Advertisment

ସାମ୍ନାକୁ ଆସିଲା 'ୟେ ହୈ ମୋହବତେଁ’ର ସ୍ପିନ୍-ଅଫ୍ ଶୋ’ର ପ୍ରୋମୋ

ମୁମ୍ବାଇ: ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ସିରିଏଲ୍‌ ‘ୟେ ହୈ ମୋହବତେଁ’ର ସ୍ପିନ୍-ଅଫ୍ ଶୋ’ ‘ୟେ ହୈ ଚାହତେ’। ଅନେକ ଦିନ ହେଲାଣି ଏହି ଶୋ’କୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ଏହାର ପ୍ରୋମୋ ସାମ୍ନାକୁ ଆସିଛି। ଖୁବ୍‌ଶୀଘ୍ର ଏହା ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେବ। ସ୍ପିନ୍-ଅଫ୍ ଶୋ’ର ଅର୍ଥ ଫିଲ୍ମ ବା ଟେଲିଭିଜନ୍‌ରେ ପ୍ରସାରିତ କୌଣସି କାର୍ଯ୍ୟକ୍ରମର ପରିବର୍ଦ୍ଧିତ ରୂପ। ଅର୍ଥାତ୍ ଅରିଜିନାଲ୍ କାର୍ଯ୍ୟକ୍ରମକୁ ଏଥିରେ ଆଉ ଟିକେ ବିସ୍ତାରିତ ଭାବେ ଦେଖାଯାଏ ଓ ତା’ସହିତ ଆଉ […]

ଅଦ୍ୟତନ ହୋଇଛି
ସାମ୍ନାକୁ ଆସିଲା 'ୟେ ହୈ ମୋହବତେଁ’ର ସ୍ପିନ୍-ଅଫ୍ ଶୋ’ର ପ୍ରୋମୋ

ye-hai-chahate

Advertisment

ମୁମ୍ବାଇ: ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ସିରିଏଲ୍‌ ‘ୟେ ହୈ ମୋହବତେଁ’ର ସ୍ପିନ୍-ଅଫ୍ ଶୋ’ ‘ୟେ ହୈ ଚାହତେ’। ଅନେକ ଦିନ ହେଲାଣି ଏହି ଶୋ’କୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ଏହାର ପ୍ରୋମୋ ସାମ୍ନାକୁ ଆସିଛି। ଖୁବ୍‌ଶୀଘ୍ର ଏହା ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେବ। ସ୍ପିନ୍-ଅଫ୍ ଶୋ’ର ଅର୍ଥ ଫିଲ୍ମ ବା ଟେଲିଭିଜନ୍‌ରେ ପ୍ରସାରିତ କୌଣସି କାର୍ଯ୍ୟକ୍ରମର ପରିବର୍ଦ୍ଧିତ ରୂପ। ଅର୍ଥାତ୍ ଅରିଜିନାଲ୍ କାର୍ଯ୍ୟକ୍ରମକୁ ଏଥିରେ ଆଉ ଟିକେ ବିସ୍ତାରିତ ଭାବେ ଦେଖାଯାଏ ଓ ତା’ସହିତ ଆଉ କିଛି କିଛି ପରିବର୍ତ୍ତନ କରାଯାଏ।

Advertisment

https://www.instagram.com/p/B5XizAmnSnu/?utm_source=ig_web_copy_link

ସିରିଏଲ୍‌ ‘ୟେ ହୈ ମୋହବତେଁ’ରେ ଇଶିତା ଓ ରମଣ (ଦିବ୍ୟଙ୍କା ତ୍ରିପାଠୀ ଓ କରଣ ପଟେଲ) ଲିଡ୍‌ ରୋଲ୍‌ରେ ଅଭିନୟ କରି ଦର୍ଶକଙ୍କ ମନ ଜିତି ଆସୁଛନ୍ତି। ତେବେ ‘ୟେ ହୈ ଚାହତେ’ରେ ଦର୍ଶକ ଦେଖିବାକୁ ପାଇବେ ଏକ ନୂଆ ଯୋଡ଼ି। କେବଳ ନୂଆ ଯୋଡ଼ି ନୁହେଁ, ତାହା ସାଙ୍ଗକୁ ନୂଆ କାହଣୀ ମଧ୍ୟ ରହିଛି।

https://www.instagram.com/p/BpzZTjVBdCw/?utm_source=ig_web_copy_link

ରିଲିଜ୍‌ ହୋଇଥିବା ପ୍ରୋମୋରେ ସିରିଏଲ୍‌ର ଲିଡ୍‌ ଅଭିନେତ୍ରୀଙ୍କ ଚେହେରା ବି ସାମ୍ନାକୁ ଆସିଯାଇଛି। ଏଥିରେ ଦେଖିବାକୁ ମିଳୁଛି ଯେ ‘ୟେ ହୈ ମୋହବତେଁ’ର ଇଶିତା ଓ ରମଣ ପରସ୍ପର ସହ କଥା ହେଉ ହେଉ ସିରିଏଲ୍‌ର ଲିଡ୍‌ ଅଭିନେତ୍ରୀ ଓ କାହାଣୀ ବିଷୟରେ ଆଭାସ ଦେଉଛନ୍ତି। ତେବେ ଭିଡିଓରୁ ଜଣାପଡୁଛି ଯେ ଇଶିତା ନିଜ ଝିଆରୀର ବାହାଘର ଚିନ୍ତାରେ ଅଛନ୍ତି, ଯିଏକି ସିରିଏଲ୍‌ର ଲିଡ୍‌ ଅଭିନେତ୍ରୀ। ହେଲେ ଶେଷରେ ଜଣାପଡ଼ୁଛି ଯେ ସେ ଜଣେ ପିଲାର ମା’ ମଧ୍ୟ। କିନ୍ତୁ ଟ୍ୱିଷ୍ଟ ହେଉଛି ଯେ ସେ ଜଣେ ସିଙ୍ଗଲ୍‌ ମଦର୍‌।

Advertisment

https://www.instagram.com/p/B3yp8DohzS-/?utm_source=ig_web_copy_link

ସୂଚନାଯୋଗ୍ୟ, ‘ୟେ ହୈ ଚାହତେ’ରେ ‘ଗଣ୍ଠବନ୍ଧନ’ ସିରିଏଲ୍‌ର ରଘୁ ତଥା ଅବରାର୍‌ କାଜି ଲିଡ୍‌ ରୋଲ୍‌ରେ ଅଭିନୟ କରିବେ। ତାଙ୍କ ବିପକ୍ଷରେ ଫିମେଲ୍‌ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ସର୍‌ଗୁନ୍‌ କୌର୍। ସରଗୁନ୍‌ଙ୍କୁ ଶେଷଥର ପାଇଁ ସିରିଏଲ୍‌ ‘ତନ୍ତ୍ର’ରେ ଦେଖିବାକୁ ମିଳିଥିଲା। ଏହି ଶୋ’ ଡିସେମ୍ବରରୁ ଆରମ୍ଭ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe