Kangna-r
ମୁମ୍ବାଇ: ମୁମ୍ବାଇ ପହଞ୍ଚିବା ପରେ ଉଦ୍ଧବ ଠାକରେଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ସେ ତାଙ୍କ ଉପରେ କରାଯାଉଥିବା କାର୍ଯ୍ୟାନୁଷ୍ଠାନକୁ କଶ୍ମିରୀ ପଣ୍ଡିତମାନଙ୍କ ସହ ତୁଳନା କରିଛନ୍ତି।
https://twitter.com/KanganaTeam/status/1303636961131782147?s=20
ଭଙ୍ଗାଯାଇଥିବା ତାଙ୍କ କାର୍ଯ୍ୟାଳୟର କିଛି ଭିଡିଓ ସହ ସେ ନିଜର ଏକ ଭିଡିଓ ଛାଡ଼ିଛନ୍ତି। ସେ ଉଦ୍ଧବଙ୍କୁ ତୁ’ ତା’ ସମ୍ବୋଧନ କରି ଧମକାଇଛନ୍ତି। ସେ ଏହି ଭିଡିଓରେ କହିଛନ୍ତି, ‘ଉଦ୍ଧବ ଠାକରେ ତତେ କ’ଣ ଲାଗୁଛି। ତୁ ଫିଲ୍ମ ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ମୋ'ଠାରୁ ବହୁତ ବଡ଼ ପ୍ରତିଶୋଧ ନେଇଛୁ? ଆଜି ମୋ ଘର ଭାଙ୍ଗିଛି, କାଲି ତୋର ଗର୍ବ ଭାଙ୍ଗିବ। ମନେ ରଖ, ଇଏ ହେଉଛି ସମୟ ଚକ୍ର। ଯାହା ସବୁବେଳେ ଗୋଟିଏ ଭଳି ରହିବ ନାହିଁ।
କଙ୍ଗନା କହିଛନ୍ତି, ଉଦ୍ଧବ ଠାକରେ ଆଜି ଯେଉଁ କ୍ରୁରତା ଏବଂ ଯେଉଁ ଆତଙ୍କ ଦେଖାଦୋଇଛି, ଭଲ ହେଲା, ତାହା ମୋ ସହ ହୋଇଛି। କାରଣ ଏହାର ବି କିଛି ଅର୍ଥ ଅଛି। ଜୟ ହିନ୍ଦ, ଜୟ ମହାରାଷ୍ଟ୍ର।’
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/Kangna-r.jpg)