କାର୍ଯ୍ୟାଳୟ ଭଙ୍ଗା ପରେ ଉଦ୍ଧବଙ୍କୁ କଙ୍ଗନାଙ୍କ ଟାର୍ଗେଟ୍, କହିଲେ ସମୟ ଚକ୍ର ବଦଳିବ ଏବଂ ଗର୍ବ ଭାଙ୍ଗିବ

ମୁମ୍ବାଇ: ମୁମ୍ବାଇ ପହଞ୍ଚିବା ପରେ ଉଦ୍ଧବ ଠାକରେଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ସେ ତାଙ୍କ ଉପରେ କରାଯାଉଥିବା କାର୍ଯ୍ୟାନୁଷ୍ଠାନକୁ କଶ୍ମିରୀ ପଣ୍ଡିତମାନଙ୍କ ସହ ତୁଳନା କରିଛନ୍ତି।

ଭଙ୍ଗାଯାଇଥିବା ତାଙ୍କ କାର୍ଯ୍ୟାଳୟର କିଛି ଭିଡିଓ ସହ ସେ ନିଜର ଏକ ଭିଡିଓ ଛାଡ଼ିଛନ୍ତି। ସେ ଉଦ୍ଧବଙ୍କୁ ତୁ’ ତା’ ସମ୍ବୋଧନ କରି ଧମକାଇଛନ୍ତି। ସେ ଏହି ଭିଡିଓରେ କହିଛନ୍ତି, ‘ଉଦ୍ଧବ ଠାକରେ ତତେ କ’ଣ ଲାଗୁଛି। ତୁ ଫିଲ୍ମ ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ମୋ’ଠାରୁ ବହୁତ ବଡ଼ ପ୍ରତିଶୋଧ ନେଇଛୁ? ଆଜି ମୋ ଘର ଭାଙ୍ଗିଛି, କାଲି ତୋର ଗର୍ବ ଭାଙ୍ଗିବ। ମନେ ରଖ, ଇଏ ହେଉଛି ସମୟ ଚକ୍ର। ଯାହା ସବୁବେଳେ ଗୋଟିଏ ଭଳି ରହିବ ନାହିଁ।

କଙ୍ଗନାଙ୍କ ଖୋଲା ଧମକ

ଉଦ୍ଧବଙ୍କୁ ତୁ' ତା' କରି ଧମକାଇଲେ କଙ୍ଗନା। କହିଲେ, 'ସମୟର ଚକ ବଦଳିବ। ଆଜି ମୋ ଘର ଭାଙ୍ଗିଛି କାଲି ତୋ ଗର୍ବ ଭାଙ୍ଗିବ।' #Kangna #Mumbai #KanganaRanuat

Odisha Reporter यांनी वर पोस्ट केले बुधवार, ९ सप्टेंबर, २०२०

କଙ୍ଗନା କହିଛନ୍ତି, ମୋତେ ଲାଗୁଛି ତୁ ମୋ ଉପରେ ଦୟା କରିଛୁ। କାରଣ ମୁଁ ଜାଣିଥିଲି କଶ୍ମୀର ପଣ୍ଡିତଙ୍କ ସାଙ୍ଗରେ କ’ଣ ହେଇଥିବ, ତାହା ଆଜି ମୁଁ ଅନୁଭବ କରୁଛି। ଆଜି ମୁଁ ଏହି ଦେଶକୁ ପ୍ରତିଶ୍ରୁତି ଦେଉଛି ଯେ ମୁଁ କେବଳ ଅଯୋଧ୍ୟା ଉପରେ ନୁହେଁ, କଶ୍ମୀର ଉପରେ ମଧ୍ୟ ଏକ ଫିଲ୍ମ ନିର୍ମାଣ କରିବି। ଏହା କରି ମୁଁ ନିଜ ଦେଶବାସୀଙ୍କୁ ଜାଗୃତ କରିବି, କାରଣ ମୁଁ ଜାଣିଥିଲି ଯେ ମୋ ସହ କ’ଣ ହେବ।

କଙ୍ଗନା କହିଛନ୍ତି, ଉଦ୍ଧବ ଠାକରେ ଆଜି ଯେଉଁ କ୍ରୁରତା ଏବଂ ଯେଉଁ ଆତଙ୍କ ଦେଖାଦୋଇଛି, ଭଲ ହେଲା, ତାହା ମୋ ସହ ହୋଇଛି। କାରଣ ଏହାର ବି କିଛି ଅର୍ଥ ଅଛି। ଜୟ ହିନ୍ଦ, ଜୟ ମହାରାଷ୍ଟ୍ର।’

ଆହୁରି ପଢ଼ନ୍ତୁ

କରୋନା ବେଳେ ଓଡ଼ିଶା ଫେରିଥିଲେ ୮.୫୩ ଲକ୍ଷ ପ୍ରବାସୀ

ଆଶଙ୍କାରେ ବିଜେଡି: ଅଟକିଲା ମହିଳା, କୃଷକ ଓ ଶ୍ରମିକ ସେଲ୍ ଘୋଷଣା

ଆରୋଗ୍ୟ ହେଲେ ୪୨୧୯ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ନୂତନ ଶିକ୍ଷାନୀତି ଓଡ଼ିଆ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତା ବଢ଼ାଇବ: ଧର୍ମେନ୍ଦ୍ର ପ୍ରଧାନ

ଆସିଲା ଅନଲକ-୫: ସିନେମା ହଲ ଖୋଲିବାକୁ କେନ୍ଦ୍ରର ଅନୁମତି

ନେପାଳ କରିବ ଅଯୋଧ୍ୟାପୁରୀ ଧାମ, ୪୦ ଏକର ଜମି ମଞ୍ଜୁର

ବାବ୍ରୀ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବ ମୁସଲିମ ପର୍ସନାଲ ଲ’ ବୋର୍ଡ!

ଭୁବନେଶ୍ୱରରୁ ୩୬୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୯୪ ଲୋକାଲ୍‌ କେସ

ତଦନ୍ତରେ ଶିଥିଳତାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ

ମୁଦ୍ରା ଋଣର ଗତି କୁଆଡ଼େ?

ବାବ୍ରୀ ରାୟ: କଂଗ୍ରେସ ରଖିଲା ଏମିତି ପ୍ରତିକ୍ରିୟା

ଦୋଷମୁକ୍ତ ହେବା ପରେ ଗୋୟେଲ୍ କହିଲେ ‘ମୁଁ ମସଜିଦ୍ ଭାଙ୍ଗିଛି’, ରାୟକୁ ନାପସନ୍ଦ କଲେ ଓଓ୍ୱେସୀ