Advertisment

ଏଥିପାଇଁ ବନ୍ଦ ହେବାକୁ ଯାଉଛି 'ୟେ ରିସ୍ତେ ପ୍ୟାର୍ କେ'

ମୁମ୍ବାଇ: ଟିଭି ଦୁନିଆରେ ଟିଆରପିର ମହତ୍ୱ ଆଜିକାଲି ସର୍ବୋପରି ରହିଛି। ଟିଭି ଶୋ’ଗୁଡ଼ିକର ସ୍ଥାୟିତ୍ୱ ଟିଆରପି ଉପରେ ହିଁ ନିର୍ଭର କରିଥାଏ। ଏଣୁ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ଟିଭି ଧାରାବାହିକ ‘ୟେ ରିସ୍ତେ ହେଁ ପ୍ୟାର କେ’। ଏହି ଟିଭି ଶୋ’କୁ ଅନେକ ଦର୍ଶକ ପସନ୍ଦ କରୁଥିଲେ ମଧ୍ୟ ଟିଆରପି ଭଲ ନ ଥିବାକୁ ପ୍ରଡକ୍ସନ ଟିମ୍ ଏହାକୁ ଅଫ୍ ଏୟାର କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହା ଏକମାତ୍ର ଟିଭି ଶୋ’ ନୁହେଁ ଯାହା […]

ଅଦ୍ୟତନ ହୋଇଛି
ଏଥିପାଇଁ ବନ୍ଦ ହେବାକୁ ଯାଉଛି 'ୟେ ରିସ୍ତେ ପ୍ୟାର୍ କେ'

tv-show

Advertisment

ମୁମ୍ବାଇ: ଟିଭି ଦୁନିଆରେ ଟିଆରପିର ମହତ୍ୱ ଆଜିକାଲି ସର୍ବୋପରି ରହିଛି। ଟିଭି ଶୋ'ଗୁଡ଼ିକର ସ୍ଥାୟିତ୍ୱ ଟିଆରପି ଉପରେ ହିଁ ନିର୍ଭର କରିଥାଏ। ଏଣୁ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ଟିଭି ଧାରାବାହିକ 'ୟେ ରିସ୍ତେ ହେଁ ପ୍ୟାର କେ'। ଏହି ଟିଭି ଶୋ'କୁ ଅନେକ ଦର୍ଶକ ପସନ୍ଦ କରୁଥିଲେ ମଧ୍ୟ ଟିଆରପି ଭଲ ନ ଥିବାକୁ ପ୍ରଡକ୍ସନ ଟିମ୍ ଏହାକୁ ଅଫ୍ ଏୟାର କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହା ଏକମାତ୍ର ଟିଭି ଶୋ' ନୁହେଁ ଯାହା ଅଫ୍ ଏୟାର୍ ହେବ। ଏପରି ଅନେକ ଟିଭି ଶୋ' ଯାହାର ଦମଦାର ଏଣ୍ଟ୍ରି ହୋଇଥିଲା କିନ୍ତୁ ଟିଆରପି ଦୌଡ଼ରେ ପଛରେ ପଡ଼ିଯିବାରୁ ମାତ୍ର ୬ ମାସରେ ଶୋ'କୁ ବନ୍ଦ କରିବାକୁ ପଡ଼ିଥିଲା।

Advertisment

publive-image

୨୦୧୩ରେ ଧମାକେଦାର ଏଣ୍ଟ୍ରି ସହ ଆରମ୍ଭ ହୋଇଥିଲା କମେଡି ଶୋ' 'ତୋତା ଓ୍ୱେଡସ୍ ମୈନା'। ସିଧା ସାଦା ପୁଅ ତୋତା ସାଙ୍ଗରେ ଚତୁର ଓ ଚୁଲବୁଲି ଝିଅର ବାହାଘର ହୋଇଯାଏ। ଉଭୟଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଶୋ'ର କାହାଣୀ ପ୍ରସ୍ତୁତ ହୋଇଥିଲା। ହେଲେ ଏହି ଶୋ' ୨୦୧୩ ଜାନୁୟାରୀରେ ଆରମ୍ଭ ହୋଇ ୨୦୧୩ ଏପ୍ରିଲରେ ହିଁ ବନ୍ଦ ହୋଇଗଲା। ଏହା ପଛରେ ବି ଟିଆରପି ଭଲ ନ ଥିବା ହିଁ ଏକମାତ୍ର କାରଣ ଥିଲା।

