23434
ମୁମ୍ବାଇ: ଆଜିକାଲି ସମସ୍ତଙ୍କର ପ୍ରିୟ ପାଲଟିଯାଇଛି ସୋଶାଲ୍ ମିଡିଆ। ଟିକେ ସମୟ ମିଳିଲେ ଲୋକେ ସୋଶାଲ୍ ମିଡିଆରେ ବ୍ୟସ୍ତ ରହନ୍ତି। ସୋଶାଲ୍ ମିଡିଆରୁ ଉଭୟ ଠିକ୍ ଓ ଭୁଲ୍ ଖବର ମିଳିଥାଏ। ଯଦି କୌଣସି ଖବର ଫିଲ୍ମ ଇଣ୍ଡଷ୍ଟ୍ରୀର କୌଣସି ସୁପରଷ୍ଟାରଙ୍କ ସହ ସମ୍ପୃକ୍ତ ଥାଏ, ତା’ହେଲେ ତାହା ନିଆଁ ଭଳି ବ୍ୟାପି ଯାଏ। ନିକଟରେ ଠିକ୍ ଏମିତି ଏକ ଖବର ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଖବରଟି ଥିଲା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନ୍ୟତମ ସୁପରଷ୍ଟାର ବିଜୟଙ୍କୁ ନେଇ। ଏହି ଖବରରେ କୁହାଯାଇଥିଲା ଯେ, ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଏହା ଏକ ଗୁଜବ ଥିଲା।
https://twitter.com/Vijay_FanOfSRK/status/1155777813749743617
ଟ୍ୱିଟର୍ରେ ବିଜୟଙ୍କ ମିଛ ମୃତ୍ୟୁ ଖବର ଏତେ ଦ୍ରୁତବେଗରେ ବ୍ୟାପି ଯାଇଥିଲା ଯେ, ହ୍ୟାସ୍ଟ୍ୟାଗ୍ରେ ‘#RIPactorVIJAY’ ଟ୍ରେଣ୍ଡ କରିବାରେ ଲାଗିଥିଲା। ଏହାକୁ ବିଜୟଙ୍କ ଫ୍ୟାନ୍ମାନେ ବିରୋଧ କରିଥିଲେ ଓ ଟ୍ୱିଟରରେ ଏକ ନୂଆ ହ୍ୟାସ୍ଟ୍ୟାଗ୍ ‘#LongLiveVIJAY’ ର ଟ୍ରେଣ୍ଡ କରାଇଥିଲେ।
କିଛି ଟ୍ୱିଟର ବ୍ୟବହାରାକାରୀ ଏଭଳି ମିଥ୍ୟା ଖବରକୁ ଅଭଦ୍ର ଆଚରଣ କହୁଥିବାବେଳେ ଆଉ କିଛି ଲୋକ ଏହି ମିଥ୍ୟା ଖବର ପ୍ରଚାର କରିଥିବା ବ୍ୟକ୍ତିଙ୍କୁ ‘ମଣିଷ’ ଭଳି ବ୍ୟବହାର କରିବା ଲାଗି ଲେଖିଛନ୍ତି।
ସୂଚନାଯୋଗ୍ୟ, ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବିଜୟ ଜଣେ ଜଣାଶୁଣା କଳାକାର। ଆଗକୁ ବିଜୟଙ୍କର ଫିଲ୍ମ ‘ବିଜିଲ’ ଆସୁଛି। ଏହି ସିନେମାରେ ବିଜୟ ଫୁଟ୍ବଲ୍ କୋଚ୍ ଭୂମିକାରେ ଅଭିନୟ କରୁଛନ୍ତି। ଏ.ଆର୍ ରହମାନ ଏହି ଫିଲ୍ମରେ ମ୍ୟୁଜିକ୍ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/23434.jpg)