଦିନର ବ୍ୟବଧାନରେ ପୁଣି ଥରେ ଫିଲ୍ମକୁ ଫେରିଛନ୍ତି। ତାଙ୍କ ହାତକୁ ଗୋଟେ ପରେ ଗୋଟେ ଅଫର୍‌ ଆସୁଛି। ଏହାକୁ କିଛି ଲୋକ ସହି ପାରୁ ନାହାନ୍ତି। ତେଣୁ ସେମାନେ ଏମିତି ଅପପ୍ରଚାର କରୁଛନ୍ତି।

publive-imageଏଭଳି ଅପପ୍ରଚାର ଯୋଗୁ ଫିଲ୍ମ ‘ବାବୁ ଭାଇଜାନ୍‌’ର ଅଫର୍ ପାଇବା ବେଳେ ସେ କେମିତି ଅକଳ ସ୍ଥିତିର ସମ୍ମୁଖୀନ ହୋଇଥିଲେ, ତାହା ବି କହିଥିଲେ। ବବି କହିଥିଲେ ଯେ ‘ବାବୁ ଭାଇଜାନ୍‌’ର ପ୍ରଯୋଜକ ସନ୍ତୋଷ ଦାସ ଦିନେ ତାଙ୍କୁ ଭେଟିବାକୁ ଆସିଥିଲେ ଓ ଏଥିରେ ଅଭିନୟ କରିବାକୁ ଅଫର୍ ଦେଇଥିଲେ।  ସେତେବେଳେ ସେ ଗୋଟେ ଅଣ ଓଡ଼ିଆ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିଲେ। ସନ୍ତୋଷ ଦାସ ତାଙ୍କୁ ସେହି ଫିଲ୍ମର ଶୁଟିଂ ସେଟ୍‌ରେ ହିଁ ‘ବାବୁ ଭାଇଜାନ୍‌’ରେ କାମ କରିବାକୁ ଅଫର୍ ଦେଇଥିଲେ। ତେବେ ତା’ପରେ ସନ୍ତୋଷ ଦାସ ଯାହା କହିଥିଲେ, ତାହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ‘ବାବୁ ଭାଇଜାନ୍‌’ର ଶୁଟିଂ ସେଟ୍‌ରେ କିଛି ଗଣ୍ଡଗୋଳ ନ କରିବାକୁ ସନ୍ତୋଷ ଦାସ ତାଙ୍କୁ ଅନୁରୋଧ କରିଥିଲେ। ଏହା ଶୁଣିବା ପରେ ସେ କେଉଁଠି ବି ଗଣ୍ଡଗୋଳ କରନ୍ତି ନାହିଁ ବୋଲି କହିଥିଲେ। ତେବେ ସନ୍ତୋଷ ଦାସ ତାଙ୍କଠାରୁ ବିନା ଗଣ୍ଡଗୋଳରେ ଶୁଟିଂ କରିବାର ପ୍ରତିଶ୍ରୁତି ନେଇ ଫେରିଥିଲେ।

Advertisment

ବବି କହିଥିଲେ ଯେ ଏଭଳି ମିଥ୍ୟା ପ୍ରଚାର ଶୁଣି ସେ ରାଗି ଯାଇଥିଲେ। ପ୍ରଯୋଜକ ସନ୍ତୋଷ ଦାସଙ୍କୁ ସେଦିନ ପ୍ରତିଶ୍ରୁତି ଦେଇ ବିଦା କଲା ପରେ ସେ ଏହାକୁ ନେଇ ଖୋଳତାଡ଼ କରିଥିଲେ। ତା’ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କର କିଛି ପ୍ରତିଦ୍ୱନ୍ଦ୍ୱୀ ଏଭଳି ଅପପ୍ରଚାର ଚଲାଇଛନ୍ତି। କାରଣ ସେମାନେ ତାଙ୍କର ଉନ୍ନତି ସହି ପାରୁ ନାହାନ୍ତି।

ସୂଚନାଯୋଗ୍ୟ, ‘ଖ୍ୱାଜା ଗରିବ୍ ନୱାଜ୍‌’ ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମାଣ ହେଉଛି ଫିଲ୍ମ ‘ବାବୁ ଭାଇଜାନ୍‌’। ଏଥିରେ ଶିବାନୀ ଏବଂ ଅରିନ୍ଦମ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ବବି ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି। ସେହିପରି ମିହିର ଦାସ, ସମରେଶ, ଚୌଧୁରୀ ବିକାଶ ଦାସ, ବିଦୁସ୍ମିତା ଓ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ଭଳି କଳାକାର ବି ଏଥିରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe