Advertisment

ବାପାଙ୍କ ଠାରୁ ଶିଖି ଥିବା କଳା ଜାକିରଙ୍କୁ ଦେଇ ଥିଲା ବଡ଼ ସମ୍ମାନ, ପାଇଥିଲେ ପଦ୍ମଭୂଷଣ

ମୁମ୍ବାଇ: ଲୋକପ୍ରିୟ ତବଲା ବାଦକ ଜାକିର୍‌ ହୁସେନ୍‌ଙ୍କ ଆଜି ଜନ୍ମ ଦିନ। ସେ ୯ ମାର୍ଚ୍ଚ ୧୯୫୧ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଆଲ୍ଲା ରଖା ତାଙ୍କ ସମୟରେ ଜଣେ ଲୋକପ୍ରିୟ ତବଲା ବାଦକ ଥିଲେ । ପଣ୍ଡିତ ରବିଶଙ୍କରଙ୍କ ସହ ମିଶି ଅନେକ କାର୍ଯ୍ୟକ୍ରମରେ ସେ ମଧ୍ୟ ତବଲା ବଜାଉଥିଲେ। ଜାକିର ହୁସେନ୍‌ ବହୁତ କମ୍‌ ବୟସରୁ ବାଦ୍ୟ ଯନ୍ତ୍ର ଶିଖିବା ଆରମ୍ଭ କରିଥିଲେ। ପଣ୍ଡିତ ରବି ଶଙ୍କର ମଧ୍ୟ ଜାକିର୍‌ଙ୍କ ଏହି କଳାରେ […]

ଅଦ୍ୟତନ ହୋଇଛି
ବାପାଙ୍କ ଠାରୁ ଶିଖି ଥିବା କଳା ଜାକିରଙ୍କୁ ଦେଇ ଥିଲା ବଡ଼ ସମ୍ମାନ, ପାଇଥିଲେ ପଦ୍ମଭୂଷଣ

j11

Advertisment

ମୁମ୍ବାଇ: ଲୋକପ୍ରିୟ ତବଲା ବାଦକ ଜାକିର୍‌ ହୁସେନ୍‌ଙ୍କ ଆଜି ଜନ୍ମ ଦିନ। ସେ ୯ ମାର୍ଚ୍ଚ ୧୯୫୧ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଆଲ୍ଲା ରଖା ତାଙ୍କ ସମୟରେ ଜଣେ ଲୋକପ୍ରିୟ ତବଲା ବାଦକ ଥିଲେ । ପଣ୍ଡିତ ରବିଶଙ୍କରଙ୍କ ସହ ମିଶି ଅନେକ କାର୍ଯ୍ୟକ୍ରମରେ ସେ ମଧ୍ୟ ତବଲା ବଜାଉଥିଲେ।

Advertisment

ଜାକିର ହୁସେନ୍‌ ବହୁତ କମ୍‌ ବୟସରୁ ବାଦ୍ୟ ଯନ୍ତ୍ର ଶିଖିବା ଆରମ୍ଭ କରିଥିଲେ। ପଣ୍ଡିତ ରବି ଶଙ୍କର ମଧ୍ୟ ଜାକିର୍‌ଙ୍କ ଏହି କଳାରେ ଅନେକ  ଅନେକ ପ୍ରଭାବିତ ହୋଇ ଥିଲେ। ଜାକିର୍‌ ମାତ୍ର ତିନି ବର୍ଷ ବୟସରେ ତାଙ୍କ ବାପାଙ୍କ ଠାରୁ ସେ ବାଜା ବଜାଇବା ଶିଖିଥିଲେ। ସେ ମଧ୍ୟ Planet drum ନାମକ ଏକ ବାଦ୍ୟଯନ୍ତ୍ର ସହ ଜଡ଼ିତ ଥିଲେ। ଏହି ବ୍ୟାଣ୍ଡ୍‌ରେ ମିକି ହାର୍ଟ, ସିକିରୁ ଏଡିପୋଜୁ ଆଉ ଜିଓବାନି ହିଡାଲୋଗ ତାଙ୍କ ସହଯୋଗୀ ଥିଲେ।

୧୯୯୨ରେ ଏହି ଗ୍ରୁପ୍‌କୁ ବିଶ୍ୱର ଶ୍ରେଷ୍ଠ ମ୍ୟୁଜିକ୍‌ ଆଲବମ୍ ଭାବେ Grammy Award ମିଳିଥିଲା। ଏହି ବ୍ୟାଣ୍ଡ ୨୦୦୭ରେ ପୁଣି ଥରେ ସଫଳତା ପାଇଥିଲା ,ଏହା Global Drum ନାମକରେ ଏକ ପ୍ରୋଜେକ୍ଟ ରେ ପୁଣି ଥରେ Grama Award ପାଇଥିଲା
https://www.instagram.com/p/BMPRMZfgF4L/?utm_source=ig_web_copy_link

Advertisment

କେବଳ ଏତିକି ନୁହେଁ , ଜାକିର୍‌ ହୁସେନ୍‌ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି। ତାଙ୍କର ପ୍ରଥମ ଫିଲ୍ମ ହେଉଛି ‘ହିଟ୍‌ ଆଣ୍ଡ ଡଷ୍ଟ’ (heat and dust)। ଏହି ଫିଲ୍ମକୁ Smile Merchant ନିର୍ମାଣ କରିଥିଲେ। ଆଉ ଅଭିନେତା ଶଶି କପୁର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ। ୨୦୦୧ରେ The Mystic Masseurରେ ଜାକିର୍‌ ହୁସେନ୍‌ ସଙ୍ଗୀତ ଦେଇଥିଲେ। ଏହି ଫିଲ୍ମରେ ଅଭିନେତା ଓମ୍‌ ପୁରି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ।

https://www.instagram.com/p/BJVUbuDAyww/?utm_source=ig_web_copy_link

ଜାକିର୍‌ଙ୍କର ଉଚ୍ଚ ପ୍ରଶଂସିତ କାମ ପାଇଁ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କୁ ୧୯୮୮ରେ ପଦ୍ମଶ୍ରୀ, ୧୯୯୦ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୨ରେ ପଦ୍ମଭୂଷଣ ପୁରସ୍କାରରେ  ସମ୍ମାନୀତ କରାଯାଛି। ଏହା ବ୍ୟତିତ ତାଙ୍କୁ ଆମେରିକାରେ National Endowment for the Arts's National Heritage Fellowshipରେ ସମ୍ମାନୀତ କରାଯାଇଥିଲା। କଳା ଏବଂ ସଙ୍ଗୀତ କ୍ଷେତ୍ରରେ ଆମେରିକା ପ୍ରଦାନ କରୁଥିବା ଏହି ପୁରସ୍କାର ସବୁଠୁ ବଡ଼ ପୁରସ୍କାର ଭାବେ ଜଣାଶୁଣା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe