/odisha-reporter/media/post_attachments/uploads/2019/04/k11-2.jpg)
k11
ମୁମ୍ବାଇ: ହିନ୍ଦି ଟେଲିଭିଜନ୍ ଧାରାବାହିକ “ନାଗିନ୍ ୩” ଚଳିତ ସପ୍ତାହରେ ଏକ ନମ୍ବର ସ୍ଥାନରେ ରହିଛି। ଏବେ ସିରିଏଲ୍ର ନୂଆ ଅପ୍ଡେଟ୍ ଆସିଛି। ସେଥିରୁ ଜଣାପଡୁଛି ଯେ, ଏକ୍ତା କପୁର୍ଙ୍କ ଏହି ଶୋ’ରେ “ୟେ ହେ ମୋହବତୈଁ” ର ବୋହୂ ଏଣ୍ଟ୍ରି କରିପାରନ୍ତି।
Advertisment
କିଛି ଦିନ ପୂର୍ବରୁ “ନାଗିନ୍ ୩” ସିରିଏଲ୍ରେ ‘ହୁକୁମ୍’ର ଚରିତ୍ରରେ ଅଭିନୟ କରୁଥିବା ନିକେତନ୍ ଏହି ସିରିଏଲ୍ରେ ଏଣ୍ଟ୍ରି କରିଥିଲେ। ଏବେ ଏହି ସିରିଏଲ୍ରେ ଆଉ ଜଣେ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଆଉ ଏହା ମଧ୍ୟ କୁହାଯାଉଛି ଯେ, ସେହି ନୂଆ ଚେହେରା ଆଉ କେହି ନୁହେଁ, “ୟେ ହେ ମୋହବତୈଁ” ର ଭଲ୍ଲା ପରିବାରର ବୋହୂ ଆଲିଆ ହୋଇପାରନ୍ତି।
“ୟେ ହେ ମୋହବତୈଁ” ରେ ଆଲିଆ ଚରିତ୍ରରେ ଅଭିନୟ କରୁଥିବା କ୍ରୀଷ୍ଣା ମୁଖାର୍ଜି ସକରାତ୍ମକ ଚରିତ୍ରରେ ଅଭିନୟ କରୁଛନ୍ତି। କିନ୍ତୁ, କୁହାଯାଉଛି ଯେ, “ନାଗିନ୍ ୩”ରେ ସେ ନେଗେଟିଭ୍ ଚରିତ୍ରରେ ଅଭିନୟ କରିପାରନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