publive-image

୨୦୧୩ ଜାନୁୟାରୀରେ 'ହମ୍ ଆପକେ ହେଁ ଇନ୍ ଲଜ୍' ଶୋ' ଆରମ୍ଭ ହୋଇଥିଲା। ଏହି ଶୋ' ସେହି ବର୍ଷ ଜୁଲାଇ ୭ରେ ଅଫ୍ ଏୟାର୍ କରିଦିଆଗଲା। ନିଜ ପଡ଼ୋଶୀଙ୍କୁ ନେଇ ଚିନ୍ତିତ ଥିବା ଏକ ନବ ବିବାହିତ ଦମ୍ପତ୍ତିଙ୍କ କାହାଣୀକୁ ନେଇ ଶୋ'ଟି ପ୍ରସ୍ତୁତ ହୋଇଥିଲା।

Advertisment

publive-image

ଆପଣଙ୍କ ମନେଥିବା ୨୦୧୩ ଜୁଲାଇରେ 'ମିସେସ୍ ପମ୍ମି ପ୍ୟାରେଲାଲ୍' ଏକ କମେଡି ଶୋ' ଆରମ୍ଭ ହୋଇଥିଲା, ଯାହାର ଏଣ୍ଟ୍ରି ଧମାକା କରିଥିଲା। ଲୋକେ ଏହାକୁ ଖୁବ୍ ପସନ୍ଦ କରିଥିଲେ। ହେଲେ ଟିଆରପି ଭଲ ନ ଆସିବାରୁ ଶୋ'କୁ ଅକ୍ଟୋବର ମାସରେ ହିଁ ବନ୍ଦ କରିଦିଆଗଲା।

publive-image

୨୦୧୬ରେ 'ଦେହଲିଜ୍' ଟିଭି ଶୋ' ମଧ୍ୟ ଖରାପ ଟିଆରପି ଯୋଗୁ ମାତ୍ର ୬ ମାସ ଭିତରେ ଅଫ୍ ଏୟାର ହୋଇଗଲା।

publive-image

୨୦୧୬ରେ 'ତମନ୍ନା' ନାମରେ ଏକ ଟିଭି ଶୋ' ଆରମ୍ଭ ହୋଇଥିଲା। କ୍ରିକେଟର ହେବାକୁ ସ୍ୱପ୍ନ ଦେଖୁଥିବା ଜଣେ ଝିଅର କାହାଣୀ ଏହି ଶୋ'ର ବିଷୟବସ୍ତୁ ଥିଲା। ହେଲେ ଟିଆରପି ଭଲ ନ ଥିବାରୁ ଶୋ'ଟି ଫେବୃୟାରୀରେ ଆରମ୍ଭ ହୋଇ ଜୁନରେ ବନ୍ଦ ହୋଇଗଲା।

publive-image

'ଆସମାନ୍ ସେ ଆଗେ' ଟିଭି ଶୋ'ର କାହାଣୀ ଡ୍ୟାନ୍ସର ଏବଂ ରିୟାଲିଟି ଶୋ'କୁ ନେଇ ପ୍ରସ୍ତୁତ ହୋଇଥିଲା। ରିୟାଲିଟି ଶୋ'ରେ ଡ୍ୟାନ୍ସରମାନଙ୍କ ଯାତ୍ରା, ହାର୍-ଜିତ୍ ଏଥିରେ ଦେଖିବାକୁ ମିଳୁଥିଲା। ହେଲେ ଟିଆରପି ଭଲ ନ ଆସିବାକୁ ୨୦୧୨ ଏପ୍ରିଲରେ ଆରମ୍ଭ ହୋଇଥିବା ଏହି ଶୋ'କୁ ସେହି ବର୍ଷ ଜୁଲାଇରେ ହିଁ ଅଫ୍ ଏୟାର କରାଗଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe